ଦିଗପହଣ୍ଡି,୧୧/୦୬: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେବା ଅଭିଯୋଗରେ ପ୍ରେମିକ ଗିରଫ। ପୁଲିସ ହାତରେ ଧରାପଡିଛି ଅଭିଯୁକ୍ତ ପ୍ରେମିକ। ପ୍ରେମିକା ବିବାହ ପାଇଁ ବାରମ୍ବାର ଜିଦ୍ କରିବାରୁ ଯୋଜନା ବଦ୍ଧ ଭାବେ ବୁଲାଇବାକୁ ନେଇ ବାଇକ୍ ରୁ ଠେଲି ଦେଇଥିଲା ପ୍ରେମିକ। ବାଇକ୍ ରୁ ପଡ଼ି ପ୍ରେମିକାର ଜୀବନ ଚାଲି ଯାଇଥିଲା। ଏହାକୁ ଦୁର୍ଘଟଣାର ରୂପ ଦେଇଥିଲା ପ୍ରେମିକ। ଏଭଳି ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରେମିକ ରାକେଶ ଆଚାର୍ଯ୍ୟକୁ ଗିରଫ କରିଛି। ରାକେଶର ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଂଚଳରେ।

ସୂଚନା ଅନୁଯାୟୀ, ଆଙ୍କୁଲି ଓଭରବ୍ରିଜ ଉପରେ ୭ ତାରିଖ ରାତିରେ ଏକ ଦୁର୍ଘଟଣା ଘଟି ରୋହି ଗାଁର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ପ୍ରେମିକ ରାକେଶ କଥାରେ ତାଳମେଳ ନ ଥିବା ଦେଖି ଝିଅର ମାମୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ରାକେଶ ଆଚାର୍ଯ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ପରେ ଯୁବତୀ ଜଣଙ୍କ ବ୍ରହ୍ମପୁରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ୭ ତାରିଖ ସନ୍ଧ୍ୟାରେ ତାଙ୍କ ପ୍ରେମିକ ରାକେଶ ସହିତ ବାଇକରେ ବସି ଗୋପାଳପୁର ଯାଇଥିଲେ। ସେଠାରୁ ରାତିରେ ଫେରିବା ବେଳେ ଆଙ୍କୁଲି ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ଘଟିଥିଲା। ମେଡିକାଲରେ ଯୁବତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଯୁବତୀଙ୍କ ମାମୁଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରି ଅଭିଯୁକ୍ତ ପ୍ରେମିକକୁ ଗିରଫ କିରଛି ।

ଅଧିକ ପଢନ୍ତୁ- Soumya Death Case: ସୌମ୍ୟ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ; ମୁଣ୍ଡ ଗଭୀର ଆଘାତ, ଶରୀରର ୨୧ ସ୍ଥାନରେ ରହିଛି କ୍ଷତ​​​​​​​