ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ

ବଲାଙ୍ଗିର, ୪/୧୨ : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ତେଲିପଡା ଅଞ୍ଚଳରେ ଆଜି ସକାଳେ ଏହି ଗୁଳିକାଣ୍ଡ ଘଟିଛି। ଗୁରୁତର ମହିଳା ଜଣଙ୍କ ହେଲେ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀ ଅନିମା ମହାପାତ୍ର।
ସୂଚନାନୁଯାୟୀ, ପୁତୁରା ଦେବପ୍ରକାଶ ଖୁଡ଼ୀ ଅନିମା ମହାପାତ୍ରଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଫଳରେ ଅନିମା ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ତରଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡ ଘଟାଇ ଦେବପ୍ରକାଶ ମହାପାତ୍ର ଫେରାର ହୋଇଛନ୍ତି।