ପୁଅଟି ଝିଅ ସାଜି କରୁଥିଲା ଏମିତି କାମ, ୨ବର୍ଷ ପରେ ଖୋଲିଲା ପୋଲ୍

ପଞ୍ଜାବ: ଅପରାଧ କଥା ଶୁଣିଲେ ଛାତିରେ ପ୍ରଥମେ ଛନକା ପଶିଯାଏ। ବର୍ତ୍ତମାନ ସମୟରେ ଅପରାଧର ସଂଖ୍ୟା ଏମିତି ବଢ଼ିଚାଲିଛି ଯେ ପ୍ରତି ମୁହୁର୍ତ୍ତରେ କେଉଁଠି ନା କେଉଁଠି ଅପରାଧର ଖବର ସାମ୍ନାକୁ ଆସୁଛି। ଏମିତି ଏକ ନିନ୍ଦନୀୟ ଖବର ଦେଖିବାକୁ ମିଳିଛି ପଞ୍ଜାବରେ। ପୁଲିସ ଦୁଇ ଭାଇଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛି ବୋଲି ସୂଚନା ମିଳିଛି।
ଖବର ଅନୁଯାୟୀ, ଦୁଇ ଭାଇ ଅନ୍ୟ ଏକ ଯୁବକ ସହିତ ଝିଅ ସ୍ବରରେ ଫୋନରେ କଥା ବାର୍ତ୍ତା ହେଉଥିଲେ। ଏହା ମାସେ କି ଦୁଇ ମାସର ଘଟଣା ନୁହେଁ, ଗତ ୨ବର୍ଷ ହେଲାଣି ପୁଅଟି ଝିଅ ସ୍ବରରେ ଅନ୍ୟ ଏକ ଯୁବକ ସହିତ କଥା ବାର୍ତ୍ତା ହେଉଥିଲା। ପୁଲିସ କହିବାନୁସାରେ, ଏହି ଘଟଣା ସମ୍ପର୍କରେ କୁଲବିନ୍ଦର ସିଂହ ନାମକ ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇଛି। ଝିଅ ସାଜିଥିବା ପୁଅଟି ବାହା ହେବା ପାଇଁ ତାକୁ କଥା ଦେଇଥିଲା। ଏବଂ ଦୁଇ ବର୍ଷରେ ତାକୁ ୧୨ଟା ମୋବାଇଲ ଫୋନ୍, ଗୋଟିଏ ଲାପଟପ୍ ଏବଂ ସୁନାର ଗୋଟିଏ ଚେନ୍ ଦେଇସାରିଥିଲା। ଏହି ଖବର ଜାଣିବା ପରେ ପୁଲିସ ଏହି ଦୁଇ ଭାଇଙ୍କୁ ଗିରଫ କରିଛି। ସମ୍ପୂର୍ଣ୍ଣ ଘଟଣା ଉପରେ ପୁଲିସ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୁଲିସ ସୂଚନା ଦେଇଛି।