PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଶିକ୍ଷୟିତ୍ରୀଙ୍କ ଠାରୁ ଭ୍ୟାନିଟି ଲୁଟ୍‌

ଭୁବନେଶ୍ୱର,୨୬/୦୭ : ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ଭ୍ୟାନିଟି ବ୍ୟାଗ୍‌ ଲୁଟ୍‌ ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ଲୁଟେରାକୁ ଗିରଫ କରିଛି । ତାଙ୍କ ନାମ ଲଳିତ କୁମାର ବିଶୋଇ(୨୦) । ଘର ସାଲିଆସାହି ଇଡ୍‌କୋ ବସ୍ତି । ଲଳିତଙ୍କ ଠାରୁ ପୁଲିସ ମୋବାଇଲ ଫୋନ୍‌ ଓ ୨ ହଜାର ଟଙ୍କା ଜବତ କରିଛି । ସହିଦନଗର ଏଲ୍‌ଆଇସି କଲୋନୀରେ ରହୁଥିବା ଅମରେଶ କୁମାର ସାମନ୍ତଙ୍କ ପତ୍ନୀ ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ଏନ୍‌-୧ରେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି ।

ଗତ ୨୩ ତାରିଖରେ ସ୍କୁଲ ଛୁଟି ପରେ ସେ ସ୍କୁଟରରେ ଘରକୁ ଫେରୁଥିଲାବେଳେ ୩ ଲୁଟେରା ତାଙ୍କଠୁ ଭ୍ୟାନିଟି ବ୍ୟାଗ୍‌ ଝାମ୍ପିନେଇଥିଲେ । ଭ୍ୟାନିଟିରେ ମୋବାଇଲ ଫୋନ୍‌ ଓ ୧୫ ହଜାର ଟଙ୍କା ଥିଲା । ଏନେଇ ଅମରେଶ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଲୁଟ୍‌ ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ଲଳିତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ମୋବାଇଲ୍‌ ଫୋନ୍‌ ଓ ୨ ହଜାର ଟଙ୍କା ଜବତ କରିଥିଲା । ଆଜି ଲଳିତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଲୁଟ୍‌ରେ ସଂପୃକ୍ତ ଫେରାର ଥିବା ଲଳିତଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।