ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଶିଳ୍ପରତ୍ନଙ୍କ ୫ ବିଜ୍‌ନେସ ଲେସନ

Published By : Rasmita Pradhan | October 11, 2024 10:08 AM

ରିସ୍କ ଟେକର : ଟାଟା କୁହନ୍ତି ରିସ୍କ ନ ନେବା ହିଁ ସବୁଠୁ ବଡ଼ ରିସ୍କ । ଏହା ତାଙ୍କ କାର୍ଯ୍ୟଧାରାରେ ଦେଖାଯାଉଥିଲା । ତାଙ୍କ ଭଳି କୌଣସି ଭାରତୀୟ ବିଜନେସ ଲିଡର ବିଶ୍ୱ ବଜାରର ବଡ଼ କମ୍ପାନିଙ୍କୁ ଅଧିଗ୍ରହଣ କରିବାରେ ଏତେଟା ସଫଳ ନୁହଁନ୍ତି । ଜାଗୁଆର ଲ୍ୟାଣ୍ଡରୋଭରଠାରୁ ଆରମ୍ଭ କରି ଇସ୍ପାତ କମ୍ପାନି କୋରସ, ବିଶ୍ୱର ଦ୍ୱିତୀୟ ବଡ଼ ଚା ଉତ୍ପାଦନକାରୀ ତିତ୍‌ଲୀର ସେ ଅଧିଗ୍ରହଣ କରିଥିଲେ, ଯାହା ଟାଟା ଟି ଠାରୁ ଥିଲା ୩ ଗୁଣ ବଡ଼ । 

ଦୃଢ଼ ନିଷ୍ପତ୍ତି: ଟାଟା କହୁଥିଲେ ମୁଁ ଠିକ୍‌ ନିଷ୍ପତ୍ତି ନେଇଛି କି ନାହିଁ, ତାହା ଉପରେ କେବେ ସନ୍ଦେହ କରେ ନାହିଁ । ଯାହା କିଛି ନିଷ୍ପତ୍ତି ନେଇଛି ସେହି କାମକୁ ଠିକ୍‌ ଭାବେ କରିବାକୁ ଧ୍ୟାନ ଦେଇଥାଏ । ଏକଥାକୁ ମଧ୍ୟ ସେ କାମରେ କରି ଦେଖାଇଥିଲେ । ପାସେଞ୍ଜର କାର ନିର୍ମାଣକୁ ନେଇ ଉଭୟ ଦେଶ ଏବଂ ବିଦେଶରେ ଟାଟାଙ୍କୁ ସମାଲୋଚନା ଶୁଣିବାକୁ ପଡ଼ିଥିଲା । କମ୍ପାନି ବନ୍ଦ ହେବା ସ୍ଥତି ଆସିଥିଲା । ତେବେ ସେ ଟାଟା ମୋଟର୍ସକୁ ଧୈର୍ଯ୍ୟର ସହ ଆଧୁନିକୀକରଣ ଏବଂ ସଫଳ କରାଇଥିଲେ । ସେହିଭଳି କୋରସ ଅଧିଗ୍ରହଣ ନିଷ୍ପତ୍ତି ଠିକ୍‌ ବୋଲି ପ୍ରମାଣିତ କରିଥିଲେ ଟାଟା । 

ଭିନ୍ନ ଚିନ୍ତାଧାରା: ସବୁବେଳେ ଭିନ୍ନ କରିବା ଏବଂ ବଡ଼ କରିବା ଟାଟାଙ୍କର ଲକ୍ଷ୍ୟ ଥିଲା । ଏତେ ବଡ଼ ବ୍ୟବସାୟିକ ପରିବାରରୁ ଆସିଥିଲେ ମଧ୍ୟ ବିଳାସବ୍ୟସନ ଛାଡି ସେ ଭିନ୍ନ କରିବା ପଛରେ ଲାଗି ରହିଥିଲେ । ତାଙ୍କ ଅନ୍ୟତମ ପ୍ରକଳ୍ପ ନାନୋ ବିଫଳ ହୋଇଥିଲେ ମଧ୍ୟ ୧ ଲକ୍ଷ ଟଙ୍କାର କାର୍‌କୁ ଚାରି ଆଡୁ ବେଶ୍‌ ପ୍ରଶଂସା ମିଳିଥିଲା । ଟାଟା ଇଣ୍ଡିକା, ଟାଟା ସଫାରୀ ତାଙ୍କର ସଫଳ ଉତ୍ପାଦ । ଏକଦା ଟାଟା କହିଥିଲେ, ଯେଉଁ କ୍ଷେତ୍ରରେ ଲୋକେ କିଛି କରିବାକୁ ଡରୁଥିଲେ ସେଭଳି କ୍ଷେତ୍ରରେ କିଞ୍ଚିତ ମାତ୍ର କାମ କରିଥିଲେ ବି ଖୁସି । ଏହା ସାରା ଜୀବନ ପାଇଁ ସନ୍ତୋଷ ଦେଇଥାଏ । 

ନେତୃତ୍ୱ: ଟାଟାଙ୍କୁ ଜଣେ ବଡ଼ ଟିମ୍‌ ଲିଡର ବୋଲି ବିବେଚନା କରାଯାଏ । ସେ ଥରେ କହିଥିଲେ ପ୍ରକୃତ ଲିଡର ତାଙ୍କ ଚର୍ତୁପାଶ୍ୱର୍ରେ ତାଙ୍କ ଠାରୁ ବୁଦ୍ଧିମାନ ଲୋକଙ୍କ ସହ ରହିଥାନ୍ତି । ଟାଟା ସବୁବେଳେ କମ୍ପାନି ଲାଗି ସ୍ପଷ୍ଟ ଲକ୍ଷ୍ୟ ରଖୁଥିଲେ । ସେହି ଲକ୍ଷ୍ୟ ହାସଲ କରିବା ଲାଗି ଟିମ୍‌କୁ ଉତ୍ସାହିତ କରୁଥିଲେ । କର୍ମଚାରୀଙ୍କ ଖରାପ ସମୟରେ ତାଙ୍କ ସହ ଛିଡ଼ା ହେଉଥିଲେ । ଗତ ୨ ବର୍ଷ ପୂର୍ବେ କମ୍ପାନିର ଜଣେ କର୍ମଚାରୀଙ୍କୁ ଭେଟିବା ଲାଗି ସେ ମୁମ୍ବାଇରୁ ପୁନେ ପହଞ୍ଚି ଯାଇଥିଲେ । 

ଉଦ୍ଭାବନ: ଟାଟା କହୁଥିଲେ ଷ୍ଟାର୍ଟଅପ୍‌ଗୁଡିକର ଭବିଷ୍ୟତ ସେତେବେଳେ ଉଜ୍ଜ୍ୱଳ ହେବ ଯେବେ ସେଥିରେ ଉଦ୍ଭାବନ ହେବ । ନୂଆ ପ୍ରୟୋଗ ଦ୍ୱାରା ଷ୍ଟାର୍ଟଅପଗୁଡିକର ସଫଳତା ହାର ବଢ଼ିଥାଏ । ଉଦ୍ଭାବନ କରିଥିବା ବିଭିନ୍ନ ଷ୍ଟାର୍ଟଅପ୍‌ରେ ଟାଟା ନିବେଶ କରିଛନ୍ତି । ଓଲା ଇଲେକ୍ଟ୍ରିକ, ଲେନ୍ସକାର୍ଟ, ପେଟିଏମ୍‌ ଭଳି କମ୍ପାନି ଏହି ତାଲିକାରେ ସାମିଲ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.