କିଶତଓ୍ବାଡାର ଜଙ୍ଗଲରେ ମିଳିଲା ଆତଙ୍କବାଦୀଙ୍କ ଗୁମ୍ପା,ଧ୍ବଂସ କଲା ସେନା

କିଶତଓ୍ବାଡା,୧୦।୬: ଜମ୍ମୁ ସଁଭାଗର କିଶତଓ୍ବାଡାର କେଶଓ୍ବାନ କ୍ଷେତ୍ରରେ ସେନାର ୨୬ ରାଷ୍ଟ୍ରୀୟ ରାଇଫଲ ଓ ପୋଲିସର ବିଶେଷ ଟିମ୍ ଏକ ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରିଦେଇଛନ୍ତି। ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଆତଙ୍କବାଦୀମାନେ ଫେରାର ହୋଇଯିବା ପରେ ସଫଳ ହୋଇଛନ୍ତି। ସେଠାରୁ ଗୋଳା ବାରୁଦ ବ୍ୟତୀତ ଖାଦ୍ୟ-ପେୟର ଜିନିଷ ମିଳିଛି।

ସେନା ପକ୍ଷରୁ ସୂଚନା ମିଳିଥିଲା ଯେ, ଜଙ୍ଗଲ ଘେରି ରହିଥିବା କେଶଓ୍ବାନ ଲସ୍କର-ଇ-ତୋଏବାର ଆତଙ୍କବାଦୀ ଜମାଲ ଦୀନ ନିଜର ଆଡ୍ଡାରେ ଆରାମଦାୟକ ଜୀବନ ବିତାଉଥିଲେ। ସେନା ଓ ପୋଲିସର ଯବାନ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷାବଳକୁ ଏକ ପାହାଡ ମିଳିଥିଲା ଯାହାର ଅଗ୍ରୀମ ଭାଗ ଛୋଟ କଟାଥିଲା। ଏହାକୁ ଦେଖି ସେମାନଙ୍କୁ ସନ୍ଦେହ ହୋଇଥିଲା। ଏହାକୁ ସୁଖିଲା ଗଛରେ ଢାଙ୍କିକି ରଖିଥିଲେ। ସୁରକ୍ଷାବଳ ଗଛକୁ ହଟାଇବା ଆରମ୍ଭ କରିଥିଲେ ତେବେ ଏକ ଛୋଟିଆ ଖୋଲା ଭାଗ ମିଳିଥିଲା। ଯେତେବେଳେ ଜଣେ ଯବାନ ତାହା ଭିତରେ ପଶିଥିଲେ ତା ଭିତରେ ଘର ଭଳି ପରିବେଶ ଦେଖିବାକୁ ମିଳିଥିଲା।

ଭିତରେ ଯଦିଓ ଠିଆ ହେବାକୁ ସ୍ଥାନ ନଥିଲା, କିନ୍ତୁ ଏହାର ଲମ୍ବା ଅଧିକ ଥିଲା। ତେବେ ସେଠାରେ ଆବଶ୍ୟକତା ଅନୁଯାୟୀ ଜିନିଶ ରହିଥିଲା। ଏକେ-୪୭ର ଗୁଳିଭର୍ତ୍ତି ୩ଟି ମାଗାଜିନ, ଖାଦ୍ୟ ପେୟ ଜିନିଷ ଯେଉଁଥିରେ ଅଟା, ଚାଉଳ, ମ୍ୟାଗି, ଜୁସ୍, କୁଲଚା, ଗ୍ୟାସ ସିଲିଣ୍ଡର ଚୁଲା, କମ୍ବଳ, କପଡା, ଔଷଧ ଆଦି ଜିନିଷ ଉଦ୍ଧାର କରାଯାଇଛି। ପରିସ୍ଥିତି ଦେଖି ଲାଗୁଛି ସେନା ଆସିବା ପୂର୍ବରୁ ଆତଙ୍କବାଦୀମାନେ ପୂର୍ବରୁ ଫେରାର ହୋଇଯାଇଥିଲେ। ସେନାର ଆଶଙ୍କା ରହିଛି ଯେ, ଆତଙ୍କବାଦୀମାନେ ବେଶି ଦୂରକୁ ଯାଇନଥିବେ, ସେନାର ତଲାସୀ ଅଭିଯାନ ଜାରି ରହିଛି।