ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ନୁଆଁପଡ଼ାଠାରେ ଅନୁଷ୍ଠିତ ପଞ୍ଚକୋଶ କେନ୍ଦ୍ର ସୁଦ କୁଳ ସମାଜର ବାର୍ଷିକ ଉତ୍ସବ ଓ ବୈଠକ ଉଦଯାପିତ

Published By : Bijay Swain | May 24, 2025 7:12 PM

ଫିରିଙ୍ଗିଆ, ୨୪/୫: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ନୁଆଁପଡ଼ାଠାରେ ଅନୁଷ୍ଠିତ ହୋଇଥିବା ପଞ୍ଚକୋଶ କେନ୍ଦ୍ର ସୁଦ କୁଳ ସମାଜର ବୈଠକ ଓ ବାର୍ଷିକ ଉତ୍ସବ ଉଦଯାପିତ ହୋଇଛି। ପଞ୍ଚକୋଶ କେନ୍ଦ୍ର ସୁଦ କୁଳ ସମାଜର ସଭାପତି କୃପାସିନ୍ଧୁ ବିଶୋଇଙ୍କ ଅଧ୍ୟକ୍ଷତାରେ ଏବଂ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମ ଦିନରେ ସମସ୍ତ ୨୭ ଖଣ୍ଡ ମୌଜାବାସୀଙ୍କ ସ୍ୱ-ଜାତି କୁଳ ସମାଜର କର୍ମକର୍ତ୍ତା, ମାତୃ ମଣ୍ଡଳୀ ଓ ଯୁବକ ଯୁବତୀ ସହ ସ୍ୱଜାତି ଜନସାଧାରଣଙ୍କ ଦ୍ୱାରା ଯଥାବିଧି କଳସୀ ଯାତ୍ରା, ଠାକୁର ଆବାହନ କରାଯାଇଥିଲା। ପରେ ନୁଆଁପଡ଼ା କାମନା ମନ୍ଦିରରୁ ବିରାଟ ଶୋଭାଯାତ୍ରା ସହ ଖୋଳ ତାଳ କୀର୍ତ୍ତନ ବାଜା ବାଦ୍ୟ ସହ ଏକ କଳସୀ ଶୋଭାଯାତ୍ରା ବାହାରି ସ୍ଥାନୀୟ ପୋଖରୀରୁ ଯଥାଵିଧି ଜଳ କଳସୀ ଅଣାଯାଇ ନୃସିଂହ ନାଥ ମନ୍ଦିରରୁ ଠାକୁର ଆବାହନ କରାଯାଇ ବୈଠକ ସ୍ଥଳରେ ସ୍ଥାପନ କରାଯାଇଥିଲା। 

ଦୁଇ ଦିନ ଧରି ଆୟୋଜିତ ଏହି ଉତ୍ସବ ଏବଂ ବୈଠକ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଜିଲ୍ଲା ନିର୍ବାଚନ ଅଧିକାରୀ ଉତ୍ତମ ଖମାରୀ ଯୋଗ ଦେଇଥିବା ବେଳେ ପଞ୍ଚାକୋଶ କେନ୍ଦ୍ର ଉପ-ସଭାପତି ସତ୍ୟ ବିଶୋଇ, ସମ୍ପାଦକ ଗୋପୀନାଥ ଭୁକ୍ତା, ସହ ସମ୍ପାଦକ ବାବୁଲା ଝାଙ୍କର, କୋଷାଧକ୍ଷ ବଳରାମ ବିଶୋଇ, ଜିଲ୍ଲା ସହ-ସମ୍ପାଦକ ଭିକାରି ଭୁକ୍ତା, ଜିଲ୍ଲା ଉପ-ସଭାପତି ସତ୍ୟ ନାରାୟଣ ଭୁକ୍ତା, ଉପଦେଷ୍ଟା ମଣ୍ଡଳୀର ଚନ୍ଦ୍ର କିଶୋର ଭୁକ୍ତା, ସଚି ଭୁକ୍ତା, ପାବନି ଖମାରୀ, ସୁବାଷ ବିଶୋଇ, କୁମ୍ଭ ବିଶୋଇ ଆଦି ଯୋଗ ଦେଇଥିଲେ। ପଞ୍ଚକୋଶ କେନ୍ଦ୍ରର ସ୍ୱତନ୍ତ୍ର ଉପଦେଷ୍ଟା ଭାବରେ ଦାୟିତ୍ୱରେ ଥିବା ପୂର୍ବତନ କେନ୍ଦ୍ର ସଭାପତି ତଥା ଉପଦେଷ୍ଟା ରମାକାନ୍ତ ଦଳ ବେହେରା, ବସନ୍ତ ଭୁକ୍ତା ଯୋଗଦେଇ ସାମାଜିକ ଶୃଙ୍ଖଳା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି ବାର୍ଷିକ ଉତ୍ସବ ଓ ବୈଠକ କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜର ସଂସ୍କାର, ସାମାଜିକ ସମସ୍ୟା, ନିଶା ନିବାରଣ, ବାଲ୍ୟ ବିବାହ ଉପରେ ଉପସ୍ଥିତ ସମସ୍ତ ଅତିଥି ଓ କର୍ମକର୍ତ୍ତା ସଚେତନତା ବାର୍ତ୍ତା ପ୍ରଦାନ ସହ ବକ୍ତବ୍ୟ ପ୍ରଦାନ କରିଥିଲେ। 

ବୈଠକ ଟି ଦୁଇ ଦିନ ଧରି ଚାଲିଥିବା ବେଳେ ସକାଳ ପୂଜାର୍ଚ୍ଚନା ସହ ଦିନ ବେଳେ ବୈଠକ ଏବଂ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱତୀୟ ଦିବସରେ ବୈଠକ ସମାପ୍ତି ପରେ ପୂର୍ଣ୍ଣାହୁତି ଏବଂ କଳସୀ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଦଶମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଧିକ ନମ୍ବର ରଖି ପ୍ରଥମ ଦ୍ୱତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ଜିଲ୍ଲା ବୋର୍ଡ଼ ସଦସ୍ୟ ବରୁଣ ବିଶୋଇ, ବିରୁପାକ୍ଷ ଦେହୁରୀ, ବିଷ୍ଣୁ ବିଶୋଇଙ୍କ ସହ ଡିଣ୍ଡିରା ଗାଁ, ଫିରିଙ୍ଗିଆ, ତଣ୍ଡ୍ରି ଗାଁ, ନୁଆଁପଡ଼ା, ସଖିପଡ଼ା, ଗାମ୍ବେରିଗୁଡାର ସମସ୍ତ ୬ ଖଣ୍ଡ ମୌଜାବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ପଞ୍ଚକୋଶ କେନ୍ଦ୍ର ସୁଦ କୁଳ ସମାଜର ହଜାରରୁ ଉର୍ଦ୍ଧ ଜାତି ଜନସାଧାରଣ ଯୋଗ ଦେଇଥିଲେ। ଦକ୍ଷିଣାଞ୍ଚଳ ନିର୍ବାଚନ ଅଧିକାରୀ ତଥା ପଞ୍ଚକୋଶ କେନ୍ଦ୍ର ସମୀକ୍ଷକ ଉତ୍ତମ ଖମାରୀ ବୈଠକ ପରିଚାଳନା କାରିଥିବା ବେଳେ ସମୀକ୍ଷକ ଭିକାରି ଭୁକ୍ତା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.