- ପୁଣି ଥରେ ବାଂଲାଦେଶ ହାଇକମିଶନରଙ୍କୁ ଭାରତର ସମନ
- ଦୁଇ ଦେଶର ସମ୍ୱନ୍ଧରେ ମଧ୍ୟ ଉତ୍ତେଜନା ବୃଦ୍ଧି
- ହାଦିଙ୍କ ହତ୍ୟା ପରେ ପ୍ରବଳ ବିରୋଧ ପ୍ରଦର୍ଶନ
- ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିଦିଆ ଯାଇଥିଲା
ନୂଆଦିଲ୍ଲୀ : ବାଂଲାଦେଶର ହାଇକମିଶନର ଇୟାଜ ହମିଦୁଲ୍ଲାଙ୍କୁ ଭାରତ ମଙ୍ଗଳବାର ଦିନ, ପୁଣି ଥରେ ସମନ ଦେଇଛି। ବାଂଲାଦେଶରେ ଜାରି ଭୀଷଣ ଉତ୍ତେଜନା ମଧ୍ୟରେ ଏହା ଦ୍ୱିତୀୟ ଘଟଣା, ଯାହାକି ବାଂଲାଦେଶର ହାଇକମିଶନରଙ୍କୁ ସମନ କରାଯାଇଛି। ଏଥିରେ ଦୁଇ ଦେଶର ସଂପର୍କରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଛି। ଭାରତରେ ବାଂଲାଦେଶର ଦୂତାବାସ ଗୁଡ଼ିକର ସୁରକ୍ଷାକୁ ନେଇ ଚିନ୍ତାକୁ ନଜରରେ ରଖି , ବାଂଲାଦେଶରେ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟକୁ ଡକା ଯାଇ ଥିଲା।
ଏହାସହ ମଧ୍ୟ ପଢନ୍ତୁ : ଭାରତର କାର୍ଯ୍ୟାନୁଷ୍ଠାନରେ ବିଚଳିତ ବାଂଲାଦେଶ , ଉତ୍ତେଜନା ମଧ୍ୟରେ ଭାରତୀୟଙ୍କ ପାଇଁ ରୋକିଲା ଭିସା ସର୍ଭିସ୍
ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବେ ବାଂଲାଦେଶରେ ପ୍ରମୁଖ ଯୁବ ନେତା ଶରିଫ ଉସ୍ମାନ ହାଦିଙ୍କ ହତ୍ୟା ହୋଇଥିଲା। ହାଦିଙ୍କ ହତ୍ୟା ପରେ ପ୍ରବଳ ବିରୋଧ ପ୍ରଦର୍ଶନ ବେଳେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ରଙ୍କୁ ପିଟି ପିଟି ହତ୍ୟା କରିଦିଆ ଯାଇଥିଲା ଏବଂ ତାଙ୍କର ଶବକୁ ଗଛରେ ଝୁଲାଇ ଜଳାଇ ଦିଆ ଯାଇଥିଲା। ଏଥିରେ ଖୁବ୍ ଉତ୍ତେଜିତ ମାହୋଲ ସୃଷ୍ଟି ହୋଇଥିଲା । ଏହାକୁ ନେଇ ସାରା ବିଶ୍ୱରେ ଆଲୋଚନା ହୋଇଥିଲା।
ଉଲ୍ଲେଖ ଯେ, ଗତ ସପ୍ତାହରେ ୧୭ ଡିସେମ୍ୱରରେ , ଭାରତୀୟ ଉଚ୍ଚାୟୋଗ ଉସ୍ମାନ ହାଦିଙ୍କୁ ଗୁଳି କରିବା ପରେ ଗୋଟିଏ ଦିନ ପାଇଁ ନିଜର ଭିସା ସେବାକୁ ସ୍ଥଗିତ କରି ଦିଆ ଯାଇଥିଲା। ଏହା ସେତେବେଳେ ହେଲା ,ଯେବେ ‘ଜୁଲାଇ ଓଇକ୍ୟା’ ର ବ୍ୟାନର ତଳେ ବିରୋଧ ପ୍ରଦର୍ଶନକାରୀମାନେ ଭାରତୀୟ ଉଚ୍ଚାୟୋଗଙ୍କୁ ଘେରିବା ଯୋଜନାର ଘୋଷଣା କରିଥିଲେ। ବିରୋଧ ପ୍ରଦର୍ଶନକାରୀଙ୍କ ଅଭିଯୋଗ ଥିଲା ଯେ, ହାଦିଙ୍କ ହତ୍ୟାକାରୀ ଭାରତ ପଳାୟନ କରିଥିଲେ। ଏହାସହ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଦାବି ମଧ୍ୟ କରୁଥିଲେ। ବିରୋଧ ପ୍ରଦର୍ଶନକରୀମାନେ ଆରମ୍ଭରେ ପୁଲିସର ବ୍ୟାରିକେଡ୍ ଭାଙ୍ଗି ଦେଇ ଥିଲେ।