ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଲକର୍‌ରେ ୫ ଲକ୍ଷ ଟଙ୍କାର ନୋଟ୍‌ ଖାଇଗଲେ ଉଈ, ଟଙ୍କା ଫେରସ୍ତ କରିବାକୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଦାବି

Published By : Krishna Priya | October 19, 2024 8:11 AM

ଉତ୍ତରପ୍ରଦେଶ ୧୯/୧୦: ଉତ୍ତରପ୍ରଦେଶର ନୋଏଡାରେ ଜଣେ ବ୍ୟକ୍ତି ବ୍ୟାଙ୍କ୍‌ ଲକରରେ ରଖିଥିବା ୫ ଲକ୍ଷ ଟଙ୍କାର ନୋଟ୍‌କୁ ଉଈ ଖାଇଦେଇଛନ୍ତି । ବ୍ୟକ୍ତିଜଣକ ଏ ନେଇ ବ୍ୟାଙ୍କ୍‌ ପ୍ରବନ୍ଧନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଲକରରେ ଟଙ୍କା ରଖିବା ଅନୁଚିତ୍‌ । ସେଥିଲାଗି ଆକାଉଣ୍ଟ ରହିଛି ବୋଲି ତାଙ୍କୁ ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି । ଏହାପରେ ସେ ବ୍ୟାଙ୍କ୍‌ର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । 

ମାମଲାଟି ନୋଏଡା ସେକ୍ଟର-୫୧ରେ ଥିବା ସିଟିଜେନ୍‌ କୋଅପରେଟିଭ୍‌ ବ୍ୟାଙ୍କ୍‌ର । ସେଠାରେ ଜଣେ ବ୍ୟକ୍ତି ନିଜ ଲକରରେ ୫ ଲକ୍ଷ ଟଙ୍କା ଓ ଗହଣା ରଖିଥିଲେ । ୩ ମାସ ପରେ ଲକର ଚେକ୍‌ କରିବାରୁ ତାଙ୍କର ହୋସ୍‌ ଉଡି଼ଯାଇଥିଲା । ପୀଡି଼ତଙ୍କ ମୁତାବକ, ବ୍ୟାଙ୍କ୍‌ ଲକରର ଦେୟ ବାବଦରେ ୨-୧୨ ହଜାର ଟଙ୍କା ନେଇଥାଏ । ଏଭଳିସ୍ଥିତିରେ ଲକରରେ ରଖାଯାଇଥିବା ଜିନିଷର ସୁରକ୍ଷା ବ୍ୟାଙ୍କ୍‌ ପ୍ରବନ୍ଧନର । ଅତି କମ୍‌ରେ ବର୍ଷକୁ ୨ ଥର ଉଈ ପ୍ରତିରୋଧୀ ବ୍ୟବସ୍ଥା କରାଯିବା ଆବଶ୍ୟକ । ବ୍ୟାଙ୍କ୍‌ କିନ୍ତୁ ଏହା କରିନାହିଁ । ସେଥିଯୋଗୁ ମୋର ୨ ଲକ୍ଷ ଟଙ୍କାର ନୋଟ୍‌କୁ ଉଈ ପୂରା ଖାଇଯାଇଛନ୍ତି । ଆଉ ୩ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ର ଏଭଳି ଅବସ୍ଥା କରିଦେଇଛନ୍ତି ଯେ ତାହା ବଜାରରେ ଚଳିପାରିବ ନାହିଁ । ଏଭଳିସ୍ଥିତିରେ ମୁଁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ ସାମ୍ନାରେ ଉଈ ଖାଇଯାଇଥିବା ୨ ଲକ୍ଷ ଟଙ୍କା ଦେବା ଲାଗି ଦାବି କରିଛି । ଏଥିସହ ନଷ୍ଟ କରିଦେଇଥିବା ୩ ଲକ୍ଷ ଟଙ୍କାକୁ ବଦଳ କରିବା କଥା କହିଛି । 

ଇତିମଧ୍ୟରେ ବ୍ୟାଙ୍କ୍‌ ମ୍ୟାନେଜର ଆଲୋକ କୁମାର ବ୍ୟାଙ୍କ୍‌ର କାନ୍ଥ ଫିମ୍ପି ମାରିଥିବା କଥାକୁ ସ୍ୱୀକାର କରିଛନ୍ତି । ତାଙ୍କ କହିବା କଥା ହେଲା, କାନ୍ଥ ଫିମ୍ପି ମାରିବା ଯୋଗୁ ଉଈ ହୋଇଛନ୍ତି । ସୌଭାଗ୍ୟକୁ ଅନ୍ୟ ଲକର ଏଥିଯୋଗୁ ପ୍ରଭାବିତ ହୋଇନାହିଁ । ସେପଟେ ଲକରରେ ଉଈ ଲାଗିଥିବା ଜଣା ପଡି଼ବା ପରେ ସେ ସମସ୍ତ ଲକରଧାରୀଙ୍କୁ ଯୋଗାଯୋଗ କରିଛନ୍ତି । ନିଜ ନିଜର ଲକର ଯାଞ୍ଚ କରିବାକୁ କହିଛନ୍ତି । ଏହାପରେ ବ୍ୟାଙ୍କ୍‌ରେ ଲକର ଯାଞ୍ଚ କରିବା ଲାଗି ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏ ସଂପର୍କରେ ବ୍ୟାଙ୍କ୍‌ର ବରିଷ୍ଠ ମ୍ୟାନେଜର ଇନ୍ଦୁ ଜୈସୱାଲ କହିଛନ୍ତି, ଲକରର ବ୍ୟବସ୍ଥା ଗ୍ରାହକଙ୍କ ସୁବିଧା ଲାଗି ହୋଇଥାଏ । ସେଥିରେ ଜରୁରି ଦସ୍ତାବିଜ, ସମ୍ପତ୍ତିର କାଗଜପତ୍ର, ମୂଲ୍ୟବାନ ଆଭୂଷଣ ସମେତ ଅନ୍ୟ ଆଇଟମ୍‌ ରଖିହେବ । କିନ୍ତୁ ଟଙ୍କା ରଖିହେବ ନାହିଁ । ଲକରରେ ନୋଟ୍‌ ରଖିବା ଆରବିଆଇ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ । ଯଦି କେହି ଲକରରେ ଟଙ୍କା ରଖନ୍ତି ତେବେ ତାହା ତାଙ୍କର ବୈଧ ରୋଜଗାର ବୋଲି ତାଙ୍କୁ ପ୍ରମାଣ କରିବାକୁ ପଡି଼ବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.