ନୂଆଦିଲ୍ଲୀ: ଟିଭିକେ ମୁଖ୍ୟ ଥଲାପତି ବିଜୟ ତାମିଲନାଡ଼ୁ ରାଜନୀତିରେ ରେକର୍ଡ ମାର୍ଜିନରେ ବିଜୟ ହାସଲ କରିଛନ୍ତି । ସେ ତାମିଲନାଡ଼ୁରେ ସରକାର ଗଠନ କରିବା ନେଇ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ତେବେ ତାମିଲ ଫିଲ୍ମ ଜଗତର ଏହି ଜଣାଶୁଣା ଅଭିନେତା ନିଜର ଯାଦୁଗରୀ ଅଭିନୟ ସାଙ୍ଗକୁ ରାଜନୀତିରେ ବେଶ ସଫଳତା ହାସଲ କରିଛନ୍ତି । ତେବେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିଜୟ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି । ସ୍ତ୍ରୀ ସଙ୍ଗୀତାଙ୍କ ସହ ଛାଡ଼ପତ୍ର ମାମଲାକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ବିଜୟ ବିପୁଳ ପରିମାଣରେ ଜିତିଥିବାବେଳେ ସରକାର ଗଠନ କରିବାକୁ ଯାଉଛନ୍ତି । ଯଦିଓ ସେ ବହୁମତ ପାଇନାହାନ୍ତି ତଥାପି ସେ ସରକାର ଗଠନ କରିବେ । ମେଣ୍ଟ ସରକାର ହେବାକୁ ଯାଉଛି । ତେବେ ବିଜୟଙ୍କ ଫ୍ୟାନ୍ସ, ସମର୍ଥକଙ୍କଠାରୁ ଆରମ୍ଭ କରି ନିଜର ଲୋକ ବିଜୟୀ ହେବାପରଠାରୁ ଖୁସି ମନାଉଛନ୍ତି । କିନ୍ତୁ ଏଭଳି ଏକ ସମୟରେ ତାଙ୍କ ପତ୍ନୀ ସଙ୍ଗୀତା କିମ୍ବା ପୁଅ-ଝିଅଙ୍କ ଦେଖାନାହିଁ । ପୁଅ ବିଜୟଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅନଫଲୋ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରୁ ସ୍ପଷ୍ଠଭାବେ ପାରିବାରିକ କଳହ କିଭଳି ରହିଛି ତାହା ବାରି ହେଉଛି । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟ ଛାଡ଼ପତ୍ର ଦେବେ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଦୀର୍ଘଦିନ ହେବ ଏଭଳି ଏକ ଚର୍ଚ୍ଚା ଲାଗି ରହିଥିବାବେଳେ କିନ୍ତୁ ବିଜୟ ଏବଂ ସଙ୍ଗୀତା କୌଣସି ଅଫିସିଆଲ ଘୋଷଣା କରିନାହାନ୍ତି ।

ସେପଟେ ଯଦିଓ ଏବେ ସମ୍ପର୍କ ଭଲ ନାହିଁ ତଥାପି ଉଭୟ ଉଭୟଙ୍କୁ ବେଶ ଭଲ ପାଉଥିଲେ । ୧୯୯୬ ମସିହାରେ ବିଜୟଙ୍କ ଫିଲ୍ମ ଦେଖିବା ପରେ ସଙ୍ଗୀତା ତାଙ୍କ ପ୍ରେମରେ ପଡ଼ିଥିଲେ । ତାଙ୍କୁ ଭେଟିବା ପାଇଁ ଚେନ୍ନାଇ ଆସିଥିଲେ । ଏହାପରେ ସମ୍ପର୍କ ବଢ଼ିଥିଲା । ଉଭୟ ତିନିବର୍ଷ ଧରି ଡେଟ୍ କରିଥିଲେ । ଆଉ ପରେ ୧୯୯୯ ମସିହାରେ ହିନ୍ଦୁ-ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି । ସ୍ବାମୀ ବିଶ୍ବାସଘାତକତା କରିଥିବା ନେଇ ସଙ୍ଗୀତା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ସେମାନଙ୍କ ମଧ୍ୟରେ ଏଯାବତ ଛାଡ଼ପତ୍ର ହୋଇନାହିଁ । ଏଣୁ କ୍ଷମତାକୁ ଆସିବା ପରେ ଛଡ଼ପତ୍ର ହୋଇପାରେ ବୋଲି କୁହା ହେଉଛି ।

ସେପଟେ ବିଜୟଙ୍କ ସହ ଅଭିନେତ୍ରୀ ତ୍ରୀଷାଙ୍କ ନାମକୁ ମଧ୍ୟ ଯୋଡ଼ା ଯାଉଛି । ରେଜଲ୍ଟ ବାହାରିବା ଦିନ ତିରୁପତିଙ୍କ ଦର୍ଶନ କରିଥିଲେ ତ୍ରୀଷା । ତାଙ୍କ ଜନ୍ମଦିନ ରହିଥିବାବେଳେ ଦର୍ଶନ କରିଥିଲେ । କିନ୍ତୁ ଏହାକୁ ନେଇ ବିଜୟ ବିଜୟ ପାଇଁ ଦର୍ଶନ ପାଇଁ ଯାଇଥିବା କୁହାଯାଇଥିଲା । ଏହାସହ ଟିଭିକେ ବହୁମତ ପାଇବା ପରେ ତ୍ରୀଷା ବିଜୟଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ଏମିତି ଅନେକ ସମୟରେ ଉଭୟ ଉଭୟଙ୍କୁ ବନ୍ଧୁ ବୋଲି ମଧ୍ୟ କହି ଆସିଛନ୍ତି । କିନ୍ତୁ ସେମାନଙ୍କୁ ନେଇ ଅନେକ କଥା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ସଙ୍ଗୀତାଙ୍କ ସହ ଛାଡ଼ପତ୍ର ଅନ୍ୟପଟେ ତ୍ରୀଷାଙ୍କ ସହ ସମ୍ପର୍କ । ଏଭଳି ଚର୍ଚ୍ଚା ଭିତରେ ବିଜୟଙ୍କ ପରବର୍ତ୍ତୀ ନିଷ୍ପତ୍ତି କଣ ହେବ ସମସ୍ତଙ୍କ ନଜର ରହିଛି ।