ପ୍ରମୁଖ ଖବର
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଗଞ୍ଜାମ–ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣିରେ ଅହିଂସା ରଥକୁ ସ୍ୱାଗତ

ଗଞ୍ଜାମ, ୨୩/୦୯ : ଗଞ୍ଜାମ–ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣିରେ ଅହିଂସା ରଥକୁ ଆଜି ସ୍ୱାଗତ କରାଯାଇଛି। ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ପରେ ଗଞ୍ଜାମ ଜ଼ିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ। ଏହି ରଥ ସାତଦିନ ଜିଲ୍ଲାରେ ପରିଭ୍ରମଣ କରିବ। ଏହି ଅବସରରେ ସାନଖେମୁଣ୍ଡି ବ୍ଲକ ତପ୍ତପାଣିରେ ପ୍ରଶାସନ, ପୋଲିସ, ମିଶନ ଶକ୍ତି ମହିଳା, ସ୍କୁଲ ଛାତ୍ରଛାତ୍ରୀ, ଏବଂ ଆଖପାଖର ଶତାଧିକ ମହିଳା, ପୁରୁଷ ଉପସ୍ଥିତ ଥିଲେ। ସମସ୍ତେ ହୁଳହୁଳି ଦେଇ ଫୁଲ ପକାଇ ଅହିଂସା ରଥକୁ ସ୍ଵାଗତ କରିଥିଲେ।

ଏହାପରେ ପୋଡାମାରି, ଡ଼େଙ୍ଗାଉସ୍ତା ଏବଂ ଦିଗପହଣ୍ଡିରେ ଏନ, ଏ, ସି ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଲୋକନୃତ୍ୟ ପରିବେଷଣ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅହିଂସା ରଥ ରାଜ୍ୟ ପରିଭ୍ରମଣ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.