ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଅଭିଯୁକ୍ତକୁ କୋର୍ଟ ଚାଲାଣ ପରେ ଉତ୍ତେଜନା, ଥାନା ଭିତରେ ଭଙ୍ଗାରୁଜା କଲେ ଲୋକେ

Published By : Suraj Kumar | June 10, 2025 5:57 PM

ଭୁବନେଶ୍ବର ୧୦।୬ :  ଇନଫୋସିଟି  ଥାନା ଭିତରେ ଖଣ୍ଡଯୁଦ୍ଧ। ଉଡ଼ିଲା ଚେୟାର ଆଉ ଫୁଲକୁଣ୍ଡ। ଆଇଆଇସିଙ୍କୁ ଆକ୍ରମଣ ସହ ଥାନା ଭିତରେ ପଶି ଭଙ୍ଗାରୁଜା । ଅଭିଯୁକ୍ତକୁ ଗିରଫ ନୁହେଁ ବରଂ ଟଙ୍କା ଫେରସ୍ତ କରାଇବା ପାଇଁ ଦାବୀ କଲେ ଉତ୍ତ୍ୟକ୍ତ ଜନତା । ପୋଲିସ ଲୋକଙ୍କ ମଧ୍ୟରେ  ଧସ୍ତାଧସ୍ତିରେ ଜଣେ ମହିଳା ଆହତ ହୋଇଛନ୍ତି।  ଠକେଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ନେଇ ଅଳସୁଆ ଗାଁ ଲୋକଙ୍କ ସହ ପୋଲିସର ଖଣ୍ଡଯୁଦ୍ଧ ହୋଇଥିଲା। 

ଅଳସୁଆ ଅଞ୍ଚଳରେ ରହୁଥିବା ଅଜୟ ମହାନ୍ତି  ୪୨ ଜଣ ଲୋକଙ୍କୁ ସାହାଯ୍ୟ ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ଆଜି କାଲି କହି ଦିନ ପରେ ଦିନ ଗଡ଼େଇ ଚାଲିଥିଲେ। ବ୍ୟାଙ୍କ୍ ରୁ ଋଣ କରି ସାହାଯ୍ୟ କରିଥିବା ଲୋକେ ତାଙ୍କ ଟଙ୍କା ଫେରସ୍ତ ପାଇଲେ ନାହିଁ। ସେପଟେ ଗାଁ ଲୋକଙ୍କ ଦୁଆରରେ ବ୍ୟାଙ୍କ୍ ଅଧିକାରୀ ଜଗି ବସିବାରୁ ଗ୍ରାମବାସୀ ସ୍ଥାନୀୟ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଅଜୟକୁ ଧରି  ଗାଁ ଲୋକେ ଥାନା ଜିମା ଦେଇଥିଲେ। ଅଭିଯୁକ୍ତ ଅଜୟ ମହାନ୍ତି ଲୋକଙ୍କ ଟଙ୍କା ଫେରାଇବାକୁ ମନା କରିବାରୁ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତେବେ ସ୍ଥାନୀୟ ଗ୍ରାମବାସୀ କିନ୍ତୁ ଅଜୟଙ୍କ ଗିରଫ ନୁହେଁ ବରଂ ଟଙ୍କା ଦାବି କରିଥିଲେ। ଅଜୟ କୋର୍ଟ ଚାଲାଣ ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଗିରଫ ନୁହେଁ ଟଙ୍କା ଫେରାଅ ନାରା ଦେଇଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ଥାନା ଭିତରେ ପଶି ପୋଲିସ ସହିତ ଯୁକ୍ତିତର୍କ କରିବା ସହ ଭଙ୍ଗାରୁଜା କରି ଆଇଆଇସିଙ୍କ ଚାମ୍ବର ଭିତରକୁ ଧସେଇ ପଶିଥିଲେ। 

ଏହାକୁ ରୋକିବାକୁ ଯାଇ ଉଭୟ ପୋଲିସ ଏବଂ ଲୋକଙ୍କ  ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯେଉଁଥିରେ ଜଣେ ମହିଳା ଆହତ ହୋଇଥିବା ବେଳେ ଥାନା ଅଧିକାରୀଙ୍କ ସମେତ ଏକାଧିକ ମହିଳା ପୋଲିସ ଆହତ ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଏକ ପ୍ଲାଟୁନ୍ ଫୋର୍ସ, ତିନି ଥାନାର ଅଧିକାରୀ ଓ କର୍ମଚାରୀ ସମେତ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଥିଲେ। ସେପଟେ ଘଟଣାର ଯାଞ୍ଚ ହେବା ଓ ବ୍ୟାଙ୍କ୍ ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଘର ଆଗରେ ନବସିବାକୁ ଚିଠି ଲେଖି ଜଣାଇବା ପ୍ରତିଶ୍ରୁତି ପରେ ରାସ୍ତା ରୋକରୁ ହଟିଥିଲେ ଅଳସୁଆ ଗ୍ରାମବାସୀ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.