PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଟିମ୍ ଇଣ୍ଡିଆ ଚିଫ୍ ସିଲେକ୍ଟର ପଦବୀ ପାଇଁ ବହୁ ବଡ଼ ଖେଳାଳିଙ୍କ ଆବେଦନ, ରହିଛି ବିନୋଦ କାମ୍ବଲିଙ୍କ ନାଁ

ନୂଆଦିଲ୍ଲୀ,୨୯।୧୧: ଟିମ୍ ଇଣ୍ଡିଆର ଆଗାମୀ ଚିଫ୍ ସିଲେକ୍ଟର କିଏ ହେବ? ଟି-୨୦ ବିଶ୍ବକପ୍‌ ପରେ ଯେତେବେଳେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ବାଧୀନ ସିଲେକ୍ଟ କମିଟିକୁ ହଟାଇଥିଲା, ତା ପରେ ଏହି ପ୍ରଶ୍ନ  ପ୍ରତ୍ୟେକ କ୍ରିକେଟ୍ ଫ୍ୟାନ୍‌ଙ୍କ ମନରେ ଥିଲା। ନୂତନ ସିଲେକ୍ଟ କମିଟିରେ ସାମିଲ ହେବା ପାଇଁ ଆବେଦନ କରିବାର ଡେଡଲାଇନ୍ ୨୮ ନଭେମ୍ବରରେ ଶେଷ ହୋଇଯାଇଛି। ତେବେ କିଛି ଏଭଳି ବଡ କ୍ରିକେଟରଙ୍କର ନାଁ ରହିଛି ଯିଏକି ଚିଫ୍‌ ସିଲେକ୍ଟର ହେବାରରେସ୍‌ରେ ଅଛନ୍ତି।

ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁସାରେ, ବାମ ହାତର ପୂର୍ବତନ ସ୍ପିନର ମନିନ୍ଦର ସିଂହ, ପୂର୍ବତନ ଓପନର ବ୍ୟାଟସମ୍ୟାନ୍ ଶିବ ସୁନ୍ଦର ଦାସ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡର ସିନିୟର ସିଲେକ୍ଟର ପଦ ପାଇଁ ଆବେଦନ କରିଛନ୍ତି,ଯାହାଙ୍କ ପାଖରେ ଭାରତ ପାଇଁ ୨୦ ରୁ ଅଧିକ ଟେଷ୍ଟ ମ୍ୟାଚ୍‌ ଖେଳିବାର ଅନୁଭବ ରହିଛି। ତେବେ ଏହା ସ୍ପଷ୍ଟ ହୋଇନି ପୂର୍ବତନ ଦୃତ ବୋଲର ଅଜିତ ଅଗରକର ଆବେଦନ କରିଛନ୍ତି କି ନାହିଁ। କୁହାଯାଉଛି ଯେ, ଅଗରକର ଯଦି ଆବେଦନ କରନ୍ତି, ତେବେ ସେ ଚୟନ କମିଟିର ଅଧ୍ୟକ୍ଷ ହେବା ଏକ ପକାର ନିଶ୍ଚିତ। ମୁମ୍ବାଇର ସିନିୟର ଟିମ୍‌ର ସିଲେକ୍ଟର କମିଟିରେ ଥିବା ମୁଖ୍ୟ ସଲିଲ ଅଙ୍କୋଲା, ପୂର୍ବତନ ଓ୍ବିକେଟ କିପର ସମୀର ଦିଘେ ଓ ପୂର୍ବତନ ବ୍ୟାଟସମ୍ୟାନ୍‌ ବିନୋଦ କାମ୍ବଲି ମୁମ୍ବାଇରୁ ଆବେଦନ କରିଛନ୍ତି।

ନୂତନ ସିଲେକ୍ଟ କମିଟି ପାଇଁ ଆବେଦନର ଶେଷ ତାରିଖ ସୋମବାର ସନ୍ଧ୍ୟା ୬ଟା ବେଳ ପର୍ଯ୍ୟନ୍ତ ଥିଲା। କୁହାଯାଉଛି ଯେ, ୫୦ ରୁ ଅଧିକ ଜଣ ଆବେଦନ କରିଛନ୍ତି। ଏଥିରେ ସର୍ବାଧିକ ଟେଷ୍ଟ ମନିନ୍ଦର ସିଂହ(୩୫ ଟେଷ୍ଟ) ଓ ଶିବସୁନ୍ଦର ଦାସ(୨୧ ଟେଷ୍ଟ) ଖେଳିଛନ୍ତି। ମନିନ୍ଦର ୨୦୨୧ ରେ ମଧ୍ୟ ଆବେଦନ କରିଥିଲେ ଓ ଇଣ୍ଟରଭ୍ୟୁ ରାଉଣ୍ଡରେ କ୍ବାଲିଫାଏ କରିବା ପରେ ମଧ୍ୟ ତାଙ୍କର ସିଲେକ୍ଟ ହୋଇନଥିଲା। ଉତ୍ତରାଞ୍ଚଳରୁ ମନିନ୍ଦର, ଅତୁଲ ଓ୍ବାସନ୍, ନିଖିଲ ଚୋପ୍ରା, ଅଜୟ ରାତ୍ରା ଓ ରିତିନ୍ଦର ସିଂହ ସୋଢି ଆବେଦନ କରିଥିଲେ। ପୂର୍ବାଞ୍ଚଳରୁ ଶିବସୁନ୍ଦର ଦାସ, ପ୍ରଭଞ୍ଜନ ମଲିକ୍, ରଶ୍ମି ରଞ୍ଜନ ପରିଡା, ଶୁଭମୟ ଦାସ, ସୌରାଶିଷ ଲାହିଡି ଆବେଦନ କରିଛନ୍ତି। ଯଦି ମଧ୍ୟ ପ୍ରଦେଶ ବିଷୟରେ କଥା ହେବା ତେବେ ସେଠାରୁ ଅମୟ ଖୁରାସିୟା ଓ ଜ୍ଞାନେନ୍ଦ୍ର ପାଣ୍ଡେ ଆବେଦନ କରିଛନ୍ତି।

ଚିଫ୍ ସିଲେକ୍ଟର ହେବା ପାଇଁ ଯୋଗ୍ୟତା

-କୌଣସି ଖେଳାଳି ୭ କିମ୍ବା ତା’ଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବେ।

-୩୦ ଫାଷ୍ଟ କ୍ଲାସ ମ୍ୟାଚ୍‌ ଖେଳିଥିବେ।

-୧୦ଟି ଦିନିକିଆ କିମ୍ବା ୨୦ ଲିଷ୍ଟ-ଏ ମ୍ୟାଚ୍ ଖେଳିଥିବା ଦରକାର।

-୫ ବର୍ଷ ପୂର୍ବରୁ କ୍ରିକେଟରୁ ଅବସର ନେଇଥିବେ।

-ବିସିସିଆଇର କୌଣସି କମିଟି ସଦସ୍ୟ ହୋଇନଥିବେ ଓ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଯେପରି ସେବା ଦେଇପାରିବେ।

ସମ୍ବନ୍ଧିତ ଖବର