PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ୧୦୦ ବର୍ଷର ସ୍ୱତନ୍ତ୍ର ଓଡ଼ିଶାରେ ଆମେ ଗଢ଼ିବା ‘ଶ୍ରେଷ୍ଠ ଓଡ଼ିଆ, ସଶକ୍ତ ଓଡ଼ିଶା’

ଭୁବନେଶ୍ୱର,୦୧/୦୪: ଓଡିଶା ଦିବସ ଆମର ସାଢେ ଚାରି କୋଟି ଓଡିଆ ଭାଇଭଉଣୀମାନଙ୍କ ସ୍ୱାଭିମାନର ମହୋତ୍ସବ। ଅସ୍ମିତାର ମହୋତ୍ସବ। ଜଣେ ଓଡିଆ ଭାବରେ ଆମ ଗୌରବମୟ ଇତିହାସ, ଆମ ଭାଷା, ଆମ ସାହିତ୍ୟ ଓ ଆମ ସଂସ୍କୃତିକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ । ଲକ୍ଷ୍ୟ ଏକ ସଶକ୍ତ ଓଡିଶା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଂଧ୍ୟାରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହକୁ ଉଦ୍‌ଘାଟନ କରି ଏହା କହିଛନ୍ତି।

ଭର୍ଚୁଆଲ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଓଡିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲିକୋଟ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହରଙ୍କ ପରି ଓଡିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଆ ଭାଷା, ସାହିତ୍ୟ, ନୃତ୍ୟ, ସଂଗୀତ ଓ କଳାକୁ ସମୃଦ୍ଧ କରିଥିବା ସ୍ୱନାମଧନ୍ୟ ବ୍ୟକ୍ତିତ୍ୱଙ୍କ ପ୍ରତି ସମ୍ମାନ ଜ୍ଞାପନ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଦିବସ ଆମର ସାଢେ ଚାରି କୋଟି ଓଡ଼ିଆ ଭାଇଭଉଣୀମାନଙ୍କ ସ୍ୱାଭିମାନର ମହୋତ୍ସବ। ଅସ୍ମିତାର ମହୋତ୍ସବ। ଜଣେ ଓଡିଆ ଭାବରେ ଆମ ଗୌରବମୟ ଇତିହାସ, ଆମ ଭାଷା, ଆମ ସାହିତ୍ୟ ଓ ଆମ ସଂସ୍କୃତିକୁ ସାଥିରେ ଧରି ଆମେ ଆଗକୁବଢୁଛୁ। ଲକ୍ଷ୍ୟ ଏକ ସଶକ୍ତ ଓଡିଶା । ଆଉ ୧୩ ବର୍ଷ ପରେ ଆମେ ସ୍ୱତନ୍ତ୍ର ଓଡିଶାର ଶହେ ବର୍ଷ ପାଳନ କରିବା । ୧୦୦ ବର୍ଷର ସ୍ୱତନ୍ତ୍ର ଓଡିଶାରେ ଆମେ ଗଢିବା ‘ଶ୍ରେଷ୍ଠ ଓଡିଶା, ସଶକ୍ତ ଓଡିଶା’ । ୨୦୩୬ ଓଡିଆ ଜାତିର ବର୍ଷ ହେବ ବୋଲି ସେ ପ୍ରକାଶ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ସ୍ୱତନ୍ତ୍ର ଓଡିଶା ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ରାସ୍ତା ଦେଖାଇଥିଲା । ଆଜି ଓଡିଶା ଅନେକ କ୍ଷେତ୍ରରେ ଆଦର୍ଶ ହୋଇଛି । ଦେଶକୁ ବିଭିନ୍ନ କ୍ଷେତ୍ରରେ ମାର୍ଗଦଶର୍ନ କରୁଛି । ଏହା ନିଶଫିତ ଭାବରେ ସବୁ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଆଜିର ଓଡିଶା ଅନେକ କ୍ଷେତ୍ରରେ ଏକ ନମ୍ବର ହୋଇଛି । ଆମ ସ୍ୱାଭିମାନକୁ ନୂଆ ଉଚ୍ଚତାକୁ ନେଇଛି । ବିପର୍ଯ୍ୟୟ ମୁକାବିଲାରେଆମେ ଏକ ନମ୍ବର । କ୍ରୀଡାର ବିକାଶରେ ଆମେ ଏକ ନମ୍ବର । ସାମାଜିକ କଲ୍ୟାଣରେ ମଧ୍ୟ ଆମେ ଏକ ନମ୍ବର। ଅର୍ଥନୀତି, କୃଷି ଉତ୍ପାଦନ, ପୁଞ୍ଜି ବିନିଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଅନେକ କ୍ଷେତ୍ରରେ ଆମେ ଦେଶର ଆଗୁଆ ରାଜ୍ୟମାନଙ୍କ ସହିତ ସମାନ ହୋଇପାରିଛୁ । ଗରିବୀ କମିଛି । ଗତ ୨୩ ବର୍ଷ ମଧ୍ୟରେ ଆମର ମୁଣ୍ଡ ପିଛା ଆୟ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଏ ସବୁ ସଫଳତା ପଛରେ ସାଢେ ଚାରି କୋଟି ଓଡିଆଙ୍କ ସାମୂହିକ ଉଦ୍ୟମ ରହିଛି ଏବଂ ଆମର ସାମୂହିକ ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରତି ଓଡିଆ ଆଜି ବଦ୍ଧପରିକର ବୋଲି ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୩୬ର ଓଡିଶା ପାଇଁ ଆମର ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ଦୃଢ ବିଶ୍ୱାସ ପୋଷଣ କରିଥିଲେ । ଏହି ଉତ୍ସବରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ସଭାପତିତ୍ୱ କରି କହିଲେ ଯେ ଗତ ୮୭ ବର୍ଷ ଭିତରେ ଆମ ରାଜ୍ୟରେ ଥିବା ବିପୁଳ ପ୍ରାକୃତିକ ସମ୍ବଳ ଓ ଦକ୍ଷ ମାନବସମ୍ବଳକୁ ବିନିଯୋଗ କରି ଆମେ ପ୍ରତ୍ୟେକ କ୍ଷେତ୍ରରେ ଆଜି ଅଗ୍ରଣୀ ହୋଇଛୁ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ କହିଲେ ଯେ ଆମର ନୌବାଣିଜ୍ୟ, ଐତିହ୍ୟ, ସଂସ୍କୃତି, ପରମ୍ପରା, ବୀରତ୍ୱର ଗାଥା ସମଗ୍ର ବିଶ୍ୱରେ ବିଦିତ। ସମୟ କ୍ରମେ ଆମର ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଚେତନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣରେ ପରିପୁଷ୍ଟ ହୋଇଛି। ଓଡ଼ିଶା ନିଜ ଗୋଡ଼ରେ ଠିଆ ହେବା ପାଇଁ ଚେଷ୍ଟା କରିଛି ।

ସମ୍ବନ୍ଧିତ ଖବର