ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ପାର୍ବଣ ଋତୁ ଆରମ୍ଭରୁ ନଡ଼ା ଅଭାବ, କାରିଗରଙ୍କୁ ଘାରିଛି ମୂର୍ତ୍ତିଗଢ଼ା ଚିନ୍ତା

Published By : Rasmita Pradhan | August 20, 2025 10:58 AM

ଭୁବନେଶ୍ୱର, ୨୦/୦୮ : ଗଜାନନଙ୍କ ପୂଜାରୁ ଆରମ୍ଭ ହୋଇଯାଏ ପାର୍ବଣ ଋତୁ । ଏହାକୁ ଲକ୍ଷ୍ୟ କରି କାରିଗର ଆରମ୍ଭ କରିଦିଅନ୍ତି ମୂର୍ତ୍ତି ତିଆରି । ହେଲେ କାରିଗର ଏବେ ମୂର୍ତ୍ତି ଗଢ଼ିବାକୁ ଆବଶ୍ୟକ ନଡ଼ା ଓ ମାଟି ପାଉନାହାନ୍ତି । ଫଳରେ ପାର୍ବଣ ସମୟରେ କାରିଗରମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ମାଟି ସଙ୍କଟ କିଛି ବର୍ଷ ହେବ ଦେଖା ଦେଇଥିବା ବେଳେ ଚଳିତ ବର୍ଷ ନଡ଼ା ପାଇଁ କାରିଗର ସଂଘର୍ଷ କରୁଛନ୍ତି । ମୂର୍ତ୍ତି ନିର୍ମାଣରେ ସବୁଠାରୁ ଦରକାରୀ ଜିନିଷ ହେଉଛି ନଡ଼ା । ଏଥିରେ ମୂର୍ତ୍ତିର ଢାଞ୍ଚା ବାନ୍ଧିଲା ପରେ ବାକି ପ୍ରକ୍ରିୟା ଚାଲେ । ହେଲେ ଚଳିତ ବର୍ଷ ନଡ଼ାର ଢେର୍‌ ଅଭାବ ଦେଖାଯାଇଛି । ବିଘ୍ନରାଜଙ୍କ ପରେ ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଭଳି ବିଭିନ୍ନ ଉତ୍ସବ ଲାଗିରହିବ । ହେଲେ ପାର୍ବଣର ଆରମ୍ଭରୁ ନଡ଼ା ଅଭାବ କାରିଗରଙ୍କୁ କଷ୍ଟ ଦେଉଛି । 

ପିପିଲି, କୋଣାର୍କ, ନିମାପଡ଼ା, କେନ୍ଦ୍ରପଡ଼ା, ଭଦ୍ରକ ଅଞ୍ଚଳରୁ କାରିଗରମାନେ ନଡ଼ା ଆଣିଥାନ୍ତି । ନଡ଼ା ବିଡ଼ାକୁ ୭ ଟଙ୍କା ପଡ଼ିଥାଏ । ହେଲେ ଚଳିତ ବର୍ଷ ନଡ଼ା ସଙ୍କଟ ସହିତ ଏହାର ମୂଲ୍ୟ ମଧ୍ୟ ବଢିଯାଇଛି । ଆଜିକାଲି ମେସିନ୍‌ ଦ୍ୱାରା ଫସଲ କଟା ଯାଉଥିବାରୁ ନଡ଼ା ଆଗ ଭଳି ଉପଲବ୍ଧ ରହୁନି । ଏଥିସହିତ ଗାଁ’ ଗହଳିରେ ନଡ଼ା ବାହାରିଲା କ୍ଷଣି ଅଧିକ ଦାମ୍‌ ଦେଇ ଛତୁ ଚାଷୀମାନେ ନେଇଯାଉଛନ୍ତି । ଫଳରେ ଶିଳ୍ପୀ ନଡ଼ା ପାଇବା କଷ୍ଟକର ହୋଇଯାଉଛି । କାରିଗରଙ୍କ କହିବା କଥା, ପଶ୍ଚିମବଙ୍ଗରୁ ମଧ୍ୟ ନଡ଼ା ଆଣି ହୁଅନ୍ତା । ହେଲେ ଏତେ ଦୂରରୁ ଓଡ଼ିଶାକୁ ନଡ଼ା ପହଞ୍ଚିଲା ବେଳକୁ ଏହାରୁ ମୂଲ୍ୟ ଆକାଶଛୁଆଁ ହୋଇଯାଉଛି । ଏହାବାଦ୍‌ ସେଠାକାର ନଡ଼ାଗୁଡ଼ିକ ବହୁତ ପତଳା ରହିଥାଏ । 

ସେହିଭଳି ନଡ଼ା ସାଙ୍ଗକୁ ମାଟିର ଅଭାବ । ମୁଖ୍ୟତଃ ଜଟଣୀ, ପିପିଲି, କେନ୍ଦ୍ରାପଡ଼ା, ତ୍ରିଶୁଳିଆ ଭଳି ସ୍ଥାନରୁ ଶିଳ୍ପୀମାନେ ମାଟି ସଂଗ୍ରହ କରିଥାନ୍ତି । ଅଧିକାଂଶ କାରିଗର ଚିକିଟା ମାଟି ଆଣିଥାନ୍ତି । ସେଥିରେ ବାଲି, ଝୋଟ ଓ ନଡ଼ା ମିଶାଇ ୩ ପ୍ରକାରର ମାଟି ପ୍ରସ୍ତୁତ କରିଥାନ୍ତି । ଗଙ୍ଗାକୂଳିଆ ମାଟିରେ ମୂର୍ତ୍ତି ନିର୍ମାଣ ବେଶ୍‌ ସୁନ୍ଦର ହୋଇଥାଏ । ହେଲେ ଗଙ୍ଗାନଦୀ କୂଳରୁ ଓଡ଼ିଶାକୁ ଆଣିଲା ବେଳକୁ ଏହି ମାଟିର ଦାମ୍‌ ବହୁତ ବଢିଯାଏ । କଲିକତୀ କାରିଗରମାନେ ଏଠାକୁ ମୂର୍ତ୍ତି ନିର୍ମାଣ କରିବାକୁ ଆସିଲେ, ସେମାନେ ସାଙ୍ଗରେ ଅଳ୍ପକିଛି ଗଙ୍ଗାମାଟି ଆଣିଥାନ୍ତି । ସେଇ ମାଟି ଲିପିଦିଅନ୍ତି । ଯାହା ମୂର୍ତ୍ତିକୁ ଚିକ୍କଣ କରିଥାଏ । ଅଧିକାଂଶ କାରିଗର ଏହି ମାଟି ଅଭାବକୁ ଲକ୍ଷ୍ୟକରି ଖରାଦିନରୁ ମାଟି ଆଣି ରଖିଦେଉଛନ୍ତି । ଗୋଟେ ଟ୍ରାକ୍ଟର ଟ୍ରିପ୍‌ ମାଟିକୁ ପ୍ରାୟ ୪ ହଜାର ଟଙ୍କା ପଡ଼ିଯାଉଛି । ତାହା ବି ଠିକ୍‌ ସମୟରେ ମିଳୁନି । 

ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ଶିଳ୍ପ ଭଣ୍ଡାର ଶିଳ୍ପୀ ଅରୁଣ କୁମାର ମହାପାତ୍ର କୁହନ୍ତି, ନଡ଼ାର ଭୂମିକା ମୂର୍ତ୍ତି ଗଢିବାରେ ଏକ ନମ୍ବରରେ ରହିଥାଏ । ହେଲେ ଚଳିତ ବର୍ଷ ଏହାର ଅଭାବ ଢେର୍‌ ଅଧିକ । ନଡ଼ା ପାଇଁ ୫୦ ଫୋନ୍‌ କଲୁଣି ହେଲେ ମିଳୁନି । ରାଜଧାନୀରେ ତିଆରି ହେଉଥିବା ବଡ଼ ବଡ଼ ମୂର୍ତ୍ତିଗୁଡ଼ିକ ପାଇଁ ପ୍ରାୟ ୬ ହଜାରରୁ ଅଧିକ ନଡ଼ା ବିଡ଼ା ଲାଗିଯାଉଛି । ଏଭଳି ସମୟରେ ନଡ଼ାର ଅଭାବ ଆମକୁ ଚିନ୍ତାରେ ପକାଉଛି । ତାହାସାଙ୍ଗକୁ ମାଟିର ଆଭାବ ଆଉ ଏକ ସମସ୍ୟା । ଏହି ଅଭାବକୁ ଦେଖି ଖରାଦିନରୁ ମାଟି ଆଣି ରଖିଥିଲୁ । ଏପରି ସମସ୍ୟା ଦେଖା ଯାଉଥିବାରୁ ମୂର୍ତ୍ତି ଗଢ଼ିବାର ସଂଖ୍ୟା କମାଇଦେଲୁଣି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.