ନୂଆଦିଲ୍ଲୀ; ୪/୧: ଆଇପିଏଲ ୨୦୨୫ର ବିଜେତା ୨୦୨୬ ସିଜିନରେ ମ୍ୟାଚ୍ ଖେଳିବା ପୂର୍ବରୁ ଲାଗିଛି ଶକ୍ତ ଝଟକା । ଦଳର ୪ ଜଣ ଖେଳାଳି ଆହତ ହୋଇଛନ୍ତି । ଯାହାକି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି । ତେବେ ଏହି ୪ ଜଣ ଆହତ ଖେଳାଳି ହେଲେ ଫିଲ ସଲ୍ଟ, ରଜତ ପଟିଦାର, ଜୋଶ ହାଜେଲ୍ ହୁଡ୍ ଏବଂ ଟିମ୍ ଡେଭିଡ୍ । ୪ଜଣ ଯାକ ଖେଳାଳି ଗତ ସିଜିନରେ ଦମଦାର ପ୍ରଦର୍ଶନ କରିଥିଲେ । ମାତ୍ର ଏମାନେ ଯଦି ମ୍ୟାଚ୍ ପୂର୍ବରୁ ଫିଟ୍ ନହୁଅନ୍ତି ତାହେଲେ ଦଳ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ ।
କିଏ କେଉଁଠି ଆହତ ହେଲେ
ଫିଲ ସଲ୍ଟ : ଏବେ ILT20 ଚାଲିଛି । ଯେଉଁଥିରେ ଖେଳୁଛନ୍ତି ଫିଲ ସଲ୍ଟ । ତେବେ ଏହି ଳିଗରେ ଖେଳୁଥିବାବେଳେ ତାଙ୍କ ପିଠିରେ ଆଘାତ ଲାଗିଛି । ଯେଉଁ କାରଣରୁ ସେ ଖେଳରୁ ବିରତ ରହିଛନ୍ତି ।
ରଜତ ପଟିଦାର : ବିଜୟ ହଜାରେ ଟ୍ରଫିରେ ଖେଳୁଥିବାବେଳେ ବହତ ହୋଇଛନ୍ତି ଆରସିବିର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରଜତ ପଟିଦାର । ତେବେ ସେ କେତେମାତ୍ରାରେ ଆଘାତ ପାଇଛନ୍ତି ତାହା ଏଯାବତ ଜଣାନାହିଁ । ମାତ୍ର ଆଇପିଏଳ ପୂର୍ବରୁ ଯଦି ଫିଟ୍ ନହୁଅନ୍ତି ତାହେଲେ ଏହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।
ଟିମ୍ ଡେଭିଡ୍ : ବିଗବାସ ଲିଗରେ ଏବେ ଖେଳୁଛନ୍ତି ଟିମ୍ ଡେଭିଡ୍ । ଅଷ୍ଟେ୍ରଲିଆର ଏହି ଭେଟେରାନ ଅଲରାଉଣ୍ଡର ଏବେ ଆହତ ହୋଇଛନ୍ତି । ତାଙ୍କ ଆଗାତ ତାଭ୍କ ଦେଶ ପାଇଁ ମଧ୍ୟ ବଡ଼ କ୍ଷତି । ଆଗକୁ ଟି-୨୦ ବିଶ୍ବକପ ଖେଳାଯିବାକୁ ଅଛି । ତାଙ୍କ ଉପସ୍ଥିତି ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।
ହାଜେଲଉଡ୍ : ୨୦୨୫ରୁ ଆଘାତରେ ଜୁଝି ହେଉଛନ୍ତି ହାଜେଲହୁଡ୍ । ଆରସିବିର ଏହି ପେସ ବୋଲର ଦଳକୁ ଗତ ସିଜିନରେ ଚାମ୍ପିୟନ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆହତ କାରଣରୁ ହାଜେଲ ହୁଡ୍ ମଧ୍ୟ ଆସେସ୍ ସିରିଜରୁ ବାଦ ପଡ଼ିଥିଲେ ।
କହି ରଖୁଛୁ କି, ଟି-୨୦ ବିଶ୍ବକପ ସରିବା ପରେ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଭାବେ ଜଣାଶୁଣା ଆଇପିଏଲ ଖେଳାଯିବ । ୧୦ ଦଳ ନିଜର ରଣନୀତି ପ୍ରସ୍ତୁତ କରିଥିବାବେଳେ ନିକଟରେ ମିନି ଅକ୍ସନରେ ନିଜ ଦଳରେ ଖେଳାଳିଙ୍କୁ ସାମିଲ୍ ମଧ୍ୟ କରିଛନ୍ତି ।