ସାଲେଭଟା, ୨୨/୭ : ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଡୁଡୁକା ଗ୍ରାମର ୪୫ ବର୍ଷୀୟ ଦେବୀ ମନ୍ଦିର ପୂଜକ କିଶୋର ଯୁଏଡଙ୍କ ସର୍ପାଘାତରେ ମୃତ୍ୟୁ ଘଟିଛି। ସୋମବାର ରାତିରେ କିଶୋର ଯୁଏଡଙ୍କ ଘରୁ ଏକ ନାଗ ସାପ ବାହାରିଥିଲା। ତାକୁ ଧରୁଥିବା ବେଳେ ସାପଟି କିଶୋରଙ୍କ ହାତକୁ ଚୋଟ ମାରିଥିଲା। କିଶୋରଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବଲାଙ୍ଗୀର ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

‘୧୧ ଦିନ ପୂର୍ବରୁ କହିଥିଲେ ୨୦୨୭ରେ ଅବସର ନେବି, ହେଲେ...