PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପାକ୍‌ ସେନା ଉପରେ ଆକ୍ରମଣ; ଜଣେ କ୍ୟାପ୍‌ଟେନଙ୍କ ସହ ୧୦ ସୈନିକ ନିହତ

PAKISTAN-AFGHANISTAN-BORDER

ନୂଆଦିଲ୍ଲୀ/ଇସଲାମାବାଦ,୨୮/୦୭(ଏଜେନ୍ସି): ପାକିସ୍ତାନର ସେନା ଉପରେ ଆଜି ଦୁଇଟି ପୃଥକ୍‌ ପୃଥକ୍‌ ଆକ୍ରମଣ ଘଟଣାରେ ୧୦ ଜଣ ସୈନିକ ନିହତ ହୋଇଛନ୍ତି । ନିହତ ସୈନିକଙ୍କ ମଧ୍ୟରେ ଜଣେ କ୍ୟାପଟେନ ବି ଅଛନ୍ତି ।

ପାକ୍‌ ସେନା ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଥମେ ନର୍ଥ ୱଜିରିସ୍ତାନ ସଂଲଗ୍ନ ଆଫଗାନିସ୍ତାନ ସୀମା ନିକଟରେ ପାକ୍‌ ସେନାର ଏକ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଗୁରବାଜ୍‌ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏଥିରେ ପାକ୍‌ ସେନାର ୬ ଜଣ ସୈନିକ ପ୍ରାଣ ହରାଇଥିଲେ ।

ଏହାପରେ ଦ୍ୱିତୀୟ ଘଟଣାରେ ବେଲୁଚିସ୍ତାନର ତୁରବତ ଏବଂ ହୁସହାବ ମଧ୍ୟରେ ଥିବା ଏକ ଅଞ୍ଚଳରେ ପାକିସ୍ତାନର ଅର୍ଦ୍ଧ-ସାମରିକ ବାହିନୀ ଫ୍ରଣ୍ଟିୟର ଫୋର୍ସର ଏକ ଦଳ ତଲାସୀ ଅଭିଯାନ ଚଳାଉଥିଲାବେଳେ ତା’ ଉପରେ ବିଦ୍ରୋହୀମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ଜଣେ କ୍ୟାପଟେନଙ୍କ ସମେତ ୪ ଜଣ ସୈନିକ ପ୍ରାଣ ହରାଇଥିଲେ । କିନ୍ତୁ ବେଲୁଚିସ୍ତାନର ବିଦ୍ରୋହୀମାନେ ଦାବି କରିଛନ୍ତି ଯେ ଏଥିରେ ପାକିସ୍ତାନର ୧୫ ଜଣ ସୈନିକ ନିହତ ହୋଇଛନ୍ତି ।