ପ୍ରମୂଖ ଖବର
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ତସଲିମା ନସରିନଙ୍କୁ ଭାରତ ସରକାରଙ୍କ ଠାରୁ ମିଳିଲା ବଡ଼ ଆଶ୍ୱସ୍ତି , ନିବାସ ପରିମିଟ୍ ହେଲା ରିନ୍ୟୁ

Published By : Prameya | October 22, 2024 5:51 PM

ନୂଆଦିଲ୍ଲୀ : ବାଂଲାଦେଶର ଚର୍ଚ୍ଚିତ ଲେଖିକା ତଥା ସାମାଜିକ କର୍ମୀ ତସଲିମା ନସରିନଙ୍କୁ ଭାରତ ସରକାରଙ୍କ ଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ସଙ୍କେତ ଦେଇଛନ୍ତି ଯେ, ତାଙ୍କର ଭାରତରେ ରହିବାକୁ ନିବାସ ପରମିଟ୍‌ ରିନ୍ୟୁ ହୋଇ ସାରିଛି। ଏଥିପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି। ମଙ୍ଗଳବାର ତସଲିମା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଶାହଙ୍କୁ ‘ବହୁତ ବହୁତ ଧନ୍ୟବାଦ’ କହିଛନ୍ତି।

ତସଲିମା ନସରିନ ଗୋଟିଏ ଦିନ ପୂର୍ବରୁ ସୋମବାର ଅମିତ ଶାହଙ୍କୁ ନିବାସ ପରମିଟ୍ ବଢାଇବାକୁ ଅପିଲ କରିଥିଲେ। ସେ କହିଥିଲେ - ସେ ଭାରତକୁ ନିଜର ଦ୍ୱିତୀୟ ଘର ମାନନ୍ତି  ଏବଂ ଗତ ୨୦ ବର୍ଷ ଧରି ଏଠାରେ ରହି ଆସୁଛନ୍ତି। ୨୨ ଜୁଲାଇ ପରେ ତାଙ୍କ ନିବାସ ପରମିଟର ନବୀକରଣ (ରିନ୍ୟୁ) ହେଉ ନଥିଲା, ଯେଉଁଥି ପାଇଁ ସେ ଖୁବ୍‌ ଚିନ୍ତାରେ ଥିଲେ। ସେ ଲେଖିଛନ୍ତି , ପ୍ରିୟ ଅମିତ ଶାହ ଜୀ , ନମସ୍କାର । ମୁଁ ଭାରତରେ ଏଥିପାଇଁ ରହୁଛି , କାରଣ ମୋତେ ଏହି ଦେଶ ବହୁତ ପ୍ରିୟ। ଗତ ୨୦ ବର୍ଷରୁ ଏହା ମୋର ଦ୍ୱିତୀୟ ଘର ହୋଇ ଯାଇଛି। କିନ୍ତୁ ଗୃହ ମନ୍ତ୍ରଣାଳୟ ୨୨ ଜୁଲାଇରୁ ମୋର ନିବାସ ପରମିଟର ନବୀକରଣ କରି ନାହାନ୍ତି । ମୁଁ ବହୁତ ଚିନ୍ତିତ । ଯଦି ଆପଣ ମୋତେ ଏଠାରେ ରହିବାକୁ ଅନୁମତି ଦେବେ ତ ମୁଁ ଆପଣଙ୍କର କୃତଜ୍ଞ ରହିବି। ଏବେ ଗୃହ ମନ୍ତ୍ରଣାଳୟ ତାଙ୍କର ପରିମିଟ୍‌କୁ ରିନ୍ୟୁ କରି ଦେଇଛି।

ଉଲ୍ଲେଖନୀୟ ଯେ, ତସଲିମା ନସରିନଙ୍କ ଉପରେ ଇସଲାମୀ କଟ୍ଟରପନ୍ଥୀଙ୍କ ବିପଦ ବହୁ ଦିନରୁ ଜାରି ରହିଛି। ୧୯୯୩ରେ ତାଙ୍କ ବିରୋଧରେ ଏକ ଫତୱା ଜାରି କରାଯାଇ ଥିଲା। ଯେଉଁଥି ପାଇଁ ତାଙ୍କୁ ନିଜ ଦେଶ ବାଂଲାଦେଶରୁ ଫେରାର ହେବାକୁ ପଡ଼ିଲା। ତାଙ୍କର ଚର୍ଚ୍ଚିତ ପୁସ୍ତକ ଲଜ୍ଜା କାରଣରୁ କଟ୍ଟରପନ୍ଥୀମାନେ ତାଙ୍କ ବିରୋଧରେ ହିଂସା ଓ ଧମକର ସାହାରା ନେଇଥିଲେ। ଏହି ପୁସ୍ତକରେ ସେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ପରିବାରର ଉତ୍ପୀଡ଼ନର ବର୍ଣ୍ଣନା କରି ଥିଲେ। 


ବର୍ତ୍ତମାନ ସମୟରେ ବାଂଲାଦେଶର ସ୍ଥିତି ମଧ୍ୟ ତସଲିମା ପାଇଁ ଚିନ୍ତାର ବିଷୟ ପାଲଟିଛି। ବାଂଲାଦେଶରେ ଶେଖ ହସିନା ସରକାରର ପତନ ପର ଠାରୁ ସେନା ସମର୍ଥିତ ମହମ୍ମଦ ୟୁନୁସଙ୍କର କାର୍ଯ୍ୟବାହକ ସରକାରର ଗଠନ ହୋଇଛି, ଯିଏକି କଟ୍ଟରପନ୍ଥୀ ଓ ଜମାତ୍‌-ଏ-ଇସ୍ଲାମି ପାଇଁ ଦ୍ୱାର ଖୋଲି ଦେଇଛନ୍ତି। ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହମଲା ବୃଦ୍ଧି ଘଟଣା ଗୁଡ଼ିକ ମଧ୍ୟରେ ତସଲିମା ଏହି ନୂଆ ବ୍ୟବସ୍ଥାକୁ ଅବୈଧ କହିଛନ୍ତି ଏବଂ ଶେଖ ହସିନାଙ୍କୁ ଏବେ ମଧ୍ୟ ଦେଶର ବୈଧ ନେତା ଭାବିଛନ୍ତି। ତସଲିମା ନସରିନ ସ୍ୱିଡିଶ ନାଗରିକତା ରଖିଛନ୍ତି , ହେଲେ ଗତ ୨୦ ବର୍ଷରୁ ଭାରତରେ ରହୁଛନ୍ତି ଏବଂ ଭାରତ ସରକାର ତାଙ୍କୁ ଦୀର୍ଘ ଅବଧିର ନିବାସ ଅନୁମତି ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.