PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ରାଜଧାନୀରେ ବଢ଼ୁଛି ଟାଟୁ କ୍ରେଜ୍‌

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ବଦଳୁଛି ଟାଟୁ ଡିଜାଇନ୍‌ । ହାତରେ ପ୍ରିୟଜନଙ୍କ ନାଁ ଖୋଦେଇ ଭିତରେ ଏହା ଆଉ ସୀମିତ ହୋଇ ରହିନାହିଁ । ମନୋରଞ୍ଜନ, ସାମାଜିକ ପ୍ରସଙ୍ଗ ଓ କାଳ୍ପନିକ ଚିନ୍ତାଧାରାକୁ ରୂପ ଦେଉଛି ଟାଟୁ । ତାହା ପୁଣି ବଡି ଆର୍ଟ ମାଧ୍ୟମରେ । ଆଜିର ଯୁବପିଢ଼ି ଏଥିପ୍ରତି ବେଶୀ ଆଗ୍ରହ ଦେଖାଉଛନ୍ତି । ଯାହାକି ବଢ଼ୁଥିବା ଟାଟୁ ଆର୍ଟ ଇଣ୍ଡଷ୍ଟ୍ରି ପାଇଁ ଏକ ଶୁଭ ସଙ୍କେତ । ହାତରେ ଚିତା କୁଟାଇବା ଅପେକ୍ଷା ଆଜିର ଯୁବପିଢ଼ି ବଡି ଆର୍ଟ (ଦେହରେ ଯେକୌଣସି ଚିତ୍ର) ପ୍ରତି ବେଶୀ ଆଗ୍ରହ ଦେଖାଉଛନ୍ତି । ସେ କ୍ଷଣସ୍ଥାୟୀ ହେଉ କି ଚିରସ୍ଥାୟୀ । ସବୁଥିରେ ରହୁଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗର କଥା ।

ବଡି ଆର୍ଟ ପାଇଁ ରାଜଧାନୀରେ ପାଖାପାଖି ୨୦ ପ୍ରଫେସନାଲ୍‌ ଟାଟୁ ଷ୍ଟୁଡିଓ ରହିଛି । କଟକରେ ୭ରୁ ୮ଟି ଷ୍ଟୁଡିଓ ଥିବା ବେଳେ ବ୍ରହ୍ମପୁରରେ ତିନୋଟି ରହିଛି । ଯେଉଁଠାରେ ଅଭିଜ୍ଞ ଟାଟୁ ଆର୍ଟିଷ୍ଟ ଓ ଡାକ୍ତର ରହିଥାନ୍ତି । ଏସବୁ ଷ୍ଟୁଡିଓରେ କେବଳ ଟାଟୁ ଖୋଦେଇ ହେଉନି ବରଂ ଏହାକୁ ଲିଭାଇବାର ବ୍ୟବସ୍ଥା ମଧ୍ୟ କରାଯାଉଛି


ଅସ୍ଥାୟୀ ଭାବେ କରାଯାଉଥିବା ଟାଟୁ ୮ରୁ ୧୦ ଦିନ ପର୍ଯ୍ୟନ୍ତ ରହୁଥିବା ବେଳେ ଅନ୍ୟ ଟାଟୁ ସବୁଦିନ ପାଇଁ ରହିଥାଏ । ବିଶେଷକରି ପାର୍ଟି, ଜନ୍ମଦିନ, ବିବାହ ଓ କଲେଜ ଉତ୍ସବମାନଙ୍କରେ ଯୋଗଦେବା ପାଇଁ ଯାଉଥିବା ଯୁବପିଢ଼ିମାନେ ନିଜ ଦେହରେ ଏହାକୁ ବନାଇଥାନ୍ତି । ଏଥିପାଇଁ ସେମାନଙ୍କୁ ୩୦୦ରୁ ୧ ହଜାର ଟଙ୍କା ମଧ୍ୟରେ ଖର୍ଚ୍ଚ କରିବାକୁ ପଡିଥାଏ । ସେହିପରି ୭୦୦ରୁ ୩ ହଜାର ଟଙ୍କା ଖର୍ଚ୍ଚ କରି ଜଣେ ନିଜ ଦେହରେ ସ୍ଥାୟୀ ଟାଟୁ ତିଆରି କରିପାରିବେ । ଭୁବନେଶ୍ୱରର ପ୍ରଫେସନାଲ୍‌ ଷ୍ଟୁଡିଓରେ ଏବେ ଦିନକୁ ୫ରୁ ଅଧିକ ଟାଟୁ ତିଆରି ହେଉଛି । ଦେହରେ ଟାଟୁ ବା ବର୍ଡି ଆର୍ଟ କରିବାକୁ ଯେତିକି ଖର୍ଚ୍ଚ ହୁଏ ତାକୁ ଲିଭାଇବା ପାଇଁ ୪ ଗୁଣ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ ।

ଲେଜର ଟ୍ରିଟ୍‌ମେଣ୍ଟ ଦ୍ୱାରା ଟାଟୁ ଲିଭାଯାଇଥାଏ । ଏଥିପାଇଁ ୬ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ । ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରତି ମାସରେ ଥରେ ଲେଖାଏଁ ଟାଟୁ ଲିଭାଇବା ପାଇଁ ଉପଚାର କରାଯାଏ । ପ୍ରତି ସିଟିଂ ପାଇଁ ଜଣକୁ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଏ ବାବଦରେ ଇଙ୍କ ଷ୍ଟୋରିଜ୍‌ର ପ୍ରୋପାଇଟର୍‌ ସତିଶ କୁମାର ପାତ୍ର କହନ୍ତି ୩ ବର୍ଷ ହେବ ଟ୍ୱିନ୍‌ସିଟିରେ ଏହି ଟ୍ରେଣ୍ଡ ନିଜର କାୟା ବିସ୍ତାର କରିଛି । ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଣେ ଆର୍ଟିଷ୍ଟ ଷ୍ଟୁଡିଓଟିଏ ତିଆରି କରିପାରିବେ । ଟାଟୁ ଆର୍ଟିଷ୍ଟମାନେ ମାସକୁ ଅତି କମ୍‌ରେ ୨୦ ହଜାର ଟଙ୍କା ରୋଜଗାର କରିପାରିବେ । ଆଜିର ଯୁବପିଢ଼ି କେବଳ ଟାଟୁ ଆର୍ଟ ନୁହେଁ ବରଂ ନେଲ୍‌ ଆର୍ଟ ଓ ପିୟରସିଂରେ ମଧ୍ୟ ଆଗ୍ରହ ଦେଖାଉଛନ୍ତି । ଟାଟୁ ହେଉ କି ପିୟରସିଂ, ଆମେ ଏଥିପାଇଁ ପ୍ରଥମେ ସେମାନଙ୍କୁ ସଚେତନ କରାଉଛୁ । ଟାଟୁରେ ବ୍ୟବହାର ହେଉଥିବା କେମିକାଲ, ଛୁଞ୍ଚି, ଗ୍ଲୋଭସ୍‌, ଟାଟୁର ଯତ୍ନ, ଏହାର ଉପଚାର ଆଦି ବିଷୟରେ ସେମାନଙ୍କୁ ଜଣାଉଛୁ । ପରେ ଏହାକୁ ଦେହରେ ଖୋଦେଇ କରାଯାଉଛି ।