ନୂଆଦିଲ୍ଲୀ, ୧୯/୦୪: ଓସ୍କାର ଏକାଡେମୀ ଗତ ଶୁକ୍ରବାର ବଲିଉଡ୍ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ର ପ୍ରସିଦ୍ଧ ଡାଇଲଗ୍ ଶେୟାର କରିଛି । ଏହାର ପ୍ରତିକ୍ରିୟାରେ ଫିଲ୍ମର ନାୟକ ଶାହରୁଖ ଖାନ୍ ନିଜକୁ ଏ ବିଶ୍ୱର ରାଜା ଭଳି ଅନୁଭବ କରୁଥିବା କହିଛନ୍ତି । ଏକାଡେମୀ ଫିଲ୍ମରେ ପ୍ରଦର୍ଶିତ ଏକ ପୁରସ୍କାର ସମାରୋହ ସନ୍ଧ୍ୟା ଦୃଶ୍ୟର ମୋନୋଲଗ୍ ଶେୟାର କରି ଲେଖିଛି ‘ଭାଗ୍ୟ ବିଷୟରେ ଗୋଟିଏ କଥା... ଏହା କଦାପି ହାରେ ନାହିଁ ।’
One thing about destiny... it doesn't miss. ✨
— The Academy (@TheAcademy) April 16, 2026
Film: OM SHANTI OM (2007) pic.twitter.com/LGMKBHCPQH
ତେବେ ଏହି ପୋଷ୍ଟକୁ ରିଟ୍ୱିଟ୍ କରି ଶାହରୁଖ୍ ଲେଖିଛନ୍ତି, ଓମ୍ର ଭାଷଣ ମୋତେ ପୁରୁଣା ସ୍ମୃତିକୁ ନେଇଗଲା । ଏବେ ମୁଁ ନିଜକୁ ବିଶ୍ୱର ରାଜା ଭଳି ଅନୁଭବ କରୁଛି । ଫରାହ ଖାନ୍ଙ୍କ ନିର୍ଦ୍ଦେଶିତ ‘ଓମ୍ ଶାନ୍ତି ଓମ୍’ ୨୦୦୭ରେ ମୁକ୍ତିଲାଭ କରିଥିଲା । ଏହା ଜରିଆରେ ଦୀପିକା ପାଦୁକୋନ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ । ଅର୍ଜୁନ ରାମପାଲ ଓ ଶ୍ରେୟସ ତଲପଡ଼େ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା । ଶାହରୁଖ୍ ଖୁବ୍ଶୀଘ୍ର ଫିଲ୍ମ ‘କିଙ୍ଗ୍’ରେ ବଡ଼ ପରଦାକୁ ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ସୁହାନା ଖାନ୍, ଅଭିଷେକ ବଚ୍ଚନ ଓ ଦୀପିକା ପାଦୁକୋନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।
ଆହୁରି ପଢ଼ନ୍ତୁ ...ଶାହରୁଖ ଖାନଙ୍କ ସିକ୍ରେଟ୍ର ଖୁଲାସା କଲେ ବିଲ୍ଡିଂ ମାଲିକ , କହିଲେ ତାଙ୍କର ବ୍ୟବହାର ଏମିତି ଯେ ...