ଭଦ୍ରକ ୧୧/୦୬: ଭଦ୍ରକରେ ପୁଲିସର ଏନ୍କାଉଣ୍ଟର। ସହରରେ ଅପରାଧୀଙ୍କ ସାବାଡ୍ ପାଇଁ ଗର୍ଜିଲା ପୁଲିସର ବନ୍ଧୁକ। ଦୁର୍ଦ୍ଦାନ୍ତ ଅପରାଧୀ ପପୁକୁ ଏନ୍କାଉଣ୍ଟର କରାଯାଇଛି। ପପୁର ଡାହାଣ ଗୋଡ଼ରେ ଗୁଳି ବାଜିଛି। ପ୍ରଥମିକ ଚିକିତ୍ସା ପରେ ଭଦ୍ରକରୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଏନକାଉଣ୍ଟର ବେଳେ ୩ ପୁଲିସ କର୍ମଚାରୀ ବି ଆହତ ହୋଇଛନ୍ତି। ଜଣେ ASI, ଜଣେ ଇନସ୍ପେକ୍ଟର ଏବଂ ଜଣେ କନେଷ୍ଟବଲ୍ ଆହତ ହୋଇଛନ୍ତି । ଭଦ୍ରକ ଏସପି ମନୋଜ ରାଉତ ଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ସଦର , ଗ୍ରାମାଞ୍ଚଳ ଓ ପୁରୁଣା ବଜାର ପୁୁଲିସ ମିଳିତ ଅପରେସନ୍ କରିଥିଲେ ।
ସୂଚନା ଅନୁଯାୟୀ, ଭଦ୍ରକ ପୁଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଗତକାଲି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୁଲିସ। ପାଟ୍ରୋଲିଂ ବେଳେ ପପୁ ସହ ପୁଲିସର ମୁହାଁମୁହିଁ ହେଇଥିଲା । ପୁଲିସକୁ ଦେଖି ଅତର୍କିତ ଗୁଳିମାଡ଼ କରିଥିଲା ଦୁର୍ଦ୍ଦାନ୍ତ ଅପରାଧି ପପୁ ମଲ୍ଲିକ। ପୁଲିସ ନିଜର ଆତ୍ମରକ୍ଷା ପାଇଁ ଅପରାଧିକୁ ବଜାବ ଦେଇଥିଲା । ଏହି ଏନ୍କାଉଣ୍ଟରରେ ପପୁ ମଲ୍ଲିକର ଡାହାଣ ଗୋଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ପପୁ ଗୁରୁତର ହୋଇପଡିଥିଲା । ତାକୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଦ୍ଦାନ୍ତ ଅପରାଧୀ ପପୁ ନାଁରେ ୨୨ରୁ ଅଧିକ ହତ୍ୟା, ରାହାଜାନୀ ଭଳି ଅପରାଧିକ ମାମଲା ରହିଛି। ତେବେ ଏହି ଏନ୍କାଉଣ୍ଟର ବେଳେ ପପୁର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।