PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

୨୦୨୦ ଏପ୍ରିଲରୁ ନାନୋକୁ ଅଲ୍‌ବିଦା

ନୂଆଦିଲ୍ଲୀ,୨୪ା୧(ଏଜେନ୍ସି):ବାଇକ୍‌ ଚଳାଉଥିବା ଭାରତୀୟଙ୍କ କାର ଚଢ଼ିବାର ସ୍ୱପ୍ନକୁ ପୂରଣ କରିବା ଲକ୍ଷ୍ୟରେ ବଜାରକୁ ଆସିଥିଲା ଲକ୍ଷେ ଟଙ୍କିଆ କାର୍‌ ଟାଟା ନାନୋ । ପ୍ରାଥମିକ ଭାବେ ଏହି ଗାଡି ଅନେକ ମାତ୍ରାରେ ଲୋକପ୍ରିୟତା ହାସଲ କରିଥିଲା । କିନ୍ତୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହାଠାରୁ ମୁହଁ ଫେରାଇନେଲେ ଭାରତୀୟ । ରତନ ଟାଟାଙ୍କ ମାନସପୂତ୍ର ‘ନାନୋ’ ଲୋକଙ୍କ ନିକଟରେ ଗ୍ରହଣୀୟ ହୋଇପାରିଲା ନାହିଁ । ବର୍ତ୍ତମାନ ଏହାକୁ ଅଲ୍‌ବିଦା ଦେବା ପାଇଁ ପ୍ରସ୍ତୁତ ହେଉଛି ଟାଟା ମୋଟର୍ସ । ୨୦୨୦ ଏପ୍ରିଲରୁ ନାନୋର ବିକ୍ରି ଏବଂ ଉତ୍ପାଦନ ଉପରେ ପୂର୍ଣ୍ଣଚ୍ଛେଦ ପକାଇବ କମ୍ପାନି । ଏଭଳି ସଙ୍କେତ ଦେଇଛନ୍ତି କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ।
ଏହି କାର କମ୍ପାନିର ଆଶାକୁ ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ତେଣୁ ଅଧିକ କ୍ଷତି ସହିବା ବଦଳରେ ଏହାର ବିକ୍ରି ଏବଂ ଉôପାଦନକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି କମ୍ପାନି ।
ନାନୋରେ ନିବେଶ କରିବା ପାଇଁ କମ୍ପାନି କୌଣସି ଯୋଜନା ରଖିନାହିଁ । ଏହାକୁ ବିଏସ୍‌-୬କୁ ବିକଶିତ କରିବା ପାଇଁ ବିଚାର କରାଯାଉ ନ ଥିବା ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ୍‌ ବିଜ୍‌ନେସ୍‌ ୟୁନିଟ୍‌ ସଭାପତି ମୟାଙ୍କ ପାରିକ୍‌ କହିଛନ୍ତି । ସେ କହିଛନ୍ତି ଯେ, ଗୁଜରାଟର ସନନ୍ଦରେ ଥିବା ଆମର ପ୍ଲାଣ୍ଟରେ ନାନୋର ଉତ୍ପାଦନ ହେଉଛି । ଜାନୁୟାରୀରେ ନୂଆ ନିରାପତ୍ତା ମାନଦଣ୍ଡ ଆସିଛି । ଏପ୍ରିଲରେ ମଧ୍ୟ ଆଉ କିଛି ନୂଆ ମାନଦଣ୍ଡ କାର୍ଯ୍ୟକାରୀ ହେବ । ୨୦୨୦ ଏପ୍ରିଲ ୧ରୁ ବିଏସ୍‌-୬ ପ୍ରଦୂଷଣ ମାନଦଣ୍ଡକୁ କାର୍ଯ୍ୟକାରୀ କରାଯିବ । ସମସ୍ତ କାର୍‌ ବିଏସ୍‌-୬ରେ ପରିଚାଳିତ ହେବ । ଏହା ପରଠାରୁ ବିଏସ୍‌-୬ ଯାନ ହିଁ ବିକ୍ରି ଏବଂ ଉତ୍ପାଦନ ହେବ । କିନ୍ତୁ ଆମେ ଆମର ସମସ୍ତ ଯାନକୁ ଅପ୍‌ଗ୍ରେଡ୍‌ କରିବୁ ନାହିଁ । ଏହା ମଧ୍ୟରେ ନାନୋ ରହିଥିବା ପାରିକ୍‌ କହିଛନ୍ତି ।
ରତନ ଟାଟାଙ୍କ ମାନସ ସନ୍ତାନ ନାନୋ ଏକ ମହତ୍‌ ଉଦ୍ଦେଶ୍ୟରେ ବଜାରକୁ ଆସିଥିଲା । ଦୁଇଚକିଆ ଚଲାଉଥିବା ଭାରତୀୟଙ୍କୁ ଲକ୍ଷେ ଟଙ୍କାରେ କାର ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହାକୁ ଟାଟା ମୋଟର୍ସ ପକ୍ଷରୁ ବଜାରକୁ ଅଣାଯାଇଥିଲା । ବଜାରକୁ ଆଣିବା ପୂର୍ବରୁ ଏହାକୁ ନେଇ ଅନେକ ସର୍ଭେ ମଧ୍ୟ କରାଯାଇଥିଲା । କିନ୍ତୁ ଏହା ଭାରତୀୟ ଗ୍ରାହକଙ୍କ ମଧ୍ୟରେ ଆଦୃତ ହୋଇପାରିଲା ନାହିଁ ।
୨୦୦୯ରେ ପ୍ରାରମ୍ଭିକ ମୂଲ୍ୟ ଲକ୍ଷେ ଟଙ୍କାରେ ଏହା ବଜାରକୁ ଆସିଥିଲା । ପାରିକ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ନାନୋ ସହିତ ଆହୁରି କେତେକ ମଡେଲ ମଧ୍ୟ ବଜାରରୁ ହଟିଯିବ । ଏଗୁଡିକୁ ବିଏସ୍‌-୬କୁ ସ୍ଥାନାନ୍ତର କରିବା ପାଇଁ କମ୍ପାନି ଚାହୁଁ ନ ଥିବା ସେ କହିଛନ୍ତି ।
୨୦୨୦ ଏପ୍ରିଲ ୧ରୁ ବିଏସ୍‌-୬ ବ୍ୟତୀତ ଅନ୍ୟ କୌଣସି ଯାନର ପଞ୍ଜୀକରଣ ହୋଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଏହି ପରିପ୍ରେକ୍ଷୀରେ ପାରିକ୍‌ କହିଛନ୍ତି, ଅଟୋ ନିର୍ମାତାଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ୍‌ । ଗତ ୩୬ ମାସରେ ଟାଟା ମୋଟର୍ସ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ସେ କହିଛନ୍ତି । ଚଳିତ ଆର୍ଥିକବର୍ଷର ଏପ୍ରିଲ-ଡିସେମ୍ବର ମଧ୍ୟରେ ଶିଳ୍ପ ୪.୪% ଅଭିବୃଦ୍ଧି ହାସଲ କରିଥିବାବେଳେ କମ୍ପାନି ୨୨.୪% ଅଭିବୃଦ୍ଧି କରିଛି । କାର ବଜାରରେ ଏହା ବର୍ତ୍ତମାନ ୬୦% ଚାହିଦା ପୂରଣ କରୁଛି । ୨୦୨୧-୨୨ ସୁଦ୍ଧା ନୂଆ ଉତ୍ପାଦ ଗୁଡିକର ବଜାର ପ୍ରବେଶ କରାଇ ଏହାକୁ ୯୦%ରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିବା ପାରିକ୍‌ କହିଛନ୍ତି ।

ସମ୍ବନ୍ଧିତ ଖବର