ନୂଆଦିଲ୍ଲୀ,୧୫/୦୨; ଟି-ଟ୍ୱେଣ୍ଟି ବିଶ୍ୱକପ ଚାଲିଛି । ଆଜି ସବୁଠୁ ବଡ଼ ମ୍ୟାଚ ରହିଛି । ସନ୍ଧ୍ୟାରେ ଶ୍ରୀଲଙ୍କାର କଲମ୍ବୋରେ ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ଯାହାକୁ ଉଭୟ ଦେଶର ଲକ୍ଷ ଲକ୍ଷ ପ୍ରଶଂସକ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ଫେବୃଆରୀ ୧୫ରେ କେବଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ନୁହେଁ, ବରଂ ଏହାର ବିଶେଷ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି, କାରଣ ଆଜି ପବିତ୍ର ମହାଶିବରାତ୍ରୀ । ପବିତ୍ର  ମହାଶିବରାତ୍ରୀରେ କ୍ରିକେଟ ମୈଦାନରେ ମହାମୁକାବିଲା ହେବ । ଶିବରାତ୍ରୀରେ ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ଦୁଇ ଦେଶ ମଧ୍ୟରେ ମହାସଂଗ୍ରାମ ହୋଇଛି । ୨୩ ବର୍ଷ ପୂର୍ବେ ମାର୍ଚ୍ଚ ୧, ୨୦୦୩ରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍‌ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ଧୂଳି ଚାଟିଥିଲା ପାକିସ୍ତାନ । ଆଇସିସି ଦିନିକିଆ ବିଶ୍ୱକପରେ ୬ ୱିକେଟରେ ପରାସ୍ତ ହୋଇଥିବା ପାକିସ୍ତାନ । ଆସନ୍ତୁ ଜାଣିବା କଣ ମହାଦେବ ପୁଣି ଥରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ତାଙ୍କର ଆଶୀର୍ବାଦ ବର୍ଷା କରିବେ କି ?

ସେ ଦିନ ବି ଥିଲା 'ଜାଗର'; ଧୂଳି ଚାଟିଥିଲା ପାକିସ୍ତାନ- ପୁଣିଥରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମହା ଶିବରାତ୍ରୀରେ ଜାଗରରେ ଆଉ ଏକ ବିଶ୍ୱକପ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆଜି ସାରା ଦେଶ ଜାଗର ପାଳନ କରୁଛି । ଦୁଇ ଦେଶ ମଧ୍ୟରେ ଟି-ଟ୍ୱେଣ୍ଟି ବିଶ୍ୱକପ ଗ୍ରୁପ ମ୍ୟାଚରେ ମୁହାଁମୁହିଁ ହେବେ । ପାଖାପାଖି ୨୩ ବର୍ଷ ତଳେ ଜାଗର ଦିନ ୨୦୦୩ ଆଇସିସି ଦିନିକିଆ ବିଶ୍ୱକପରେ ପୁଲ୍-ଏରେ ଏକ ମୁକାବିଲାରେ ଦୁଇଦେଶ ପରସ୍ପରକୁ ଭେଟିଥିଲେ । ମାର୍ଚ୍ଚ ୧ରେ ଅନୁଷ୍ଠିତ ଏହି ରୋମାଞ୍ଚକ ମୁକାବିଲାରେ ଭାରତ ୨୬ଟି ବଲ ବାକି ଥାଇ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା । ପୁଣିଥିରେ ଭାରତ ଏଥର ସେହି ପ୍ରଦର୍ଶନକୁ ଦୋହରାଇବାକୁ ଆଶା କରାଯାଉଛି । ୨୦୦୩ରେ ଦକ୍ଷିଣ ଆଫ୍ରିକାରେ ସେଞ୍ଚୁରିସଆନରେ ଟସ୍ ଜିତି ପାକିସ୍ତାନ ଓପନର ସଇଦ ଅନୱରଙ୍କ ୧୦୧ ରନର ଶତକୀୟ ପାଳି ବଳରେ ୭ ୱିକେଟ ହରାଇ ୨୭୩ ରନ କରିଥିଲା । ଜବାବରେ ଭାରତର ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ୯୮ ରନର ଧୂଆଁଧାର ପାଳି ଖେଳିଥିଲେ । ୭୫ ବଲରେ ୧୨ ଚୌକା, ୧ ଛକା ମାରିଥିଲେ । ଯୁବରାଜ ସିଂହ ୫୩ ବଲରେ ୫୦ ରନ୍, ବିରେନ୍ଦ୍ର ସେୱାଗ ୧୪ ବଲରେ ୨୧ ରନ୍ କରିଥିଲେ । ୬ ୱିକେଟରେ ବାଜି ମାରଥିଲା ଭାରତ ।

ଏହା ବି ପଢନ୍ତୁ...ସୁପର ସନ୍ଡେ' ମହାମୁକାବିଲା: କଲମ୍ବୋରେ ଭାରତ-ପାକିସ୍ତାନ ଲଢ଼େଇ, ରହସ୍ୟମୟ ପ୍ରେମଦାସା ପିଚ୍

ଭାରତ-୧୨, ପାକିସ୍ତାନ -୩; ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୦୭ ବିଶ୍ୱକପରୁ ଟି-ଟ୍ୱେଣ୍ଟି ଫର୍ମାଟରେ ମୁକାବିଲା ହୋଇ ଆସୁଛି । କଲମ୍ବୋରେ ଆଜି ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ଦୁଇ ଦଳ ପରସ୍ପର ସହ ୧୬ ଥର ଖେଳିଛନ୍ତି । ଭାରତ ୧୨ଟି ଜିତିଥିବାବେଳେ ପାକିସ୍ତାନ ୩ଟି ଜିତିଛି । ୨୦୦୭ ବିଶ୍ୱକପରେ ଗୋଟିଏ ମ୍ୟାଚ ଟାଇ ହୋଇଥିଲା । ବୋଲଆଉଟରେ ଭାରତ ଏହି ମ୍ୟାଚକୁ ଜିତିଥିଲା । ଟି-ଟ୍ୱେଣ୍ଟିରେ ଦୁଇ ଦେଶ ୮ ଥର ମୁକାବିଲା ଖେଳିଛନ୍ତି । ଏଥିରୁ ଭାରତ ଗୋଟିଏ ବୋଲ ଆଉଟ ମ୍ୟାଚକୁ ମିଶାଇ ୭ ଥର ଓ ପାକିସ୍ତାନ ଥରେ ଜିତିଛି । ଦିନିକିଆ ଫର୍ମାଟରେ ଭାରତ-ପାକିସ୍ତାନ ପରସ୍ପର ସହ ୮ ଥର ଲଢେଇ କରିଛନ୍ତି । ସମସ୍ତ ୮ଟି ଯାକ ମୁକାବିଲା ଭାରତ ଜିତିଛି ।

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ମହାଶିବରାତ୍ରିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମ୍ୟାଚ୍ ପୁଣି ଥରେ ହେବାକୁ ଯାଉଛି, ଯାହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । କିନ୍ତୁ ମ୍ୟାଚ୍ ପୂର୍ବରୁ, କାଶୀର ଜଣେ ଜ୍ୟୋତିଷ ଏକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି । ଜ୍ୟୋତିଷଙ୍କ ଅନୁସାରେ, ଟିମ୍ ଇଣ୍ଡିଆର ଧନୁ ଲଗ୍ନ କୁଣ୍ଡଳୀରେ ଭାଗ୍ୟେଶ ନିଜେ ଭାଗ୍ୟ ଭାବ ଦେଖୁଛନ୍ତି, ଯାହାକୁ ମ୍ୟାଚ୍ ପାଇଁ ଏକ ଶୁଭ ସଙ୍କେତ ବୋଲି ବିବେଚନା କରାଯାଏ । ଭାରତର ବିଜୟ ସମ୍ଭାବନା ରହିଛି ।​​​​​​​