PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଅଡୁଆରେ ଶିକ୍ଷକ ଶିକ୍ଷୟିତ୍ରୀ: ଏବେ ବିଦ୍ୟାଳୟରେ ମୋବାଇଲ ଫୋନ୍ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ବିକାନର ୨୦।୭: ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଆସିଲା ନୂଆ ନିୟମ। ଏବେ ବିଦ୍ୟାଳୟରେ ଥିବା ସମୟରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ। ଯଦି କୈାଣସି ଶିକ୍ଷକ ମୋବାଇଲ ବ୍ୟବହାର କରୁଥିବାର ଦେଖାଯିବ ତାହେଲେ ସେମାନଙ୍କୁ ଏବଂ ସଂସ୍ଥାର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁ​‌ଷ୍ଠାନ ନିଆଯିବ। ଏଭଳି ଆଦେଶ ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି।

ଏନେଇ ଶିକ୍ଷା ବିଭାଗର ସଂଯୁକ୍ତ ନିର୍ଦେଶକ ଦେବଲତା ବିକାନେର ସଂଭାଗର ଶ୍ରୀଗଙ୍ଗାନଗର, ଜୁରୁ, ବେକାନେର ଏବଂ ହନୁମାନଗଡ଼ ଜିଲ୍ଲାର ଜିଲ୍ଲା ଶିକ୍ଷାଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ସମୟରେ ମୋବାଇଲ ବନ୍ଦ ରଖିବାକୁ ନିର୍ଦେଶ ଜାରି କରିଛନ୍ତି। ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ କର୍ମଚାରୀ ମୋବାଇଲ ବ୍ୟବହାର କରିବା ଫଳରେ ପିଲାଙ୍କର ପାଠ ପଢ଼ା ମାହୋଲ ଖରାପ ହୋଇଯାଉଛି।

ଲକ୍ଷ୍ୟ କରାଯାଇଛି କି ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ଫେସବୁକ, ହ୍ବାଟସଅପ ଓ ଅନ୍ୟ ବ୍ୟକ୍ତିଗତ କାମରେ ବ୍ୟସ୍ତ ରହୁଛନ୍ତି। ଫଳରେ ପିଲାଙ୍କ ପାଠ ପଢ଼ାରେ ଅବହେଳା ସୃଷ୍ଟି ହେଉଛି। ତେଣୁ ବିଦ୍ୟାଳୟରେ ସମୟରେ କର୍ମଚାରୀଙ୍କୁ ମୋବାଇଲ ଫୋନ ବ୍ୟବହାର କରିବାକୁ ଖୋଦ୍ ଶିକ୍ଷା ବିଭାଗ ନିର୍ଦେଶ ଜାରି କରିଛି।