PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଚେପକରେ ଚେପା ହେଲା ରୁଟ୍‌ ବାହିନୀ, ଟିମ୍‌ ଇଣ୍ଡିଆ ୩୧୭ ରନରେ ବିଜୟୀ

ଚେନ୍ନାଇ,୧୬/ ୦୨: ଚେପକରେ ଚେପା ହେଲା ଭ୍ରମଣକାରୀ ଇଂଲଣ୍ଡ ଦଳ। ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବାଜି ମାରିଲା ଟିମ୍‌ ଇଣ୍ଡିଆ। ଅଶ୍ବିନଙ୍କ ଦମଦାର ଅଲରାଉଣ୍ଡ ପ୍ରଦର୍ଶନ ସହିତ ଅକ୍ସରଙ୍କ ୫ ଓ୍ବିକେଟ ସଫଳତା ଫଳରେ ଟିମ୍‌ ଇଣ୍ଡିଆ ଚେନ୍ନାଇରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ବାଜିମାତ ମାରିଛି। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଜିତିଥିବା ବେଳେ ଦ୍ବିତୀୟ ଟେଷ୍ଟରେ ଭାରତ ଜିତି ସିରିଜ ବରାବର କରିଛି। ୪ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଏବେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଚନ୍ତି। ସିରିଜର ବାକି ଦୁଇଟି ମ୍ୟାଚ ମୋଟୋରା ଷ୍ଟାଡିୟମରେ ଖେଳାଯିବ।

୪ର୍ଥ ଦିନ ଖେଳ ଆରମ୍ଭରୁ ଇଂଲଣ୍ଡ ଦଳକୁ ଝଟକା ଲାଗିଥିଲା। ଦଳୀୟ ସ୍କୋର ୬୬ ଥିବାବେଳେ ଦଳକୁ ୪ର୍ଥ ଝଟକା ଲାଗିଥିଲା। ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ଯାଇଥିଲା। ଇଂଲଣ୍ଡ ଦଳ ଦ୍ବିତୀୟ ଇନିଂସରେ ୪୮୨ ରନର ଟାର୍ଗେଟକୁ ପିଛା କରି ମାତ୍ର ୧୬୪ ରନ୍‌ କରି ଅଲ ଆଉଟ୍‌ ହୋଇଯାଇଛି। ଯାହାଫଳରେ ଟିମ୍‌ ଇଣ୍ଡିଆ ୩୧୭ ରନରେ ବିଜୟୀ ହୋଇଛି। ୭ ଦିନ ତଳେ ସମାନ ପିଚରେ ଇଂଲଣ୍ଡଠୁ ହାରିଥିବା ବିରାଟ ବାହିନୀ ପ୍ରତିଶୋଧ ନେଇଛି।

ଟିମ୍‌ ଇଣ୍ଡିଆ ପକ୍ଷରୁ ଅକ୍ସର ପଟେଲ ୫ ଓ୍ବିକେଟ ସଫଳତା ପାଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୩ ଓ୍ବିକେଟ ନେଇଛନ୍ତି। ସେହିପରି କୁଲଦୀପ ଯାଦବଙ୍କୁ ୨ଟି ସଫଳତା ମିଳିଛି। ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ରବିଚନ୍ଦ୍ରନ ଅଶ୍ବିନ ମ୍ୟାଚ୍‌ ଶେଷରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।