ତେହରାନ : ଆମେରିକା ଓ ଇସ୍ରାଏଲ ସହ ଜାରି ଯୁଦ୍ଧ ମଧ୍ୟରେ ତେହରାନ କଠୋର ନିର୍ଦ୍ଦେଶ ଦେଇଛି। ଇରାନର ନ୍ୟାୟପାଳିକା ସୋମବାର ଘୋଷଣା କରିଛି ଯେ, ବିଦେଶରେ ରହୁଥିବା ସେହି ଇରାନୀ ନାଗରିକଙ୍କ ସଂପତ୍ତି ଜବତ କରାଯିବ ଏବଂ ତାଙ୍କ ଉପରେ ଜୋରିମନା ଲଗାଯିବ, ଯାହା ଇସ୍ରାଏଲ ଓ ଆମେରିକା ସହ ‘ସହଯୋଗ’ କରୁ ଥିବାର ଧରା ପଡ଼ିବେ।

ନ୍ୟୁଜ୍‌ ଏଜେନ୍ସି ଏଏଫପି ଅନୁସାରେ , ନ୍ୟାୟପାଳିକାର ୱେବସାଇଟ୍‌ ମିଜାନ ଅନଲାଇନ ପ୍ରୋସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟ ଅନୁସାରେ କୁହାଯାଇଛି ଯେ,ବିଦେଶରେ ରହୁଥିବା ସେହି ଇରାନୀ , ଯିଏ ଆମେରିକୀୟ-ଜାୟୋନି ଆକ୍ରମଣକାରୀ ଶତ୍ରୁଙ୍କ ସହ ମେଣ୍ଟ କରୁଛନ୍ତି, ତାଙ୍କର ସମର୍ଥନ କରନ୍ତି କିମ୍ୱା ସହଯୋଗ କରନ୍ତି , ତାଙ୍କର ସମସ୍ତ ସମ୍ପତ୍ତି ଜବତ କରି ନିଆଯିବ ଏବଂ ତାଙ୍କୁ ଆଇନଗତ ଭାବେ ଅନ୍ୟ ଆଇନଗତ ଦଣ୍ଡ ବିଧାନର ସାମ୍ନା କରିବାକୁ ପଡ଼ିବ।

ଏହା ସହ ମଧ୍ୟ ପଢନ୍ତୁ : ଇରାନର ଏହି ଛୋଟ ଦ୍ଵୀପକୁ ଛୁଇଁବାକୁ ଆମେରିକାର ନାହିଁ ସାହସ, ଆକ୍ରମଣ କଲେ ତୃତୀୟ ବିଶ୍ଵଯୁଦ୍ଧ

ଏହି ଘୋଷଣା ଏମିତି ସମୟରେ ଆସିଛି, ଯେବେ ଇରାନରେ ରାଜନୀତିକ ପରିବର୍ତ୍ତନର ଦାବି କରୁଥିବା କିଛି ପ୍ରବାସୀ ଇରାନୀମାନେ ୟୁରୋପ ଓ ଆମେରିକାର ଅନେକ ସହରରେ ସଡ଼କକୁ ଓହ୍ଲାଇ ଇରାନର ବିରୋଧରେ ଆମେରିକା-ଇସ୍ରାଏର ସାମରିକ ଅଭିଯାନ ବେଳେ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନିଙ୍କ ହତ୍ୟାର ଉତ୍ସବ ପାଳିଥିଲେ।ଖାମେନିଙ୍କ ମୃତ୍ୟୁ ପରେ ମୋଜତବା ଖାମେନିଙ୍କୁ ତେହେରାନର ନୂଆ ସର୍ବୋଚ୍ଚ ନେତା ଭାବେ ନାମିତ କରାଯାଇଛି।

ସରକାରୀ ମିଡ଼ିଆ ମୁତାବିକ, ପ୍ରୋସିକ୍ୟୁଟର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ବିଦେଶରେ ରହୁଥିବା ସେହି ଇରାନୀଙ୍କୁ ଚେତାବନୀ ଜାରି କରିଛନ୍ତି, ଯିଏ କୌଣସି ଭାବେ ଆମେରିକୀୟ-ଜାୟୋନୀ (ଇସ୍ରାଏଲୀୟ) ଶତ୍ରୁଙ୍କ ପ୍ରତି ସହାନୁଭୂତି ରଖିଛନ୍ତି , ତାଙ୍କୁ ସମର୍ଥନ କରନ୍ତି କିମ୍ୱା ତାଙ୍କର ସମର୍ଥନ କରନ୍ତି। ଏମିତି ଲୋକଙ୍କ ସଂପତ୍ତି ଆଇନ ଅନୁସାରେ ଜବତ କରାଯିବ ଏବଂ ସେମାନଙ୍କୁ ଅନ୍ୟ ଆଇନଗତ ଦଣ୍ଡ ମଧ୍ୟ ଦିଆଯିବ।