ନୂଆଦିଲ୍ଲୀ: ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ପୂର୍ବତନ ମନ୍ତ୍ରୀ କେ.ଟି ରାମାରାଓ (କେଟିଆର)ଙ୍କ ବିରୋଧରେ ମକୋଦ୍ଦମା ଚଳାଇବାକୁ ଅନୁମତି ଦେଇଛନ୍ତି । ୨୦୨୩ରେ ହାଇଦ୍ରାବାଦରେ ଆୟୋଜିତ ଫର୍ମୁଲା-ଇ ରେସ୍ରେ ୫୫ କୋଟି ଟଙ୍କା ହେରଫେର ମାମଲାରେ ଛନ୍ଦି ହୋଇଛନ୍ତି କେଟିଆର ।
ତାଙ୍କ ବିରୋଧରେ ମାମଲା ଚଲାଇବାକୁ ରାଜ୍ୟର ଦୁର୍ନୀତି ବିରୋଧୀ ବ୍ୟୁରୋ (ଏସିବି) ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲା । ହାଇଦ୍ରାବାଦ ମେଟ୍ରୋପଲିଟାନ୍ ଡେଭେଲପ୍ମେଣ୍ଟ ପାଖରୁ ରେସ ଆୟୋଜକଙ୍କ ଆକାଉଣ୍ଟକୁ ବିନା ଅନୁମତିରେ ଫଣ୍ଡ ଟ୍ରାନ୍ସଫର ହୋଇଥିବା ନେଇ ଏବିସି ଅଭିଯୋଗ କରିଛି । ତତ୍କାଳୀନ ସଚିବ ଅରବିନ୍ଦ କୁମାର କେଟିଆରଙ୍କ ମୌଖିକ ନିର୍ଦ୍ଦେଶ ଅନୁସାରେ, ଏହି ଫଣ୍ଡ ଟ୍ରାନ୍ସଫର କରିଥିଲେ ବୋଲି କୁହାଯାଉଛି ।
ରାଜ୍ୟପାଳଙ୍କ ମଞ୍ଜୁରି ପରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୧୬ରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ଏହା ପରେ ଏସିବିକୁ ଦୁର୍ନୀତି ନିରୋଧୀ ଅଧିନିୟମର ଧାରା ୧୭ ଏ ଅଧିନରେ ତଦନ୍ତ ଆରମ୍ଭ କରିବାକୁ ଏସିବିକୁ ନିର୍ଦ୍ଦେଶ ଦିଆଯାଇଛି ।