PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଚା’ ପିଉଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ସଂରଚନା ଅଧିକ ସକ୍ରିୟ

ନୂଆଦିଲ୍ଲୀ ୧୩/୦୮: ବିଶ୍ୱର ଅନ୍ୟତମ ସବୁଠୁ ଲୋକପ୍ରିୟ ପାନୀୟ ଚା’ । ବିଶ୍ୱରେ ଯେତେ ପ୍ରକାର ପଦ୍ଧତିରେ ଚା’ ଉପଲବ୍ଧ ହେଉଛି, ’ପ୍ରେମୀମାନେ ସେ ସବୁକୁ ଭଲପାଆନ୍ତି । ତେବେ ଚା’ର ଅସଂଖ୍ୟ ଉପକାରିତା ରହିଛି । ଆମ ମସ୍ତିଷ୍କ ସଂରଚନା ଉପରେ ଏହାର ପ୍ରଭାବ ରହିଛି ବୋଲି ଏକ ସଦ୍ୟ ଅଧ୍ୟୟନ ଜାଣିବାକୁ ପାଇଛି ।

ଅଧ୍ୟୟନ ଅନୁସାରେ, ଚା’ ପିଉନଥିବା ବ୍ୟକ୍ତିଙ୍କ ତୁଳନାରେ ନିୟମିତ ଚା’ ପିଉଥିବା ବ୍ୟକ୍ତି ତା’ର ଅଧିକ ସୁଫଳ ପାଇଥାନ୍ତି। ସେମାନଙ୍କ ମସ୍ତିଷ୍କ ସଂରଚନା ଚା’ ପିଉନଥିବା ବ୍ୟକ୍ତିଙ୍କ ତୁଳନାରେ ଅପେକ୍ଷାକୃତ ଭଲ । ଚା’ ପିଇବା ଦ୍ୱାରା ମସ୍ତିଷ୍କରେ ଅଧିକ କାର୍ଯ୍ୟକ୍ଷମତା ଓ ସଂରଚନାତ୍ମକ ସଂଯୋଗ ହୋଇପାରେ । ଏଜିଂ ପତ୍ରିକାରେ ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି, ଯାହାର ଶୀର୍ଷକ ‘ଅଭ୍ୟାସଗତ ଚା’ ପାନ ମସ୍ତିଷ୍କ ଦକ୍ଷତାକୁ ବ୍ୟବସ୍ଥିତ କରେ: ମସ୍ତିଷ୍କ ସଂଯୋଗ ମୂଲ୍ୟାଙ୍କନରୁ ପ୍ରମାଣ ।’ ଅଧ୍ୟୟନ ପାଇଁ ଗବେଷକମାନେ କିଛି ଲୋକଙ୍କୁ ଚା’ ପିଇବା ଅଭ୍ୟାସ ଉପରେ ପ୍ରଶ୍ନ କରିଥିଲେ ।

ସେମାନେ କେତେ ଥର ବିଭିନ୍ନ ପ୍ରକାର ଚା’ ପିଇଥିଲେ, ସେ ସମ୍ପର୍କରେ ପ୍ରଶ୍ନ ଥିଲା । ପ୍ରତିଯୋଗୀଙ୍କ ବୟସ ୬୦ କିମ୍ବା ତା’ଠୁ ଅଧିକ ଥିଲା । ପ୍ରତ୍ୟେକ ନିଜ ନିଜର ମାନସିକ ସ୍ୱାସ୍ଥ୍ୟ, ଦୈନନ୍ଦିନ ଜୀବନଶୈଳୀ ଓ ସାମଗ୍ରୀକ ସ୍ୱାସ୍ଥ୍ୟ ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ପ୍ରତିଯୋଗୀଙ୍କୁ ଦୁଇ ଦଳରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍‌ ଚା’ ପିଉଥିବାବେଳେ ଅନ୍ୟ ଗ୍ରୁପ୍‌ର ପ୍ରତିଯୋଗୀ ଆଦୌ ଚା’ ପିଉନଥିଲେ ।

ସମସ୍ତଙ୍କର ଏମ୍‌ଆର୍‌ଆଇ ସ୍କାନ ସହିତ ଅନ୍ୟ ପରୀକ୍ଷା କରାଯାଇଥିଲା । ଚା’ ପିଉଥିବା ଓ ନ ପିଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସଂଯୋଗରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ବୈଜ୍ଞାନିକମାନେ ଚିହ୍ନଟ କଲେ । ତଥ୍ୟ ଅନୁସାରେ, ଚା’ ପିଇବାର ମସ୍ତିଷ୍କ ଗଠନ ଉପରେ ସକାରାତ୍ମକ ପ୍ରଭାବ ରହିଛି ଏବଂ ଚା’ ପିଉଥିବା ବ୍ୟକ୍ତିଙ୍କ ମସ୍ତିଷ୍କରେ କାର୍ଯ୍ୟକ୍ଷମତା ଓ ସଂରଚନାତ୍ମକ ଯୋଗରେ ଦକ୍ଷତା ବୃଦ୍ଧିକୁ ଚା’ ପ୍ରୋତ୍ସାହିତ କରେ, ଏହି ଥିଓରିକୁ ଅଧ୍ୟୟନର ଅବଲୋକନ ଆଂଶିକ ଭାବେ ସମର୍ଥନ କରେ ।