ନୂଆଦିଲ୍ଲୀ,୦୮/୦୨; ଟି-ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଚେନ୍ନାଇରେ ଏକ ଭଲ ଆରମ୍ଭ କରିଛି କିୱି ଟିମ୍ । ଟିମ୍ ସାଇଫର୍ଟ-ଫିଲିପ୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଆଫଗାନିସ୍ତାନ ବିପକ୍ଷରେ ୫ ୱିକେଟରେ ବିଜୟ ହାସଲ କରିଛି ଟିମ୍ ସାଣ୍ଟନର । ଗୁଲବଦିନ୍ ନାଇବଙ୍କ ଅର୍ଦ୍ଧଶତକ ବୃଥା ଯାଇଥିଲା । ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ନ୍ୟୁଜିଲାଣ୍ଡ ।
ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଟି-ଟ୍ୱେଣ୍ଟି ବିଶ୍ୱକପର ଚତୁର୍ଥ ମ୍ୟାଚ୍ରେ , ନ୍ୟୁଜିଲାଣ୍ଡ ଏକ ରେକର୍ଡ ପିଛା କରି ଆଫଗାନିସ୍ତାନକୁ ୫ ୱିକେଟ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ ଆଗରେ ୧୮୩ ରନ୍ର ଟାର୍ଗେଟ୍ ରଖିଥିଲା । ଯାହାକୁ ୧୩ଟି ବଲ୍ ବାକି ଥାଇ ହାସଲ କରି ନେଇଛି ନ୍ୟୁଜାଲାଣ୍ଡ । ଆଫଗାନିସ୍ତାନ ଟସ୍ ଜିତି ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନର ଧୀର ଆରମ୍ଭ ଧୀର କରିଥିଲା। ରହମାନୁଲ୍ଲା ଗୁରବାଜ ଏବଂ ଇବ୍ରାହିମ ଜାଦ୍ରନ ୫.୧ ଓଭରରେ ପ୍ରଥମ ୱିକେଟ ପାଇଁ ୩୫ ରନ ଯୋଡିଥିଲେ । ଜାଦ୍ରନ ୧୨ ବଲରୁ ୧୦ ରନ କରି ଆଉଟ ହୋଇଥିଲେ । ଗୁରବାଜ ୪୪ ରନରେ ଆଉଟ ହୋଇଥିବା ଦ୍ୱିତୀୟ ୱିକେଟ ଥିଲେ । ଗୁରବାଜ ୨୨ ବଲରୁ ୨୭ ରନ କରିଥିଲେ । ତୃତୀୟ ନମ୍ବରରେ ବ୍ୟାଟିଂ କରୁଥିବା ଗୁଲବଦିନ ନାଇବ ଏବଂ ଚତୁର୍ଥ ନମ୍ବରରେ ବ୍ୟାଟିଂ କରୁଥିବା ସେଦିକୁଲ୍ଲାହ ଅଟଲ ତୃତୀୟ ୱିକେଟ ପାଇଁ ୭୯ ରନର ଭାଗୀଦାରି କରି ଏକ ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ ।
NEW ZEALAND CHASE DOWN 183 IN JUST 17.5 OVERS AGAINST AFGHANISTAN. 🇳🇿
— Mufaddal Vohra (@mufaddal_vohra) February 8, 2026
- A great starts by Kiwis in Chennai. 👏 pic.twitter.com/p5pR1SrdMR
ଆଫଗାନିସ୍ତାନ ୧୪.୩ ଓଭରରେ ୧୨୩ ରନ କରିଥିବା ବେଳେ ଅଟଲ ୨୪ ବଲରୁ ୨୯ ରନ କରି ଆଉଟ ହୋଇଥିଲେ । ଗୁଲବଦିନ୍ ନାଇବ ଏତିକିରେ ଅଟକିନଥିଲେ । ଧୀର ଧୀରେ ରନ୍ ସ୍ପିଡ ବଢାଇଥିଲେ । ସେ ୩୫ ବଲରୁ ୬୩ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଯେଉଁଥିରେ ସେ ୪ ଛକା ଏବଂ ୩ ଚୌକା ରହିଛି । ନାଇବ ତାଙ୍କ ଇନିଂସ ସମୟରେ ଷ୍ଟାଡିୟମରେ ସଟ୍ ମାରି ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିଥିଲେ । ନାଇବଙ୍କ ଇନିଂସ ଯୋଗୁଁ ଆଫଗାନିସ୍ତାନ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିଥିଲା । ଦରଭେସ ରସୁଲି ୧୩ ବଲରୁ ୨୦ ରନ, ଆଜମତୁଲ୍ଲାହ ଓମାରଜାଇ ୭ ବଲରୁ ୧୪ ରନ ଏବଂ ମହମ୍ମଦ ନବି ୭ ବଲରୁ ୧୦ ରନ କରି ଅପରାଜିତ ରହିଥିଲେ । ନ୍ୟୁଜିଲାଣ୍ଡ୍ ପାଇଁ ଲକି ଫର୍ଗୁସନ୍ ୪ ଓଭରରେ ୪୦ ରନ ଦେଇ ୨ ୱିକେଟ୍ ନେଇଥିଲେ । ମ୍ୟାଟ୍ ହେନରୀ, ଜାକବ୍ ଡଫି ଏବଂ ରାଚିନ୍ ରବିନ୍ଦ୍ର ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
୧୮୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ୧୭.୫ ଓଭରରେ ଟାର୍ଗେଟ ହାସଲ କରିନେଇଥିଲା କିୱି ଦଳ । ଟିମ୍ ସାଇଫର୍ଟ ୪୨ ବଲରେ ୬୫ ରନ୍ କରିଥିଲେ । ଗ୍ଲେନ୍ ଫିଲିପ୍ସ ୪୨, ମାର୍କ ଚାପମାନ ୪୨ ରନ୍ କରିଥିଲେ। ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା କିୱି ଦଳ । ୨୦୨୪ ବିଶ୍ୱକପରେ ଆଫଗାନିସ୍ତାନ ୮୪ ରନ୍ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଫଜଲହକ ଫାରୁକି, ରସିଦ ଖାନ ଓ ମହମ୍ମଦ ନବିଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି ନ୍ୟୁଜିଲାଣ୍ଡ ମାତ୍ର ୭୫ ରନ୍ରେ ଅଲ୍ ଆଉଟ୍ ହୋଇଥିଲା । ସେବେଠୁ ଉଭୟ ଦଳ କୌଣସି ଫର୍ମାଟ୍ରେ ସାମ୍ନା ସାମ୍ନି ହୋଇ ନଥିଲେ । ଆଜିର ମ୍ୟାଚ ନ୍ୟୁଜିଲାଣ୍ଡ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ।