PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଆତ୍ମସମର୍ପଣ କରିଥିବା ଆତଙ୍କବାଦୀଙ୍କ ପତ୍ନୀମାନେ ମୋଦିଙ୍କୁ କଲେ ଆବେଦନ: ‘ଆମକୁ ପାକିସ୍ତାନ ପଠେଇଦିଅ’

source:m.dailyhunt.in

ଶ୍ରୀନଗର ୩/୨ : କାଶ୍ମୀର ଆତଙ୍କବାଦୀଙ୍କ ସହିତ ବିବାହ କରିଥିବା ପାକିସ୍ତାନୀ ମହିଳାମାନେ କାଶ୍ମୀର ରାଜ୍ୟସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ପତିମାନେ ଆତ୍ମସମର୍ପଣ କରିଦେଇଛନ୍ତି । ଏହି ମହିଳାମାନେ ପାକିସ୍ତାନ ଫେରିବା ପାଇଁ ବ୍ୟାନର ଓ ପୋଷ୍ଟର ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ କହିଛନ୍ତି ଯେ ରାଜ୍ୟ ସରକାର ୨୦୧୦ରେ ପୁନର୍ବାସ ନୀତି ଅନୁସାରେ ପୁଣି ସେମାନଙ୍କୁ ପାକିସ୍ତାନ ଫେରାଇବା ପାଇଁ କଥା ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ କିଛି ହେଲାନି ଏବଂ ପ୍ରତିଜ୍ଞା ଅନୁସାରେ କିଛି ଅଧିକାର ମଧ୍ୟ ମିଳିଲାନି ।  

ମହିଳାମାନେ ପିଏମ୍ ମୋଦି ଓ ଇମ୍ରାନ୍ ଖାନଙ୍କ ଆବେଦନ କରି କହିଛନ୍ତି ଯେ ତାଙ୍କ ସହିତ ଅପରାଧୀଙ୍କ ଭଳି ବ୍ୟବହାର କରାଯାଉଛି । ସେମାନଙ୍କୁ ପାକିସ୍ତାନକୁ ଫେରିବା ପାଇଁ ଅନୁମତି ଓ ସାର୍ଟିଫିକେଟ୍ ଦିଆଯାଉ । କହିରଖୁଛୁ ଏହି ମହିଳାମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଜାମ୍ମ-କାଶ୍ମୀର ସରକାରଙ୍କ ନୀତି ଅନୁସାରେ ପୁନର୍ବାସ କେନ୍ଦ୍ରରେ ରଖାଯାଇଥିଲା । ମହିଳାମାନଙ୍କ କହିବା ଅନୁସାରେ ସେମାନେ ପାକିସ୍ତାନୀ ଏବଂ ସେମାନଙ୍କୁ ପଠେଇ ଦିଆଯାଉ । ସେମାନେ ଏକଥା ମଧ୍ୟ କହିଥିଲେ, ‘ଆମେ ଆମ ଇଛାରେ ପଶିଆସିନୁ ବରଂ ରାଜ୍ୟ ସରକାର ଆମକୁ ପୁନର୍ବାସ ନୀତି ଅନୁସାରେ କଥା ଦେଇ ଆଣିଥିଲେ ।’

ସମ୍ବନ୍ଧିତ ଖବର