ନୂଆଦିଲ୍ଲୀ,୩୧/୧୨: ବର୍ଡର-ଗାଭାସ୍କର ଟ୍ରଫି ସିରିଜର ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ୧୮୪ରନରେ ପରାସ୍ତ ହୋଇଛି । ୧୩ ବର୍ଷ ପରେ ଏମସିଜିରେ ଅଷ୍ଟ୍ରେଲିଆଠୁ ହାରିଛି ଭାରତ । କାହିଁକି ହାରିଲା ଇଣ୍ଡିଆ । କଣ ରହିଲା ଭୁଲ । ବ୍ୟାଟିଂ ନା ବୋଲିଂ କେଉଁଠି ରହିଲା ତ୍ରୁଟି । କେଉଁଟି ଦୁର୍ବଳ ପଡିଗଲା ଟିମ୍ ଇଣ୍ଡିଆ । ଆସନ୍ତୁ ଜାଣିବା ମେଲବର୍ଣ୍ଣରେ ପରଜାୟର ୫ କାରଣ ।
ଟପ୍ ଅର୍ଡରଙ୍କ ଫ୍ଲପ ହେବା- ପର୍ଥ ଟେଷ୍ଟ ପରେ ସରିଜିର ୩ଟି ଟେଷ୍ଟରେ ଭାରତର ଟପ୍ ଅର୍ଡର ଫ୍ଲପ ହୋଇଥିବା ଦେଖିବାକୁ ମିଳିଥିଲା । ପର୍ଥରେ ରାହୁଲ ଓ ଜୈସ୍ବସୀ ୨୦୧ରନ ପାର୍ଟନରସିପ କରିଥିଲେ ମାତ୍ର ଏହାପର ଟେଷ୍ଟରେ ଟପ୍ ଅର୍ଡର ବିଫଳତା ଦେଖିବାକୁ ମିଳିଥିଲା । ଏ ଦିଗରେ ବିଶେଷ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି ।
ରୋହିତ-କୋହଲି ବ୍ୟାଟ ଶାନ୍ତ ପଡିବା- ମେଲବର୍ଣ୍ଣ ଟେଷ୍ଟରେ ଏକଦମ ଶାନ୍ତ ପଡିଥିଲା । ରୋହିତ-କୋହଲିଙ୍କ ବ୍ୟାଟ୍ । ଅନୁଭବୀ ଖେଳାଳି ବିରାଟ ଓ ରୋହିତଙ୍କ ବ୍ୟାଟ ଚାଲିନଥିଲା । ହିଟମ୍ୟାନ ବୋଲାଉଥିବା ରୋହିତ ନିରାଶ କରିଥିଲେ । ସେ ୩ଟି ଟେଷ୍ଟ ମ୍ୟାଚରେ ୫ଟି ପାଳିରେ କେବଳ ୩୧ ରନ କରିଛନ୍ତି । ଯାହା ବହୁତ ଖରାପ । ସଡନୀରେ ରୋ-କୋଙ୍କୁ ରନ କରିବାକୁ ପଡିବ ।
କେବଳ ବୁରମାଙ୍କୁ ନିର୍ଭର କରିବା- ବର୍ଡର-ଗାଭାସ୍କର ଏବେ ଯାଏ ଖେଳାଯାଇଥିବା ସବୁ ଟେଷ୍ଟରେ ଯଶପ୍ରୀତ ବୁମରା ଦମଦାର ବୋଲିଂ କରିଥିଲେ । ମାତ୍ର ବୁମରାଙ୍କ ପରିଶ୍ରମ ବୃଥା ଯାଇଛି । ପୁରା ସିରିଜରେ ଭାରତୀୟ ଟିମ୍ ବୁମରାଙ୍କ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ମେଲବର୍ଣ୍ଣରେ ଅଧିକ ନିର୍ଭର କରିଥିଲା । ବୁମରା ହିଁ ଟପ୍ ୱିକେଟ ଟେକର ଥିଲେ । ସେ ସର୍ବାଧିକ ୩୦ଟି ୱିକେଟ ନେଇଛନ୍ତି । ଦ୍ବିତୀୟ ନମ୍ବର ଉପରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କନିମ୍ସ ରହିଛନ୍ତି । ସେ ୨୦ଟି ୱିକେଟ ନେଇଛନ୍ତି । ବୁମରାଙ୍କ ଛଡା ଅନ୍ୟ କେହି ସଫଳ ହୋଇନଥିଲେ । ସିଡନୀ ଟେଷ୍ଟ ଜିତିବାକୁ ହେଲେ ବୁମରାଙ୍କୁ ଅନ୍ୟ ବୋଲରଙ୍କୁ ସାଥ ଦେବାକୁ ପଡିବ ।
ଖରାପ ଅଧିନାୟକତ୍ବ- ବଟିଜି ଟେଷ୍ଟରେ ଭାରତ କେବଳ ପର୍ଥ ଟେଷ୍ଟ ଜିତିଛି । ସେଠାରେ ବୁମରା ଅଧନାକତ୍ବ କରିଥିଲେ । ଦ୍ବିତୀୟ ଟେଷ୍ଟରେ ରୋହିତ ଦଳକୁ ଫେରିଥିଲେ । ପର୍ଥ ପରେ ଭାରତ ପରାସ୍ତ ହେବାରେ ଲାଗିଛି । ଯାହାକୁ ନେଇ ରୋହିତଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ ଉଠିଛି । ଯାହା ମେଲବର୍ଣ୍ଣରେ ବାରି ହୋଇ ପଡୁଥିଲା । ଟେଷ୍ଟରେ ଦ୍ବିତୀୟ ଇନିଂସରେ ୯୧ରେ ଅଷ୍ଟ୍ରେଲିଆର ୬ଟି ୱିକେଟ ନେଇଥିଲା । ଏହାପରେ ଢ଼ିଲା ରଣନୀତି ପାଇଁ ୪ ୱିକେଟରେ ଅଷ୍ଟ୍ରେଲିଆ ୨୩୪ରେ ପହଞ୍ଚି ଯାଇଥିଲା ।
ବର୍ଡର-ଗାଭାସ୍କର ଟ୍ରଫି ସିରିଜର ମୋଟ ୫ଟି ଟେଷ୍ଟ ମ୍ୟାଚ ଖେଳାଯାଉଛି । ୪ଟି ଟେଷ୍ଟ ମ୍ୟାଚ ସରିଛି । ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଉଥିଲେ ଯେଉଁଥିରେ ୨୯୫ରନର ବିଶାଳ ବିଜୟ ହାସଲ କରିଥିଲା ଭାରତ । ଏହାପରେ ଦ୍ବିତୀୟ ଟେଷ୍ଟ ଆଡିଲେଡରେ ଖେଳାଯାଇଥିଲା । ଏଥିରେ ଭାରତ ପରାସ୍ତ ହୋଇଥିଲା । ବ୍ରିସବେନ ଟେଷ୍ଟ ବର୍ଷା ପାଇଁ ଡ୍ର ହୋଇଥିଲା । ଏହାପରେ ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ୧୮୪ରନରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ତେବେ ସିରିଜର ଶେଷ ଟେଷ୍ଟ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ । ଏଥିରେ ବିରାଟ ବିଜୟ ସହ ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ପ୍ରବେଶ କରିବାକୁ ପ୍ରାୟସ କରିବ ରୋହିତ ସେନା । ସିଡନୀ ଟେଷ୍ଟରେ ଏହି ୫ ଦୁର୍ବଳତାକୁ ସୁଧାରିବାକୁ ହେବ ।