ନୂଆଦିଲ୍ଲୀ, ୧୫/୧୨: ବର୍ତ୍ତମାନ ସମୟରେ ଅନଲାଇନ ସପିଂ କରିବାକୁ କିଏ ବା ପସନ୍ଦ ନ କରେ।  ଘରେ ବସି ନିଜ ମନ ପସନ୍ଦ ମୁତାବକ ଜିନିଷକୁ ଘରେ ବସି କରୁଛନ୍ତି ଅର୍ଡ଼ର । ଆଉ ଅର୍ଡର କରିବାର ଖୁବ୍ କମ୍ ଦିନ ମଧ୍ୟରେ ଘରେ ପହଞ୍ଚିଯାଉଛି  ଜିନିଷ। ସେହିପରି ଯଦି ଆମେ  ଅର୍ଡ଼ର କରିଥିବା ଜିନିଷ କିଣିବାକୁ ଚାହୁଁନାହୁଁ, ତେବେ ଉକ୍ତ ଅର୍ଡରକୁ କ୍ୟାନ୍ସଲ ମଧ୍ୟ କରିବା ପାଇଁ ଅପସନ ରହିଥାଏ । କିନ୍ତୁ ଆଗକୁ ଅର୍ଡର କ୍ୟାନ୍ସଲ କରିବା ପଡ଼ିପାରେ ମହଙ୍ଗା।


ରିପୋର୍ଟ ଅନୁସାରେ, ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଓ ମିନ୍ତ୍ରା ଏଭଳି ଏକ ନୀତି ଆଣିବାକୁ କରୁଛି  ଯୋଜନା । ଆଉ ଏହି ନୀତି ଆସିଲେ ଫ୍ଲିପକାର୍ଟର କ୍ୟାନ୍ସଲେସନ ପଲିସିରେ ପରିବର୍ତ୍ତନ ଆସିପାରେ । ଏଯାବତ କମ୍ପାନୀ ଅର୍ଡର କ୍ୟାନ୍ସଲେସନ ପାଇଁ କୌଣସି ଟଙ୍କା ନେଉନାହିଁ । କିନ୍ତୁ ନିକଟ ଭବିଷ୍ୟତରେ କମ୍ପାନୀ ଏପରି ପଲିସି ଆଣିପାରେ।  ଯାହାଦ୍ବାରା ଗ୍ରାହକ କୌଣସି ଅର୍ଡର କ୍ୟାନ୍ସେଲ କଲେ ତଣ୍ଡ ଗଣିବେ । ଅନେକ ସ୍ଥାନରେ ଏହା ମଧ୍ୟ କୁହାଯାଇଛି ଯେ ଫ୍ଲିପକାର୍ଟ ଏବଂ ମିନ୍ତ୍ରା କ୍ୟାନ୍ସେଲେସନ ଫି ୨୦ ଟଙ୍କା ଦେବାକୁ ପଡ଼ିବ। ସେହିପରି କିଛି ଦିନ ପୂର୍ବରୁ ଅର୍ଡର କ୍ୟାନ୍ସଲେସନ ଯୋଗୁଁ ବିରକ୍ତ ହୋଇ  କମ୍ପାନି ପ୍ୟାକେଜିଂରେ ଏକ ପ୍ଲାଷ୍ଟିକ୍ ଟ୍ୟାଗ୍ ଲଗାଇବା ଆରମ୍ଭ କରିଛି । ଆଉ ଯଦି ସେହି ଟ୍ୟାଗ୍ ପ୍ୟାକେଜିଂରେ ନ ଥାଏ  ତେବେ ପ୍ରଡ଼କ୍ଟଟି ଫେରସ୍ତଯୋଗ୍ୟ ନୁହେଁ । ତେବେ ବର୍ତ୍ତମାନ ଫ୍ଲିପକାର୍ଟ ଏହି ପଲିସି ନେଇ କିଛି ସ୍ପଷ୍ଟ କରିନି ।  କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ, ବିକ୍ରେତା ଓ ଡ଼େଲିଭରୀ ପାର୍ଟନର୍ସ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବେ ।  ତେଣୁ କମ୍ପାନୀ ଏହା କରିବାକୁ ଯାଉଛି। ତେବେ ଅର୍ଡର କ୍ୟାନ୍ସେଲେସନ ଫି' ନେଇ କଣ ନିୟମ ରହିବ ଏ ନେଇ ଫ୍ଲିପକାର୍ଟ ଓ ମିନ୍ତ୍ରା ଆନୁଷ୍ଠନିକ ଭାବେ ଘୋଷଣା କଲେ ହିଁ ଏହା ସ୍ପଷ୍ଟ ହେବ ।