ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୩୨ ବର୍ଷରେ ୫୬ ହଜାରରୁ ଅଧିକ ଆଟାକ୍, ନିପାତ ହୋଇଛନ୍ତି ୨୩ ହଜାରରୁ ଉର୍ଦ୍ଧ୍ଵ ଆତଙ୍କୀ, ଭାରତ ହରାଇଛି ୬ ହଜାର ୪୧୩ ବୀରପୁତ୍ର

Published By : Rasmita Pradhan | April 28, 2025 1:46 PM

ନୂଆଦିଲ୍ଲୀ, ୨୮/୦୪ : ଆତଙ୍କବାଦକୁ ନେଇ ଏବେ ଟେନସନ୍‌ରେ ବିଶ୍ଵ। ଏଥିରୁ ବର୍ତ୍ତିନି ଭାରତ। ଆତଙ୍କବାଦୀଙ୍କ ଆଢୁଆଳରେ ବାରମ୍ଵାର ଭାରତ ଉପରେ ଆକ୍ରମଣ କରୁଛି ପାକିସ୍ତାନ। ନିଜ ଦେଶରେ ଆତଙ୍କୀଙ୍କୁ ଦେଇଛି ଶରଣ। ଭାରତ ବିରୋଧରେ ରଚୁଛି ଷଡ଼ଜନ୍ତ୍ର। ଅକାରଣରେ ଚାଲିଯାଉଛି ନୀରିହ ଜୀବନ। ଗତ ୩୨ ବର୍ଷରେ ୫୬ ହଜାରରୁ ଅଧିକ ଥର ଆଟାକ୍ କରିଛନ୍ତି ଆତଙ୍କବାଦୀ। ଏହାର ଦୃଢ ଜବାବ ଦେଇଛି ଭାରତୀୟ ସେନା। ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି ୨୩ ହଜାରରୁ ଉର୍ଦ୍ଧ୍ଵ ଆତଙ୍କୀ। ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ କନଫ୍ଲିକ୍ଟ ମ୍ୟାନେଜମେଣ୍ଟର ଅଧ୍ୟୟନରୁ ଖୁଲାସା।

ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ଏବଂ ଉଗ୍ରବାଦୀଙ୍କ ପାଇଁ ଅତ୍ୟନ୍ତ ସମ୍ଵେଦନଶୀଳ ଭାରତର ୯ଟି ରାଜ୍ୟ। ଏଥି ମଧ୍ୟରୁ ଅତ୍ୟଧିକ ପ୍ରଭାବିତ ଜାମ୍ମୁ କାଶ୍ମୀର। ୧୯୮୮ ରୁ ୨୦୧୯ ମଧ୍ୟରେ ୫୬ ହଜାର ଥର ଆଟାକ୍ କରିଛନ୍ତି ଆତଙ୍କବାଦୀ। ଏହାର ଦୃଢ ଜବାବ ଦେଇଛି ଭାରତୀୟ ସେନା। ଯବାନଙ୍କ ଅପରେସନରେ ନିପାତ ହୋଇଛନ୍ତି ୨୩ ହଜାର ୩୮୬ ଆତଙ୍କୀ। ହେଲେ ଏହାର ପ୍ରତିବଦଳରେ ଭାରତ ହରାଇଛି ୬ ହଜାର ୪୧୩ ବୀରପୁତ୍ର। ସେହିପରି ଅକାଳରେ ଯାଇଛି ୧୪ ହଜାର ୯୩୦ ନୀରିହଙ୍କ ଜୀବନ। ଗତ ୨୫ ବର୍ଷର ରିପୋର୍ଟ ଦେଖିଲେ, ୨୦୦୦ ମାର୍ଚ୍ଚ ୬ ରୁ ୨୦୨୫ ଏପ୍ରିଲ ୨୨ ମଧ୍ୟରେ ଜାମ୍ମୁ କାଶ୍ମୀରରେ ହୋଇଛି ୧୨ ହଜାର ୩୭ ଥର ଆକ୍ରମଣ। ଏଥିରେ ବଳି ପଡ଼ିଛନ୍ତି ୪ ହଜାର ୯୮୦ ସାଧାରଣ ଲୋକ। 

ଜାମ୍ମୁ କାଶ୍ମୀର ପରି ପ୍ରତିବର୍ଷ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ ଏବଂ ତ୍ରିପୁରାରେ ଦେଖିବାକୁ ମିଳିଛି ସମାନ ଚିତ୍ର। ଏହି ସବୁ ରାଜ୍ୟ ଗୁଡ଼ିକରେ ବି ଆତଙ୍କ ଖେଳାଇଛନ୍ତି ଆତଙ୍କବାଦୀ। କେନ୍ଦ୍ର ଗୃହ ମନ୍ତ୍ରାଳୟର ରିପୋର୍ଟ କହୁଛି, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଘାଟୀରେ ସକ୍ରିୟ ହୋଇଥିଲା ଆତଙ୍କୀ ସଙ୍ଗଠନ ଟିଆରଏଫ୍। ସେବେଠାରୁ ଏହାର ଏକମାତ୍ର ଟାର୍ଗେଟ୍ ସାଧାରଣ ନାଗରିକ। ୨୦୨୦ରୁ ପହଲଗାମ୍ ଆଟାକ୍ ଯାଏଁ ୩୨ ଥର ଆକ୍ରମଣ କରିଛି ଟିଆରଏଫ୍। ଯେଉଁଥିରେ ଯାଇଛି ୪୮ ସାଧାରଣ ଲୋକଙ୍କ ଜୀବନ। ଗତ ୪ ବର୍ଷରେ ଏହି ସଙ୍ଗଠନର ୪୧ ଆତଙ୍କୀଙ୍କୁ ମାରିଛି ଭାରତୀୟ ସେନା। 

ଦକ୍ଷିଣ ଏଶିୟା ଆତଙ୍କବାଦ ପୋର୍ଟାଲ ଅନୁଯାୟୀ, ୧୯୮୮ରୁ ଏପର୍ଯ୍ୟନ୍ତ ହୋଇଥିବା ଆକ୍ରମଣରେ ମରିଛନ୍ତି ୪୭ ପ୍ରତିଶତ ଆତଙ୍କୀ। ଯେଉଁମାନଙ୍କୁ ଭିନ୍ନ ଭିନ୍ନ ଅପରେସନ କରି ମାରିଛନ୍ତି ଯବାନ।  ହେଲେ ଏଥିରେ ବଳି ପଡ଼ିଛନ୍ତି ୪୦ ପ୍ରତିଶତ ସାଧାରଣ ନାଗରିକ। ଅକାରଣରେ ଚାଲିଯାଇଛି ଏମାନଙ୍କ ଜୀବନ। କେବଳ ସେତିକି ନୁହେଁ, ୧୬ ବର୍ଷରେ ୯ ହଜାର ୧୪ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ଏହି ଆକ୍ରମଣରେ ଶହୀଦ ହୋଇଛନ୍ତି ସେନାର ୫୭ ଏବଂ ଅର୍ଦ୍ଧ ସାମରିକ ବାହିନୀର ୪୨ ଯବାନ। ପ୍ରାଣ ହରାଇଛନ୍ତି ୫୯ ଭାରତୀୟ। ସେହିଭଳି ୨୦୦୧ ରୁ ୨୦୧୯ ମଧ୍ୟରେ ଜାମ୍ମୁ କାଶ୍ମୀରରେ ୧୧ ହଜାର ଥର ଅନୁପ୍ରବେଶ କରି ୧୨ ହଜାର ଥର ବର୍ବରକାଣ୍ଡ ଘଟାଇଛି ପାକିସ୍ତାନ। ଭାରତର ଆତ୍ମାକୁ ବାରମ୍ବାର ଆଘାତ କରି ଭୁଲ୍ କରି ଦେଇଛି ପାକ୍। ଏବେ ସମୟ ଆସିଛି, ଜବାବ ଦେବାକୁ। ଲୁହ ଲହୁର ହିସାବ ନେବ ଭାରତ। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.