ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଶୋଭା ପାଇଲେଣି ଖୁଦୁରୁକୁଣୀ ମୂର୍ତ୍ତି, ରବିବାର ପ୍ରଥମ ପାଳି ଓଷା

Published By : Swapna Ray | August 9, 2025 3:16 PM

ଭୁବନେଶ୍ୱର, ୯।୮:ରବିବାରଠୁ ଆରମ୍ଭ ହେଉଛି ଖୁଦୁରୁକୁଣୀ ଓଷାର ପ୍ରଥମ ପାଳି । ରାଜଧାନୀର ପ୍ରତ୍ୟେକ ପୂଜା ଦୋକାନରେ ଶୋଭା ପାଉଛନ୍ତି ମା’ ଭାଲୁକୁଣୀଙ୍କ ମାଟି ମୂର୍ତ୍ତି । ଭାଦ୍ରବ ମାସର ପ୍ରତି ରବିବାର ଖୁଦୁରୁକୁଣୀ ଓଷାରେ ଭାଲୁକୁଣୀ ମୂର୍ତ୍ତି ରଖି ପୂଜା କରାଯାଏ । ମୁଖ୍ୟତଃ ଗାଁ ଗହଳିରେ ଝିଅମାନେ ଏକାଠି ହୋଇ ଗେଷ୍ଠୀଗତ ଭାବେ ଏହି ପୂଜା କରିଥାନ୍ତି । ହେଲେ ସହରରେ ସମସ୍ତେ ପ୍ରାୟ ନିଜ ନିଜ ଘରେ ଅଲଗା ପୂଜା କରନ୍ତି । ବିଶେଷକରି ଭଉଣୀମାନେ ଭାଇଙ୍କ ମଙ୍ଗଳ କାମନା କରି ଏହି ଓଷା ଭାଦ୍ରବ ମାସର ପ୍ରତି ରବିବାର କରନ୍ତି । ଝିଅ ଓ ମହିଳାମାନେ ଉପବାସ ରହି ସନ୍ଧ୍ୟାରେ ଏକାଠି ହୋଇ ମା’ ଭାଲୁକୁଣୀଙ୍କ ପୂଜା କରି ବହି ବୋଲା ହୋଇଥାଏ । ଏକ ନିଆରା ପରିବେଶରେ ପୂଜାଟି ହୋଇଥାଏ । 

ରାଜଧାନୀରେ ଝିଅମାନେ ମେଳି ହୋଇ ପୂଜା କରୁନଥିଲେ ମଧ୍ୟ ପୂଜାକୁ ନେଇ ସେମାନଙ୍କ ଭିତରେ ଉତ୍ସାହ ରହିଛି । ଭାଲୁକୁଣୀ ଛୋଟ ମୂର୍ତ୍ତିଗୁଡ଼ିକ ଶହେ ଟଙ୍କାରୁ ଆରମ୍ଭ ହୋଇ ୩ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ବଡ଼ ମୂର୍ତ୍ତିଗୁଡ଼ିକ ୫ଶହରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ରହୁଛି । ମୂର୍ତ୍ତି ବିକ୍ରି କରୁଥିବା ପ୍ରଦୀପ କୁହନ୍ତି, ଆସନ୍ତା ରବିବାର ପ୍ରଥମ ପାଳି ପଡ଼ୁଥିବାରୁ ଝିଅମାନେ ମୂର୍ତ୍ତି କିଣି ନେଉଛନ୍ତି । ଏହି ମୂର୍ତ୍ତିଗୁଡ଼ିକୁ ଆମେ ମୁଖ୍ୟତଃ ବାରଙ୍ଗ ଓ ବାଳକାଟିରୁ ଆଣିଥାଉ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.