ପଶ୍ଚିମା ଝଡ଼ର ପ୍ରଭାବ : କ୍ଷୟକ୍ଷତି ଆକଳନ ପାଇଁ ଗ୍ରାମରେ ପହଞ୍ଚିଲା ପ୍ରଶାସନ

କାଶୀପୁର, ୧୯।୩ ପଶ୍ଚିମା ଝଡ଼ର ପ୍ରଭାବରେ କୁଆ ପଥର ବର୍ଷାଯୋଗୁଁ କାଶୀପୁର ବ୍ଲକର ପଣସ ଗୁଡ଼ା, କଞ୍ଜ କଣା, ଲିମା ଡୋର,ଡ଼ି କରଳ, ଡ଼ଙ୍ଗାସିଲ, କମ୍ପର, ରଞ୍ଜୁଗୁଡା ,ଲିମା ଡୋର ଭଳି ବହୁ ଗ୍ରାମରେ ବ୍ୟାପକ କ୍ଷତି ହୋଇଛି। ଏପିରିକି ଶତାଧିକ ଘରର ଛାତ ନଷ୍ଟ ହୋଇଛି। ରବିବାର ବ୍ଲକପ୍ରଶାସନ ପକ୍ଷରୁ ଆର ଆଇ ସହିତଅନ୍ୟ ଅଧିକାରୀମାନେ ପ୍ରଭାବିତ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି ।
କାଶୀପୁର ତହସିଲଦାର ଶରତ ଶବର କାଶୀପୁର ପଞ୍ଚାୟତର ପଣସଗୁଡ଼ା, ଗୋରଖପୁର ପଞ୍ଚାୟତର ଲିମା ଡୋର ଭଳି ପ୍ରଭାବିତ ଗ୍ରାମକୁ ଗସ୍ତ କରି ପ୍ରଭାବିତ ଲୋକଙ୍କୁ ପଲିଥିନ ଦେବାର ବ୍ୟବସ୍ଥା କରିଥିଲେ ।ସେହିପରି ଲିମା ଡୋର ଗ୍ରାମର ପ୍ରାୟପଚାଶ ଏଜର ଜମିରେ ଲଗା ଯାଇଥିବା ପରିବା ଚାଷ ନଷ୍ଟହୋଇ ଥିବାର ଆକଳନ କରାଯାଇଛି ।ସେହିପରି ଏହି ଗ୍ରାମର ପ୍ରାୟ୩୦ରୁ ଅଧିକ ଘର ର ଆଜବେଷ୍ଟସ ନଷ୍ଟ ହୋଇ ଥିବାର ଜଣା ଯାଇଛି ।
ଶନିବାର ଜୋରରେ ପବନ ବୋହିବା ସହ କୁଆ ପଥର ବର୍ଷା ହେବାରୁ ବହୁ ଗ୍ରାମର ଆଜବେଷ୍ଟସ ନଷ୍ଟ ହୋଇଛି । ସେହିପରି ବିଲ ବାଡ଼ି କୁ ଯାଇଥିବାକିଛି ଜଣ କୁଆ ପଥର ମାଡ଼ରେ ଆହତ ହୋଇଥିଲେ । ବ୍ଲକର ଗୋରଖପୁର,ରେଙ୍ଗା ,ଝୁରିଗାଁ ପଞ୍ଚାୟତରେ ଅଧିକ ପରିମାଣରେ କୁଆ ପଥରବର୍ଷା ହୋଇଥିଲା । କିଛି ସ୍ଥାନରେ ଏକଫୁଟ ବହଳ ରେ କୁଆ ପଥର ମାନ ବିଛେଇ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା ।ଏତେ ପରିମାଣରକୁଆ ପଥର ବର୍ଷା ଆଗରୁ କେବେ ଦେଖି ନ ଥିବାର ଗ୍ରାମବାସୀ କହିଛନ୍ତି। କ୍ଷତି ଗ୍ରସ୍ତ ପରିବାର କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି ।