PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆରଜେଡିରେ ବିଦ୍ରୋହ, ଦଳର ଛାତ୍ର ସଂରକ୍ଷକ ପଦରୁ ଇସ୍ତଫା ଦେଲେ ତେଜପ୍ରତାପ

ପାଟନା,୨୮।୩: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ ଦିନ ରହିଥିବା ବେଳେ ଏବେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରେ ଦେଖା ଦେଇଛି ବିଦ୍ରୋହ।  ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ଓ ତେଜସ୍ବୀ ଯାଦବଙ୍କ ଭାଇ ତେଜପ୍ରତାପ ଯାଦବ ଆରମ୍ଭ କରିଦେଇଛନ୍ତି ଦଳ ବିରୋଧରେ ବିଦ୍ରୋହ। ସେ ଆରଜେଡିର ଛାତ୍ର ସଂରକ୍ଷକ ପଦବୀରୁ ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ଦେବା ସମ୍ପର୍କରେ ଟ୍ବିଟରେ ଉଲ୍ଳେଖ କରିଛନ୍ତି। ସେ କହିଛନ୍ତି ’ଯେଉଁ ମାନେ ମୋନେ ଅପରିପକ୍ବ ଭାବୁଛନ୍ତି ପ୍ରକୃତରେ ସେମାନେ ନିଜେ ଅପରିପକ୍ବ। କିଏ କେତେ ପାଣିରେ ଅଛି, ସବୁ ଖବର ମୋ ପାଖରେ ଅଛି।’

ସୂଚନା ଅନୁସାରେ ଆରଜେଡି ନେତା ଓ ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବ ଶିବହାର ଓ ଜହାନାବାଦ ଆସନରୁ ନିଜର ପ୍ରିୟ ପ୍ରାର୍ଥୀ ଅଙ୍ଗେଶ କୁମାର ଓ ଚନ୍ଦ୍ର ପ୍ରକାଶଙ୍କୁ ଟିକେଟ ଦେବାକୁ ଚାହୁଁଥିଲେ। ତେଣୁ ସେ ଦଳ ଉପରେ ଚାପ ପକାଇବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ସେଥିରେ ସେ ଦୁଇ ଜଣଙ୍କୁ ପ୍ରାର୍ଥୀ କରିବା ନେଇ ଘୋଷଣା କରିଥାନ୍ତେ। ତେବେ ଲାଲୁ ପ୍ରସାଦ ଯାଦବଙ୍କ ହସ୍ତକ୍ଷେପ ପରେ ସେ ସାମ୍ବାଦିକ ସମ୍ମିଳନୀକୁ ରଦ୍ଦ କରିଦେଇଥିଲେ। ଏହାପରେ ସେ ଆରଜେଡିର ଛାତ୍ର ସଂରକ୍ଷକ ପଦରୁ ଇସ୍ତଫା​ ଦେଇଥିବା ନେଇ ଟ୍ବିଟରରେ ସୂଚନା ଦେଇଥିଲେ।