ପାଟନା; ୧୧/୧ : ମାସେରୁ ଅଧିକ ସମୟ ପରେ ବିହାରକୁ ଫେରିଛନ୍ତି ଆରଜେଡି ନେତା ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ । ଆସୁ ଆସୁ ନୀତିଶ କୁମାରଙ୍କ ସରକାରକୁ କନା ସମାଲୋଚନା କରିଛନ୍ତି ତେଜସ୍ବୀ । ସେ କହିଛନ୍ତି କି, ମୁଁ ସରକାରକୁ ୧୦୦ ଦିନର ଅଲିମେଟ୍ ଦେଇଛି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ତେଜସ୍ବୀ କହିଛନ୍ତି କି, ବିହାର ନିର୍ବାଚନରେ ଲୋକେ ହାରି ଯାଇଛନ୍ତି, ବ୍ୟବସ୍ଥା ଜିତିଛି । ସରକାରଙ୍କ କାର୍ଯ୍ୟକାଳ ୧୦୦ ଦିନ ପର୍ଯ୍ୟନ୍ତ କିଛି କହିବୁ ନାହିଁ  । ଆମେ ସରକାରଙ୍କୁ ମହଲତ ଦେଉଛୁ, ଦେଖିବା ମାଆ, ଭଉଣୀମାନଙ୍କୁ କଣ ମିଳୁଛି ।

ସେପଟେ ତେଜସ୍ବୀ କହିଛନ୍ତି କି, ଗତ ନିର୍ବାଚନରେ ଟଙ୍କା ଏବଂ ମେସିନ୍ ପାଇଁ ବିଜୟ ହୋଇଛି । ସେମାନେ ଳୋକଙ୍କ ସହ ଛଳନା କରିଛନ୍ତି । ଛଳନା ଏବଂ ଜାଲିଆତି କରି ନିର୍ବାଚନ ଜିତିଛନ୍ତି । ନିର୍ବାଚନ ସମୟରେ ସେମାନେ ପ୍ରତିଶୃତି ଦେଇଥିଲେ କି, ୧ କୋଟି ଯୁବକଙ୍କୁ ଚାକିରୀ ପ୍ରଦାନ କରିବେ । ଏହାସହ ଇସ୍ତାହାରରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି କେବେ ପୂରଣ ହେବ ? ଅନେକ ମିଛ ପ୍ରତିଶୃତି ଦେଇ ଛଳନା ସହ ଜାଲିଆତି କରି ଜିତିଛନ୍ତି । ୧୦୦ ଦିନରେ ପ୍ରତିଶୃତି ପୂରଣ ନହେଲେ ଆମେ ଜଣାଇବୁ ।

ସେପଟେ ବିହାର ନିର୍ବାଚନରେ ଆରଜେଡିର ଶୋଚନୀୟ ପରାଜୟ ପରେ ତେଜସ୍ବୀ ନଜର ଆସିନଥିଲେ । ମାତ୍ର ୨୫ ଆସନ ତାଙ୍କ ଦଳକୁ ମିଳିଥିଲା । ଏହାସହ ସେ ରାଜ୍ୟରେ ନଜର ଆସିନଥିବାବେଳେ ତାଙ୍କୁ ନେଇ ଜେଡିୟୁ ଏବଂ ବିଜେପି ନେତାମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ଏହାସହ ସେ ବିରୋଧୀ ଦଳ ନେତା ହେବେ କି ନାହିଁ ଏହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଯାଇଥିଲା । ତେବେ ଆଗାମୀ ଦିନରେ ତେଜସ୍ବୀ କଣ ରଣନୀତି ପ୍ରସ୍ତୁତ କରୁଛନ୍ତି ଆଉ ସରକାରଙ୍କୁ ଟାର୍ଗେଟ କରୁଛନ୍ତିଏହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।