ନୂଆଦିଲ୍ଲୀ,୦୮/୦୨; ଚଳିତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ତାର ପ୍ରଥମ ମ୍ୟାଚରେ ଆମେରିକାକୁ ୨୯ ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ୟୁଏସଏ ଆଗରେ ୧୬୨ ରନର ଟାର୍ଗେଟ ରଖିଥିଲା ସୂର୍ଯ୍ୟସେନା । ହେଲେ ଆମେରିକା ୨୦ ଓଭରରେ ୧୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚ ଜିତିବା ସହିତ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପରେ ମହାରେକର୍ଡ କରିଛି । ଦମଦାର ପାଳି ଖେଳିଥିବା କ୍ୟାପ୍ଟେନ୍ ସ୍କାଏ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ।

ସୂର୍ଯ୍ୟକୁମାର ଯାଦବ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ଯିଏ ୧୬ ଥର ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ ଜିତିଛନ୍ତି । ସୂର୍ଯ୍ୟକୁମାର ୪ ଥର ଟି-ଟ୍ୱେଣ୍ଟି ବିଶ୍ୱକପରେ ଏହି ପୁରସ୍କାର ନିଜ ନାମରେ କରିଛନ୍ତି । ଏହା ପରେ ଯୁବରାଜ ସିଂହ ରହିଛନ୍ତି । ତାଙ୍କ ପଛକୁ ରବିଚନ୍ଦ୍ରନ ଅଶ୍ୱିନୀ ଓ ପଛକୁ ରୋହିତ ଶର୍ମା ଅଛନ୍ତି ।

ଏହା ବି ପଢନ୍ତୁ...ଟିମ୍ ସାଇଫର୍ଟ-ଫିଲିପ୍ସଙ୍କ ଧୂଆଁଧାର ବ୍ୟାଟିଂ, ଆଫଗାନସ୍ତାନକୁ ୫ ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଟି-ଟ୍ୱେଣ୍ଟି ବିଶ୍ୱକପରେ ସର୍ବାଧିକ ପ୍ଲେୟାର ଅପ୍ ଦି ମ୍ୟାଚ ଆୱାର୍ଡ

୮-ବିରାଟ କୋହଲି (୩୫ ମ୍ୟାଚ)

୪- ସୂର୍ଯ୍ୟକୁମାର ଯାଦବ (୧୯ ମ୍ୟାଚ)*

୩- ଯୁବରାଜ ସିଂହ (୩୧ ମ୍ୟାଚ)

୩-ରବିଚନ୍ଦ୍ରନ ଅଶ୍ୱିନୀ ( ୨୪ ମ୍ୟାଚ)

୩-ରୋହିତ ଶର୍ମା (୪୭ ମ୍ୟାଚ)

ଟି-ଟ୍ୱେଣ୍ଟି ବିଶ୍ୱକପରେ ଲଗାତାର ସର୍ବାଧିକ ବିଜୟ

୯*ଭାରତ (୨୦୨୪-୨୬)

୮ ସାଉଥ୍ ଆଫ୍ରିକା (୨୦୨୪)

୮ ଅଷ୍ଟ୍ରେଲିଆ( ୨୦୨୨-୨୪)

୭ ଭାରତ(୨୦୧୨-୧୪)

୧୫ ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ ପରେ ସର୍ବାଧିକ ୱିକେଟ୍

୩୦ ଏନରିକ ନାର୍କିୟା (ସାଉଥ୍ ଆଫ୍ରିକା)

୨୯ ୱାନିନ୍ଦୁ ହସରଙ୍ଗା (ଶ୍ରୀଲଙ୍କା)

୨୯ ଅର୍ଶଦୀପ ସିଂହ (ଭାରତ)