ନୂଆଦିଲ୍ଲୀ, ୨୫/୦୫ : ଭୋପାଳର ହାଇପ୍ରୋଫାଇଲ୍ ଟ୍ଵିଷା ଶର୍ମା ମୃତ୍ୟୁ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି। ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ସିବିଆଇକୁ ନିରପେକ୍ଷ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ। ଏହା ସହ ଶାଶୁ ଗିରିବାଳାଙ୍କୁ ତୁରନ୍ତ ଜାମିନ ନେଇ ସିଜେଆଇ ପ୍ରଶ୍ନ କରିଛନ୍ତି। ତଦନ୍ତରେ ସହଯୋଗ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେତା ଏକ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ, ପରିବାରକୁ ଠିକ୍ ସମୟରେ ନିଜ ଝିଅର ସାଥ୍ ଦେବା ଜରୁରୀ। କାରଣ ଝିଅ ଶବ ହେବା ଅପେକ୍ଷା ଛାଡ଼ପତ୍ର ନେଇ ସୁରକ୍ଷିତ ରହିବା କେଇ ଗୁଣରେ ଭଲ।
କୋର୍ଟ କହିଛନ୍ତି ଯେ, ଟ୍ଵିଷାଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ହେଉ କିମ୍ଵା ଅପ୍ରାକୃତିକ, ତାହାର ତଦନ୍ତ ନିରପେକ୍ଷ ହେବା ଜରୁରୀ। ଗିରିବାଳା ଜଣେ ଅବସରପ୍ରାପ୍ତ ଜଜ ହୋଇଥିବାରୁ ତଦନ୍ତ ପ୍ରଭାବିତ ହେଉନଥିବା ସାଧାରଣ ଲୋକ ଭାବୁଛନ୍ତି। ତେଣୁ ଏହି ମାମଲାରେ ସିବିଆଇକୁ ତଦନ୍ତ ଦାୟିତ୍ଵ ଦେବା ପ୍ରଶଂସନୀୟ। ଏହାଦ୍ଵାରା ବିନା କୌଣସି ବାଧାବିଘ୍ନରେ ତଦନ୍ତ ଆଗକୁ ବଢିବ। ତେବେ ଟ୍ଵିଷାଙ୍କ ଶାଶୁ ଗିରିବାଳା ଗଣମାଧ୍ୟମରେ ତାଙ୍କ ମୃତ ବୋହୂଙ୍କ ଚରିତ୍ର ସଂହାରକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ସିଜେଆଇ କହିଛନ୍ତି ଯେ, ଏବେ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ମଧ୍ୟରେ ଚାଲିଥିବା କଳ୍ପନାଜଳ୍ପନାକୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ। ତେଣୁ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତ ପରିବାରକୁ ଗଣମାଧ୍ୟମରେ କିମ୍ଵା ସାର୍ବଜନୀନ ମଞ୍ଚରେ ବୟାନ ନଦେବାକୁ କୋର୍ଟ ଅପିଲ୍ କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ମୃତ୍ୟୁର ୧୨ ଦିନ ପରେ ସରିଲା ତ୍ୱିଶା ଶର୍ମାଙ୍କ ଅନ୍ତିମ ସଂସ୍କାର, ଲୁହରେ ଭରା ଆଖିରେ ବିଦାୟ ଦେଲା ପୁରା ପରିବାର