ନୂଆଦିଲ୍ଲୀ,୨୫/୦୫; ଯୁବପିଢ଼ି ଏବଂ ଅସରାପ ଉପରେ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ମନ୍ତବ୍ୟରୁ ଜନ୍ମ ନିଏ କକ୍ରୋଚ୍ ଜନତା ପାର୍ଟି । ରାତାରାତି ଲୋକପ୍ରିୟତା ହାସଲ କରେ । ଏକ୍ସ, ଇନଷ୍ଚା, ୱେବସାଇଟରେ କୋଟି କୋଟି ଫଲୋଅର୍ସ ବଢନ୍ତି । ସବୁଠି କକ୍ରୋଚ୍ ପାର୍ଟି ଚର୍ଚ୍ଚା । ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା "କକ୍ରୋଚ୍ ଜନତା ପାର୍ଟି" ବର୍ତ୍ତମାନ ଖବରରେ ଅଛି । ଏହି ସୋସିଆଲ ମିଡିଆ ପାର୍ଟି ଦେଶର ରାଜନୀତି, ଆଇନ ଶୃଙ୍ଖଳା ଏବଂ ସୋସିଆଲ ମିଡିଆ ବିତର୍କରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । କେନ୍ଦ୍ରୀୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରସଙ୍ଗରେ ବୟାନ ଦେଉଛନ୍ତି । ଏମିତିକୁ ପ୍ରତିଷ୍ଠାତାଙ୍କ ଘର ବାହାରେ ପୁଲିସ ମୁତୟନ କରିବାକୁ ପଡିଛି । ଏହି ସମୟରେ, ଆନ୍ଧ୍ର ପ୍ରଦେଶରେ ବିଜେପି ସହଯୋଗୀ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏହି ପ୍ରସଙ୍ଗରେ ସରକାରଙ୍କୁ ଚେତାବନୀ ଦେଇଛି, ଯୁବପିଢ଼ିଙ୍କ କ୍ରୋଧ ଏବଂ ବଢ଼ୁଥିବା ସୋସିଆଲ ମିଡିଆ ପ୍ରତିବାଦକୁ ଗମ୍ଭୀରତାର ସହ ନେବା ଉପରେ ଗୁରୁତ୍ୱାରୋପ କରିଛି ।
ଟିଡିପି କହିଛି ଯେ, ବର୍ତ୍ତମାନର ପରିସ୍ଥିତି ପାଇଁ ନୀତି ପୁନର୍ବିଚାର ଆବଶ୍ୟକ। ଏହା ନକଲେ ଅସନ୍ତୋଷ ଆହୁରି ବଢିପାରେ। ଟିଡିପି ଆନ୍ଧ୍ର ପ୍ରଦେଶ ୟୁନିଟ୍ ସଭାପତି ପଲ୍ଲା ଶ୍ରୀନିବାସ ରାଓ କହିଛନ୍ତି ଯେ, ସିଜେପି ଭଳି ଅନଲାଇନ୍ କାର୍ଯ୍ୟକଳାପ ଯୁବପିଢ଼ିଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରେ ଏବଂ ସେମାନଙ୍କର କିଛି ପ୍ରସଙ୍ଗକୁ ଗମ୍ଭୀର ଭାବରେ ବିଚାର କରିବା ଆବଶ୍ୟକ । ସେ ଏହା ମଧ୍ୟ କହିଛନ୍ତି ଯେ, ଏପରି ଆନ୍ଦୋଳନ ପାଇଁ ନୀତି ସମୀକ୍ଷା ଆବଶ୍ୟକ । ସାମାଜିକ ଗଣମାଧ୍ୟମରେ ବାହ୍ୟ ପ୍ରଭାବ ସମ୍ପର୍କରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ଏହା ବି ପଢନ୍ତୁ...Twisha Sharma Case : ଟ୍ଵିଷା ଶର୍ମା ମୃତ୍ୟୁ ମାମଲାରେ ସିବିଆଇକୁ ନିରପେକ୍ଷ ଯାଞ୍ଚ ନିର୍ଦ୍ଦେଶ, ଶାଶୁ ଗିରିବାଳାଙ୍କୁ ତୁରନ୍ତ ଜାମିନ ନେଇ ସିଜେଆଇଙ୍କ ପ୍ରଶ୍ନ
ସରକାରଙ୍କ ବିରୋଧରେ ପ୍ରତିବାଦ, ଟିଡିପିର ପରାମର୍ଶ
.ସମ୍ପ୍ରତି ଅନେକ ରାଜ୍ୟରେ କିଛି ଯୁବକ 'କକ୍ରୋଚ୍' ଚିହ୍ନ ସହିତ ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି ।
.ଏହି ପ୍ରଦର୍ଶନ ବେକାରୀ, ପେପର ଲିକ୍ ଏବଂ ଅନ୍ୟାନ୍ୟ ଅନେକ ଦାବି ସମ୍ପର୍କରେ ଥିଲା ।
.ଏହି ସମୟରେ, ଏନଡିଏ ସହଯୋଗୀ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏହି ପ୍ରସଙ୍ଗରେ ଭିନ୍ନ ମତ ରଖିଛି ।
.ସେ କହିଛନ୍ତି ଯେ, ଯୁବକମାନଙ୍କ କ୍ରୋଧକୁ ଅଣଦେଖା କରାଯାଇପାରିବ ନାହିଁ ।
.ଟିଡିପି ନେତାମାନେ ଚେତାବନୀ ଦେଇଛନ୍ତି ଯେ, ନୀତିଗୁଡ଼ିକର ସମୀକ୍ଷା ଜରୁରୀ, ନଚେତ୍ ଅସନ୍ତୋଷ ବୃଦ୍ଧି ପାଇପାରେ ।
ଏହା ବି ପଢନ୍ତୁ...Cockroach Janta Party: ସୁପ୍ରିମକୋର୍ଟରେ କକ୍ରୋଚ୍ କମ୍ପନ ,CBI ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା
ଫଲୋଅର୍ସଙ୍କୁ ନେଇ ଦାବି- କକ୍ରୋଚ୍ ଜନତା ପାର୍ଟିର ଇନଷ୍ଟାଗ୍ରାମରେ ୨କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି । ଯାହା ଭାରତର ଅନ୍ୟ କୌଣସି ରାଜନୈତିକ ଦଳ ଅପେକ୍ଷା ବହୁତ ଅଧିକ । କେରଳ ବିଜେପି ସଭାପତି ରାଜୀବ ଚନ୍ଦ୍ରଶେଖର ସିଜେପିକୁ ଏକ କ୍ଲାସିକ୍ ସୀମାପାର ପ୍ରଭାବ ଅଭିଯାନ ଭାବରେ ବର୍ଣ୍ଣନା କରିଛନ୍ତି । ଦିଲ୍ଲୀ ବିଜେପି ନେତା ତାଜିନ୍ଦର ବାଗା ଏହାକୁ ପାକିସ୍ତାନ ଜନତା ପାର୍ଟି ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, ଭାରତର ଯୁବ ଜନସଂଖ୍ୟା ପ୍ରକୃତ ଅନୁଗାମୀ ସଂଗ୍ରହ କରିବା ପାଇଁ ଯଥେଷ୍ଟ ଅଧିକ । ଆମକୁ ଭାରତ ବିରୋଧୀ ଗ୍ୟାଙ୍ଗଠାରୁ ପ୍ରମାଣପତ୍ର ଲୋଡ଼ିବାର ଆବଶ୍ୟକତା ନାହିଁ । ସିଜେପି ଦାବି କରିଛନ୍ତି ଯେ ଏହାର ୯୪%ରୁ ଅଧିକ ଅନୁଗାମୀ ଭାରତର । କେନ୍ଦ୍ର ମନ୍ତ୍ରୀ କିରନ୍ ରିଜିଜୁ ଭାରତୀୟ ଯୁବକଙ୍କୁ ପାକିସ୍ତାନୀ କାହିଁକି କହୁଛନ୍ତି ?