PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ପାଣିନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଭବାନୀପାଟଣା/କୋକସରା, ୨୩/୦୫: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ପ୍ରତାପପୁର ଗ୍ରାମପଞ୍ଚାୟତ କଲୋନୀ ପଡ଼ାର ୩୧ ବର୍ଷୀୟ ବିବାହିତ ମହିଳା ସ୍ୱାଗତି ରାଉତଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ପାଣିନଳାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ତେବେ ତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ।

ସୂଚନାନୁଯାୟୀ, ସ୍ୱାଗତି ଓ ତାଙ୍କ ସ୍ୱାମୀ ବିରେନ୍ଦ୍ର ଗତକାଲି ଦିନ ୧୦ଟା ସମୟରେ ମାଛ ଧରିବା ପାଇଁ ଏକ ନଳାକୁ ଯାଇଥିଲେ । କିନ୍ତୁ, ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ସ୍ୱାଗତି ଘରକୁ ଫେରି ନଥିବା ବେଳେ ବିରେନ୍ଦ୍ରଙ୍କୁ ସନ୍ଧ୍ୟାରେ ଜୟପାଟଣା ମଦ ଭାଟିରେ ମଦ ପିଉଥିବା ଲୋକେ ଦେଖିଥିବା ଜଣାପଡ଼ିଛି । ଏପଟେ ସ୍ୱାଗତି ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୋଣସି ଖବର ମିଳିନଥିବା ତାଙ୍କ ଶାଶୁ ଲକ୍ଷ୍ମୀ କହିଛନ୍ତି । ଆଜି ସକାଳେ ଉକ୍ତ ନାଳରେ ସ୍ୱାଗତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଗାଁ ଲୋକେ ଶବ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ତେବେ ସ୍ୱାଗତି ଓ ବିରେନ୍ଦ୍ର ଗତ ୧୦ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ୧୧ବର୍ଷୀୟ ପୁଅଟିଏ ଅଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି । ଘଟଣାସ୍ଥଳରେ ଜୟପାଟଣା ପୋଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛି ।