ନୂଆଦିଲ୍ଲୀ, ୨୩/୦୨: ଭାରତୀୟ ବାୟୁସେନାର ଆଉ ଏକ ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାପରେ ବିମାନଗୁଡ଼ିକର ବୈଷୟିକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ସୂତ୍ର ମୁତାବକ, ଚଳିତମାସ ପ୍ରାରମ୍ଭରେ ଏକ ପ୍ରମୁଖ ବାୟୁସେନା ଘାଟିର ପରିଚାଳନା କ୍ଷେତ୍ରରେ ଏହି ଦୁର୍ଘଟଣା ଘଟିଥିଲା । ବିମାନଟି ନିୟମିତ ତାଲିମ ଉଡ଼ାଣ ଶେଷ କରି ଅବତରଣ କରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ତେବେ ଏହାର ପାଇଲଟ୍ ଅଳ୍ପକେ ବର୍ତ୍ତିଯାଇଥିଲେ । ବିମାନଟିକୁ ସେବାରୁ ବାଦ୍ ଦିଆଯାଇପାରେ । ଏହାକୁ ମିଶାଇ ତୃତୀୟ ଥର ପାଇଁ ତେଜସ ବିମାନ ଦୁର୍ଘଟଣାର ଶିକାର ହେଲାଣି । ୨୦୨୪ ମାର୍ଚ୍ଚରେ ଜୈସଲମେର ନିକଟରେ ଅଭ୍ୟାସ ଉଡ଼ାଣ ପରେ ଫେରୁଥିବା ଏକ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ୨୦୨୫ ନଭେମ୍ବରରେ ଦୁବାଇ ଏୟାର ସୋ’ ବେଳେ ଆଉ ଏକ ଦୁର୍ଘଟଣା ଘଟିଥିଲା । ଏଥିରେ ପାଇଲଟ୍ ପ୍ରାଣ ହରାଇଥିଲେ । ଘଟଣାର ଏବେ ତଦନ୍ତ ଚାଲିଛି ।

ଆହୁରି ପଢ଼ନ୍ତୁ :- ବିବାହ ଉତ୍ସବର ଦୁଃଖଦ ଅନ୍ତ; ବାହାଘର ଦିନ ଆଖି ବୁଜିଲେ ଦୁଇ ଭଉଣୀ, ବିଷ ପିଇ ହାରିଲେ ଜୀବନ