ମୁମ୍ୱାଇ / ପୁଣେ : ଏଲପିଜି ଗ୍ୟାସ୍ ସିଲିଣ୍ଡର ଅଭାବ ସାଙ୍ଘାତିକ ରୂପ ନେଇଛି। ମହାରାଷ୍ଟ୍ରର ପ୍ରମୁଖ ସହର ଗୁଡ଼ିକରେ ରୋଷେଇ ଗ୍ୟାସର ତୀବ୍ର ଅଭାବ ଖାଦ୍ୟ ଉଦ୍ୟୋଗ ଓ ସାଧାରଣ ଲୋକଙ୍କ ପକେଟ୍ ଉପରେ ପ୍ରଭାବ ପକାଇଛି। ମୁମ୍ବାଇ, ପୁଣେ , ଥାନେ ଏବଂ ସୋଲାପୁର ଭଳି ସହରରେ ବାଣିଜ୍ୟିକ ସିଲିଣ୍ଡର ଅଭାବ ଯୋଗୁଁ କେବଳ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି ତାହା ନୁହେଁ, ବରଂ ଅନେକ ଛୋଟ ଏବଂ ବଡ଼ ହୋଟେଲ ବନ୍ଦ ହେବା ସ୍ଥିତିରେ ଆସି ପହଞ୍ଚିଛି। ରାଜଧାନ ମୁମ୍ବାଇରେ ପରିସ୍ଥିତି ବହୁତ ଚିନ୍ତାଜନକ ପାଲଟିଛି। ଏଲପିଜି ସିଲିଣ୍ଡର ସରିଯିବା ପରେ 'କରି ରୋଡ୍' ଭଳି ବ୍ୟସ୍ତବହୁଳ ଅଞ୍ଚଳରେ ଜଳଖିଆ ଷ୍ଟଲ୍ ମାଲିକମାନେ କିରୋସିନ୍ ଚୁଲା ଏବଂ କୋଇଲା ଚୁଲି ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି। ବିକଳ୍ପ ଉପାୟ ବ୍ୟବହାର କରିବା  ଦ୍ୱାରା ମୂଲ୍ୟ ବୃଦ୍ଧି ପାଇଛି, ଯାହା ସିଧାସଳଖ ଗ୍ରାହକଙ୍କ ଉପରେ ପ୍ରଭାବ ପକାଇଛି। ବିକ୍ରେତାମାନେ କହିଛନ୍ତି ଯେ, ପୂର୍ବରୁ ସୁଲଭ ଦାମ୍‌ରେ ମିଳୁଥିବା ଜଳଖୁଆର ମୂଲ୍ୟ ଏବେ ବୃଦ୍ଧି ପାଇଛି।

ସବୁଠାରୁ ଖରାପ ପ୍ରଭାବ ଥାନେ ଜିଲ୍ଲାରେ ଦେଖିବାକୁ ମିଳୁଛି, ଯେଉଁଠାରେ ରିପୋର୍ଟ ଅନୁଯାୟୀ ,ଗ୍ୟାସ୍ ଉପଲବ୍ଧ ନ ଥିବା କାରଣରୁ ପ୍ରାୟ ୬୦ ପ୍ରତିଶତ ହୋଟେଲ ବନ୍ଦ ହୋଇ ଯାଇଛି। ପାରମ୍ପରିକ ମାଲୱନୀ ଏବଂ ସିନ୍ଧୁଦୁର୍ଗ ଖାଦ୍ୟ ପରିବେଷଣ କରୁଥିବା ଅନେକ ଢାବା ସେମାନଙ୍କ ହୋଟେଲ ବାହାରେ କାଠ ଚୁଲିରେ ରୋଷେଇ କରିବା ଆରମ୍ଭ କରିଛନ୍ତି। ହୋଟେଲ ମାଲିକମାନେ ଅଭିଯୋଗ କରିଛନ୍ତି ଯେ, ବଜାରରେ ସିଲିଣ୍ଡରର କଳବଜାରୀ ଶୀର୍ଷ ସ୍ତରରେ ଏବଂ ଗୋଟିଏ ସିଲିଣ୍ଡରକୁ ୫ ହଜାରରୁ ୬ ହଜାର ଟଙ୍କାରେ ବିକ୍ରି ହେଉଛି

ପୁଣେରେ ମେସ୍ ସର୍ଭିସ ଓ ରୁଟି-ସବଜି କେନ୍ଦ୍ରଗୁଡ଼ିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଆଇଟି କମ୍ପାନୀ ଏବଂ ହସ୍ପିଟାଲ ଗୁଡ଼ିକରେ ଖାଦ୍ୟ ଯୋଗାଣ କରୁଥିବା ପ୍ରମୁଖ ବିକ୍ରେତାମାନେ ଅଭାବ ଯୋଗୁଁ ପ୍ରଭାବିତ ହୋଇଛନ୍ତି, ଯାହା ଫଳରେ ହଜାର ହଜାର କର୍ମଚାରୀଙ୍କ ଦୈନନ୍ଦିନ ଭୋଜନ ବାଧାପ୍ରାପ୍ତ ହୋଇଛି। ସୋଲାପୁରର ଅନେକ ଜଣାଶୁଣା ହୋଟେଲ ଇନ୍ଧନ ଅଭାବରୁ ସେମାନଙ୍କ ମେନୁରୁ ମୁଖ୍ୟ ଖାଦ୍ୟ ପଦାର୍ଥଗୁଡ଼ିକୁ ହଟାଇ ଦେଇଛନ୍ତି। ବ୍ୟବସାୟମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସ୍ଥିତି ଶୀଘ୍ର ନସୁଧୁରେ , ତ ସେମାନଙ୍କୁ ବଡ଼ ସ୍ତରରେ ଛଟେଇ କରିବାକୁ ପଡ଼ିପାରେ।

ଆହୁରି ମଧ୍ୟ ପଢନ୍ତୁ : LPG ସିଲିଣ୍ଡର ନିଅଣ୍ଟିଆ ସ୍ଥିତିକୁ ନେଇ ଅକ୍ଷୟ କୁମାରଙ୍କ ପ୍ରତିକ୍ରିୟା , କହିଲେ ...