ମୁମ୍ୱାଇ : ଗତ କିଛି ଦିନ ହେବ ଏଲପିଜି ସିଲିଣ୍ଡରକୁ ପାଇଁ ଯେଉଁ ଅଭାବ ଦେଖା ଦେଇଛି , ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏବେ ଅକ୍ଷୟ କୁମାର ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପ୍ରକୃତ କଥା ହେଲା, ନିକଟରେ ଅକ୍ଷୟ କୁମାର ବିଏମ୍ସିର ହେଡକ୍ୱାର୍ଟରକୁ ଯାଇଥିଲେ ଏବଂ ଏହି ସମୟରେ ସେ ମୁମ୍ୱାଇ କ୍ଲିନ୍ ଲିଗ୍ର ଆନାଉନ୍ସମେଣ୍ଟ କରି ଥିଲେ। ମିଡ଼ିଆ ସହ କଥାବାର୍ତ୍ତା ବେଳେ ଅକ୍ଷୟଙ୍କୁ ଏଲପିଜି ସିଲିଣ୍ଡରର ଅଭାବ ବିଷୟରେ ପଚରାଯାଇ ଥିଲା , ତ ସେ କହିଥିଲେ , ଏବେସୁଦ୍ଧା ତ କୌଣସି ଅସୁବିଧା ହୋଇ ନାହିଁ। ମୋ ପତ୍ନୀ କାଲି ୨ଟା ଇଣ୍ଡକ୍ସନ ଅର୍ଡର କରିଛନ୍ତି। ତାହା ଘରେ ଏବେସୁଦ୍ଧା ପହଞ୍ଚି ନାହିଁ, ସେ ବିଷୟରେ ମୋତେ ଜଣା ନାହିଁ।
ଆହୁରି ମଧ୍ୟ ପଢନ୍ତୁ : ଅରିଜିତ ସିଂହଙ୍କ ଅବସର ନିଷ୍ପତ୍ତିକୁ 'ସାହସିକ' କହିଲେ ଶ୍ରେୟା ଘୋଷାଲ , ନିଜର ଇଚ୍ଛା ବ୍ୟକ୍ତ କଲେ
ଅକ୍ଷୟ ଏବେ ପ୍ରିୟଦର୍ଶନଙ୍କ ହରର କମେଡି ଫିଲ୍ମରେ ନଜର ଆସୁଛନ୍ତି ,ଯାହାର ନାଁ ରହିଛି , ‘ଭୂତ୍ ବଙ୍ଗଲା’ । ସେ କହିଥିଲେ , ମୁଁ ସୁଟିଂରୁ ବ୍ରେକ୍ ନେଇ ଏଠାକୁ ଆସିଛି , କାରଣ ଏହି ମାମଲା ଖୁବ୍ ଜରୁରି । ଆମେ ଆଗକୁ ବଢିବା ପାଇଁ ପଜିଟିଭ୍ ମାଇଣ୍ଡସେଟ୍ ରଖିବା ଉଚିତ୍।
କହି ରଖୁଛୁ କି , ଅକ୍ଷୟ କିଛି ଦିନ ପୂର୍ବେ ଫିଲ୍ମ ‘ଧୁରନ୍ଧର’ର ପ୍ରଶଂସା ମଧ୍ୟ କରି ଥିଲେ। ସେ କହିଥିଲେ , ‘ଧୁରନ୍ଧର’ ଏକ ଫୁଲ୍ ଆକ୍ସନ ଫିଲ୍ମ। ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି ଏବଂ ସମସ୍ତେ ବହୁତ ଏନଜୟେ କରିଥିଲେ। ସେଠାରେ ପୁଣି ଏଥିରେ ରଣବୀର ସିଂହ ଅଛନ୍ତି , ଯିଏକି ଇନଟେନ୍ସ ଆକ୍ସନ ସିନ୍ କରିଛନ୍ତି ଏବଂ ତାଙ୍କର ଏନର୍ଜୀ ଖୁବ୍ ହାଇ ଥିଲା। ସେ ଆଙ୍ଗ୍ରି ୟଙ୍ଗ ମ୍ୟାନର ପୂରା ଇମେଜ୍ ବଜାୟ ରଖିଛନ୍ତି। ସବୁ ବଦଳି ଥାଏ। ଏବେ ହରର କମେଡିର ଟାଇମ୍ ଚାଲିଛି। ଲୋକଙ୍କୁ ହରର କମେଡି ପସନ୍ଦ ଆସି ଥିଲା। ସ୍ତ୍ରୀ ବଡ଼ ହିଟ୍ ଥିଲା। ସବୁ ବଦଳୁଛି ଏବଂ ଆମେ ଜାଣି ନାହୁଁ ଦର୍ଶକଙ୍କୁ ଆଗକୁ କଣ ପସନ୍ଦ ଆସିବ।
କହି ରଖୁଛୁ କି , ଅକ୍ଷୟ ଏବେ ‘ଭୂତ୍ ବଙ୍ଗଲା’ ବ୍ୟତୀତ ରୋହିତ ସେଟ୍ଟୀଙ୍କ ୱେଲକମ୍ ଟୁ ଦ ଜଙ୍ଗଲ , ହୈୱାନ , ହେରାଫେରି ୨ ଓ ଗୋଲମାଲ -୫ରେ ନଜର ଆସିବେ।
‘ଭୂତ୍ ବଙ୍ଗଲା’ ଏବେ ଏପ୍ରିଲ ୧୦ ତାରିଥରେ ରିଲିଜ ହେବାକୁ ଯାଉଛି। ଫିଲ୍ମରେ ଅକ୍ଷୟଙ୍କ ସହ ଭାମିକା ଗବି , ତବୁ , ପରେଶ ରାୱଲ ଓ ରାଜପାଲ ଯାଦବ ପ୍ରମୁଖ ଭୂମିକାରେ ଅଛନ୍ତି । ଏହା ଏକ ହରର କମେଡି ଫିଲ୍ମ ।