ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଉଦୀୟମାନ କ୍ରିକେଟର ତଥା ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗଙ୍କ ସଫଳ ହୋଇଛି ଅସ୍ତ୍ରୋପଚାର । ମୁମ୍ବାଇରେ ତାଙ୍କର ଏକ ହସ୍ପିଟାଲରେ ସର୍ଜରୀ ହୋଇଛି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ କିଛିଦିନ ପାଇଁ ସେ କ୍ରିକେଟ ଖେଳିବାରୁ ଦୂରେଇ ରହିବେ ବୋଲି କୁହାଯାଉଛି ।

 
 
 
 
 
 
 
 
 
 
 
 
 
 
 

ପରାଗଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା । ଦୀର୍ଘଦିନ ହେବ ସେ ଆଘାତ ସହ ଜୁଝି ହେଉଥିଲେ । ଲକ୍ଷ୍ନୌ ବିପକ୍ଷ ମୁକାବିଲରେ ସେ ଆଘାତ ପାଇଥିଲେ । ତଥାପି ମୁମ୍ବାଇ ବିପକ୍ଷରେ ଅନ୍ତିମ ଲିଗ୍ ମ୍ୟାଚ ଖେଳିଥିଲେ । ଦଳକୁ ପ୍ଲେଅଫରେ ପହଞ୍ଚାଇବା ପାଇଁ ସଂଘର୍ଷ କରିଥିଲେ । ଶେଷ ମ୍ୟାଚ ପର୍ଯ୍ୟନ୍ତ ଫିଟ୍ ନଥାଇ ମଧ୍ୟ ଖେଳିଥିଲେ । ଯଦିଓ ରାଜସ୍ଥାନ କ୍ବାଲିଫାୟର-୨ରେ ହାରିଥିଲା ତଥାପି ଚଳିତ ସିଜିନରେ ଦଳର ପ୍ରଦର୍ଶନ ଭଲ ରହିଥିଲା ।

କାନ୍ଧରେ ଆଘାତ ଲାଗିଥିବାବେଳେ ସେ କଷ୍ଟ ପାଉଥିଲେ । ଯାହାର ଅସ୍ତ୍ରୋପଚାର ନିହାତି ଆବଶ୍ୟକ ଥିଲା । ଆଉ ଏବେ ସେ ଅସ୍ତ୍ରୋପଚାର କରିବା ପରେ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି । ଏହାସହ ସେ କିଛିଦିନ ପାଇଁ ଖେଳରୁ ଦୂରେଇ ରହିବେ ବୋଲି କହିଛନ୍ତି । ହସ ହସ ମୁହଁରେ ସେ ଫଟୋ ପୋଷ୍ଟ କରିଛନ୍ତି । ସେପଟେ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରୀରାଷ୍ଟ୍ରୀୟ ସିରିଜରେ ଭାରତୀୟ ଏ ଦଳର ଉପଅଧିନାୟକ ଭାବେ ସୁଯୋଗ ପାଇଥିଲେ ପରାଗ । ତଥାପି ତାଙ୍କର ଅସ୍ତ୍ରୋପଚାର ହେବାକୁଥିବାବେଳେ ଏହି ସିରିଜରୁ ସେ ଓହରି ଯାଇଥିଲେ ।

ଏହାସହ ପଢ଼ନ୍ତୁ : Raja Raghuvanshi Murder Case: ମେଘାଳୟ ନୁହେଁ ଏହି ଦେଶକୁ ଚାଲିଗଲେ ସୋନମ, ରାଜାଙ୍କ ଭାଇ ଆଣିଲେ ଅଭିଯୋଗ