ଦକ୍ଷୀଣଆଫ୍ରିକା ସିରିଜରେ ଅଧିନାୟକ ହେବାରେ ଥିଲେ ଏହି ଖେଳାଳୀ : ଚୟନକର୍ତ୍ତା ଟିମ୍ରୁ ବାହାର କଲେ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ, ୨୨/୫ : ଆଇପିଏଲ୍ ୨୦୨୨ ପରେ ଟିମ୍ ଇଣ୍ଡିଆ ଦକ୍ଷୀଣଆଫ୍ରିକା ବିପକ୍ଷରେ ୫ଟି ମ୍ୟାଚ୍ର ଟି-୨୦ସିରିଜ ଖେଳିବାକୁ ଅଛି । ଏହି ସିରିଜ ଲାଗି ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳୀ ଚୟନ କରିଛି। ଏହି ଟିମ୍ରେ ଏପରି ଖେଳାଳୀଙ୍କୁ ସ୍ଥାନ ମିଳିଛି ଯେଉଁମାନେ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି । ମାତ୍ର ଏଭଳି ଜଣେ ଖେଳାଳୀ ଅଛନ୍ତି ଯାହାଙ୍କୁ ଟିମ୍ରେ ଚୟନ କରାଯାଇନାହିଁ। ଏହାକୁ କ୍ରିକେଟ ପ୍ରେମୀ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ଯେଉଁ ଖେଳାଳୀଙ୍କୁ ଟିମ୍ରୁ ବାହାର କରାଯାଇଛି ସେ ହେଉଛନ୍ତି ଶିଖର ଧାଓ୍ବନ । ସେ ଆଇପିଏଲ୍ ୨୦୨୨ରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଏପରି କୁହାଯାଉଥିଲା କି ଶ୍ରୀଲଙ୍କା ସିରିଜ ପରେ ଧାଓ୍ବନଙ୍କୁ ପୁଣି ଥରେ ଟିମ୍ ଇଣ୍ଡିଆର ଭାର ଦିଆଯିବ । କିନ୍ତୁ ଏପରି ହୋଇନାହିଁ। କ୍ୟାପଟେନ ମିଳିବା ଦୂରର କଥା ତାଙ୍କୁ ଏବେ ଟିମ୍ରୁ ବାହାର କରି ଦିଆଯାଇଛି। କାରଣ ଟିମ୍ ଇଣ୍ଡିଆରେ ରୋହିତଙ୍କ ପରେ କାହାର ନାଁ ଆସିଲେ ସେ ହେଉଛନ୍ତି ଶିଖର ଧାଓ୍ବନ ।
ଧାଓ୍ବନ ମଧ୍ୟ ଭାରତୀୟ ଦଳରେ ଅଧିନାୟକ ରହି ସାରିଛନ୍ତି । ଗତ ବର୍ଷ ସିନିୟର ଟିମ୍ ଇଂଲଣ୍ଡ ଗସ୍ତରେ ଥିବାବେଳେ ଶିଖର ଧାଓ୍ବନଙ୍କ ଅଧିନାୟକତ୍ବରେ ଯୁବ ଖେଳାଳୀଙ୍କ ଏକ ଟିମ୍ ଶ୍ରୀଲଙ୍କା ଗସ୍ତରେ ପଠାଯାଇଥିଲା। ଦକ୍ଷୀଣଆଫ୍ରିକା ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟି -୨୦ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଦଳର ଅଧିନାୟକ ଭାବରେ କେ.ଏଲ୍ ରାହୁଲଙ୍କୁ ମନୋନୀତ କରାଯାଇଛି । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି କାରଣ ଆରମ୍ଭରୁ ବିଶ୍ବାସ କରାଯାଉଥିଲା ଯେ ଶିଖର ଧାୱନ କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସିରିଜରେ ଅଧିନାୟକ ଭାବରେ ଚୟନ କରାଯାଇପାରିବ, କିନ୍ତୁ ତାହା ହୋଇନାହିଁ।