ୟୁପି ପୋଲିସର ଅଦ୍ଭୁତ କାରନାମା,୧୦ ବର୍ଷ ପୂର୍ବେ ମରିସାରିଥିବା ଲୋକ ନାଁରେ ରୁଜୁ କଲେ ମାମଲା

ଲକ୍ଷ୍ନୌ,୧୧।୬: ଉତ୍ତର ପ୍ରଦେଶ ପୋଲିସର ଏକ ଅଦ୍ଭୁତ କାରନାମା ଦେଖିବାକୁ ମିଳିଛି। ତାହା ହେଲା ୨୦୦୭ରେ ଯାହାର ମୃତ୍ୟୁ ହୋଇଥିଲା ଏବେ ତାଙ୍କ ବିରୋଧରେ ୧୦ ବର୍ଷ ପରେ ମାମଲା ରୁଜୁ କରାଯାଇଛି। କେବଳ ସେତିକି ନୁହେଁ ମାମଲାକୁ ବିବେଚନା କରି ସିଓ ସାହେବ ମଧ୍ୟ ମୃତକଙ୍କ ବୟାନ ନେଇଯାଇଛନ୍ତି ଓ ଚାର୍ଜସିଟ୍ ମଧ୍ୟ ଫାଇଲ କରିଦେଇଛନ୍ତି। ଏହି ମାମଲାର ଖୁଲାସା ସେତେବେଳେ ହୋଇଥିଲା ଯେବେ ଚାର୍ଜସିଟ୍ ଫାଇଲ ହେବାପରେ ଏସସିଏସଟିର ବିଶେଷ ବିଚାରପତି ଅଭିଯୁକ୍ତକୁ ସମନ ଜାରି କରିଥିଲେ, ଯାହାକୁ ନେଇ ପୋଲିସ ମୃତକଙ୍କ ଘରେ ପହଁଞ୍ଚି ଥିବା ବେଳେ ସ୍ଥିତି ସ୍ପଷ୍ଟ ହୋଇଯାଇଥିଲା। ଗ୍ରାମ ପ୍ରଧାନ ସ୍ଥିତିକୁ ସ୍ପଷ୍ଟ କରି ମୃତ୍ୟୁ ପ୍ରମାଣ ପତ୍ର ମଧ୍ୟ ପୋଲିସକୁ ଦେଇଥିଲେ।
ନିଜର ମୃତ ପୁଅ ବିରୋଧରେ ଦିଆଯାଇଥିବା ଏଫଆଇଆର ବିଷୟରେ ଶୁଣିବା ପରେ ତାଙ୍କ ପରିବାର ଲୋକ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କୋର୍ଟ କଚେରି ଓ ପୋଲିସ ଥାନାକୁ ଯିବା ଆରମ୍ଭ କରିଦେଇଥିଲେ। ପରିବାର ଲୋକ କହିଥିଲେ ତାଙ୍କ ପୁଅ ଶିବମ ୨୦୦୭ରେ ପୋଖରୀରେ ବୁଡି ଯିବା କାରଣରୁ ମୃତ୍ୟୁ ହୋଇଥିଲା। ପୋଲିସ ଆଖି ବନ୍ଦ କରି କାମ କରିବା ଅଭିଯୋଗ ଆଣି ପରିବାର ଲୋକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।