PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା: ଶିଖର ଧାୱନ କ୍ୟାପଟେନ୍, ଜାଡେଜା ଉପ-ଅଧିନାୟକ

ନୂଆଦିଲ୍ଲୀ,୬।୭: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଓ୍ବାନଡେ ସିରିଜ୍ ପାଇଁ ଭାରତୀୟ କ୍ରିକେଟ ଟିମ୍‌ର ଘୋଷଣା କରାଯାଇଛି। ଏହି ସିରିଜ୍‌ରେ ଶିଖର ଧାୱନ ଦଳର କ୍ୟାପଟେନ୍ ହୋଇଥିବା ବେଳେ ରବିନ୍ଦ୍ର ଜାଡେଜା ହୋଇଛନ୍ତି ଟିମ୍‌ର ଉପ-ଅଧିନାୟକ। ଇଂଲଣ୍ଡରେ ହେବାକୁ ଥିବା ଟି-୨୦ ଓ୍ବାନଡେ ସିରିଜ୍ ପରେ ଭାରତକୁ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାକୁ ହେବ, ଯେଉଁଠି ତିନୋଟି ଓ୍ବାନଡେ ମ୍ୟାଚ୍‌ ଖେଳାଯିବାର ଅଛି। ବିସିସିଆଇ ଦ୍ବାରା ବୁଧବାର ଟିମ୍ ଇଣ୍ଡିଆର ଘୋଷଣା କରାଯାଇଛି। ଏଥିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ରିଷଭ ପନ୍ତ,ଜସପ୍ରୀତ ବୁମରାହଙ୍କ ଭଳି ସିନିୟର ଖେଳାଳିଙ୍କୁ ଆରାମ ଦିଆଯାଇଛି।

ବାମହାତୀ ଅନୁଭବୀ ଓପନର ଶିଖର ଧାୱନଙ୍କୁ ଦ୍ବିତୀୟ ଥର ପାଇଁ ଦଳର ଦାୟିତ୍ବ ଦିଆଯାଇଛି। ଏହା ପୂର୍ବରୁ ସେ ଗତ ବର୍ଷ ଶ୍ରୀଲଙ୍କା ଗସ୍ତରରେ ମଧ୍ୟ ଟିମ୍‌ର କ୍ୟାପଟେନ୍ ହୋଇଥିଲେ। ସେତେବେଳେ ସେ ଓ୍ବାନଡେ ଓ ଟି-୨୦ ସିରିଜ୍‌ରେ କ୍ୟାପଟେନ୍‌ ଥିଲେ। ଜାଡେଜା ଏହା ପୂର୍ବରୁ ଚଳିତ ବର୍ଷ ଆଉପିଏଲରେ ଚେନ୍ନାଇ ସୁରପକିଙ୍ଗସ୍‌ର କ୍ୟାପଟେନ୍‌ ଥିଲେ, ହେଲେ ତାଙ୍କୁ ବିଶେଷ ସଫଳତା ମିଳିନଥିଲା।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଓ୍ବାନଡେ୍ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ:

ଶିଖର ଧାୱନ(କ୍ୟାପଟେନ୍‌), ରବିନ୍ଦ୍ର ଜାଡେଜା(ଉପ-କ୍ୟାପଟେନ୍), ଋତୁରାଜ ଋତୁରାଜ ଗାଏକୱାଡ, ଶୁଭମନ ଗିଲ୍‌, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଅୟର, ଇଶାନ କିଷନ୍‌(ଓ୍ବିକେଟକିପର), ସଞ୍ଜୁ ସାମସନ୍‌(ଓ୍ବିକେଟ କିପର), ଶାର୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆବେଶ ଖାନ୍, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହ ରହିଛନ୍ତି।