ନୂଆଦିଲ୍ଲୀ, ୦୯/୦୩ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତେଜୁଛି। ଆମେରିକା ଓ ଇସ୍ରାଏଲ୍ ମିଶି ଇରାନର ପରମାଣୁ ପ୍ଲାଣ୍ଟ, ତେଲ ଫ୍ୟାକ୍ଟ୍ରୀ ଏବଂ ସୈନ୍ୟ ଠିକଣା ଉପରେ ଆକ୍ରମଣ କରୁଛନ୍ତି। ହେଲେ ଇରାନର ଏକ ଛୋଟ ଦ୍ଵୀପ ଏବେବି ସୁରକ୍ଷିତ ଅଛି। ଏହି ଦ୍ଵୀପର ନାମ ହେଉଛି ଖାର୍ଗ ଆଇଲ୍ୟାଣ୍ଡ। ଏହା ଇରାନର ସବୁଠୁ ଗୁରୁତ୍ଵପୂର୍ଣ୍ଣ ତୈଳ ରପ୍ତାନୀ କେନ୍ଦ୍ର। ଯଦି ଆମେରିକା କିମ୍ଵା ଇସ୍ରାଏଲ୍ ଏହି ଦ୍ଵୀପ ଉପରେ ଆକ୍ରମଣ କରେ ତାହେଲେ ଇରାନର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯିବ। ସାରା ବିଶ୍ଵରେ ତୈଳ ଦର ଆକାଶ ଛୁଇଁବ। ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଯିବ। 

ଖାର୍ଗ ଆଇଲ୍ୟାଣ୍ଡ ଇରାନ ତଟ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ। ଏହା ଏକ ଛୋଟ କୋରଲ ଦ୍ଵୀପ। ୧୯୬୦ ଦଶକରେ ଆମେରିକୀୟ ତୈଳ କମ୍ପାନୀ ଅମୋକୋ ଏହାର ନିର୍ମାଣ କରିଥିଲା। ଏବେ ଏହି ଦ୍ଵୀପ ଇରାନର ଏକ ମୁଖ୍ୟ ତୈଳ ରପ୍ତାନୀକାରୀ ଟର୍ମିନାଲ। ଏଠାରେ ପ୍ରତିଦିନ ୭୦ ଲକ୍ଷ ବ୍ୟାରେଲ ତେଲ ରପ୍ତାନୀ ହୋଇପାରିବ। ଏହା ବିନା ଇରାନର ଅର୍ଥବ୍ୟବସ୍ଥା ମାଟିରେ ମିଶିଯିବ। 

​​​​​​​

ଆମେରିକା ଇରାନର ବହୁ ତୈଳ ଠିକଣାରେ ଆଟାକ୍ କରିଛି। ହେଲେ ଖାର୍ଗ ଆଇଲ୍ୟାଣ୍ଡକୁ ଏଯାଏଁ ଛୁଇଁନାହିଁ। କାରଣ ଇରାନ ଅର୍ଥବ୍ୟବସ୍ଥାର ୯୦ ପ୍ରତିଶତ ଏହି ତୈଳ ରପ୍ତାନୀ ଉପରେ ନିର୍ଭର କରୁଛି। ଯଦି ଏହା ଉପରେ ଆକ୍ରମଣ ହୁଏ ତାହେଲେ ଇରାନ ରକ୍ତମୁଖା ହୋଇଯିବ। ଆକ୍ରମଣ ପରେ, ଇରାନ ସମଗ୍ର ଉପସାଗରୀୟ ଅଞ୍ଚଳରେ ତୈଳ ଟ୍ୟାଙ୍କରଗୁଡ଼ିକ ଉପରେ ଆକ୍ରମଣ କରିପାରେ। ଯାହାଦ୍ଵାରା ବିଶ୍ଵ ତୈଳ ବଜାରରେ ବଡ଼ ହଲଚଲ୍ ହେବ। ଚୀନ ସବୁଠୁ ଅଧିକ ପ୍ରଭାବିତ ହେବ। କାରଣ ଇରାନ ଠାରୁ ଚୀନ ସବୁଠୁ ଅଧିକ ତେଲ କିଣୁଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଦ୍ଵୀପ ଉପରେ ଆକ୍ରମଣ ହେଲେ ଇରାନର ସହଯୋଗୀ ଦେଶ ଗୁଡ଼ିକ ଯୁଦ୍ଧକୁ ଉହ୍ଲାଇ ପାରନ୍ତି। ଏହାଦ୍ଵାରା ତୃତୀୟ ବିଶ୍ଵଯୁଦ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି।..

ଏହି ଖବରଟିକୁ ପଢନ୍ତୁ- ଇରାନ ତୈଳ ଡିପୋରେ ଇସ୍ରାଏଲ୍‌ ହମ୍‌ଲା, ତେହେରାନରେ କଳା ବର୍ଷା, ଲୋକେ ଆତଙ୍କିତ